କାହିଁକି ଅଦିନରେ ଚାଲିଗଲା ସାମ୍ବାଦିକା ମଧୁମିତା ପରିଡାଙ୍କ ଜୀବନ ? ଏମିତି ଅନେକ ପ୍ରଶ୍ନ ଭିତରେ ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି ପୋଲିସ । ଶ୍ରୀଧରଙ୍କ ବିରୋଧରେ ମୃତ ମଧୁସ୍ମିତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିବା ପରେ ଭୁବନେଶ୍ୱରର ଧଉଳି ଥାନା ପୋଲିସ ମଧୁଙ୍କ ସ୍ୱାମୀଙ୍କୁ ଗିରଫ କରିବା ସହ ଫୋନ ଜବତ କରିଛି । ଆହୁରି ମଧ୍ୟ ସୂଚନା ରହିଛି ଯେ ସ୍ୱୀମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଥିଲା । ଏପରିକି ଦୁଇ ଦିନ ତଳେ ଫିନାଇଲ୍ ପି’ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ମଧୁମିତା।
ମଧୁମିତା ଭୁବନେଶ୍ୱର ବାପୁଜୀନଗର ଅଂଚଳରେ ଏକ ଭଡା ଘରେ ରହୁଥିବା ବେଳେ ତାଙ୍କ ସ୍ୱାମୀ ବାହାରେ ରହୁଥିବା ଜଣାପଡିଛି । ବୁଧବାର ବାପୁଜୀ ନଗର ରେଳ ଧାରଣା ନିକଟରୁ ସାମ୍ବାଦିକା ମଧୁମିତାଙ୍କ ମୃତଦେହ ମିଳିଥିଲା । ତେବେ ସ୍ୱାମୀଙ୍କ ପରକୀୟା ପ୍ରୀତି ଯୋଗୁଁ ସେ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ତେବେ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ ।
ଅନ୍ୟପଟେ ମଧୁମିତାର ସାଙ୍ଗମାନେ କହିଛନ୍ତି ଆମ କଲେଜର ସବୁଠୁ ଭଲ ପିଲା ଥିଲା ମଧୁ ସେ ଏମିତି କାମକରିବ କେବେ ବିଶ୍ୱାସ କରି ହେଉନି । ଜଣକୁ ଯଦି ସେମିତି କିଛି କଷ୍ଟ ନ ହେବ ସେ ଏମିତି କାମ କରିବ ନାହିଁ । ମଧୁର ସ୍ୱାମୀକୁ କଠୋରୁ କଠୋର ଦଣ୍ଡ ମିଳୁ । ଏମିତି କାମ କରିବାକୁ କୌଣସି ପୁଅ କେବେ ସାହସ କରିବ ନାହିଁ । ଜୀବନ ଏବଂ ପରିସ୍ଥିତି ସହ ସେ ଏକାକୀ ଲଢୁଥିଲା କେବେ କିଛି କାହାକୁ ଖରାପ କହିନି ସବୁ ଠିକ ହେଇଯିବ ଭାବିଥିଲା କିନ୍ତୁ ସମ୍ଭାଳି ପାରିଲାନାହିଁ ଶେଷରେ ଜୀବନ ହାରିଦେଲା ବୋଲି ସାଙ୍ଗମାନେ କହିଛନ୍ତି ।