ଶିକ୍ଷୟତ୍ରୀ ସାଜି ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ୨ ବର୍ଷ ପୂରଣ କରିବା ପରେ ଏକ ନୂଆ ରୂପରେ ଆମ ପ୍ରିୟ ରାଷ୍ଟ୍ରପତିଙ୍କୁ ଦେଖି ପିଲାମାନେ ମଧ୍ୟ ବେଶ ଖୁସି ହୋଇଯାଇଥିଲେ । ଗୁରୁବାର ରାଷ୍ଟ୍ରପତି ଭବନ ନିକଟରେ ଥିବା ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟକୁ ଯାଇ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ରାଷ୍ଟ୍ରପତି ପାଠ ପଢ଼ାଇଛନ୍ତି। ପ୍ରଥମେ ଶ୍ରେଣୀକୁ ଯାଇ ପିଲାମାନଙ୍କୁ କହିଥିଲେ ଏବେର ପିଲାମାନେ ବହୁତ ଜ୍ଞାନୀ ଅଟନ୍ତି ସେମାନଙ୍କ ଠାରୁ ଅନେକ କିଛି ଶିଖିବାକୁ ମିଳିଥାଏ କାହିଁକି ନା ଏ ପିଲାମାନେ ହେଉଛନ୍ତି ବିଜ୍ଞାନ ଯୁଗର ପିଲା।
ଏହି ସମୟରେ ସେ ପିଲାମାନଙ୍କୁ ଗ୍ଲୋବାଲ ଓ୍ବାର୍ମିିଂ ବିଷୟରେ ପଢ଼ାଇଛନ୍ତି। ପ୍ରଥମେ ଶ୍ରେଣୀଗୃହରେ ପିଲା ମାନଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ଯେପରିକି ଆମର କେତୋଟି ଋତୁ ରହିଛି ଏବଂ ସେଥିମଧ୍ୟରୁ ଆମେ କେଉଁ ଋତୁକୁ ଅନୁଭବ କରିପାରୁଛେ । ପିଲାମାନେ ଉତ୍ତରରେ କହିଥିଲେ ଆମେ ୩ଟି ଋତୁକୁ ଅନୁଭବ କରିପାରୁଛୁ ।
ରାଷ୍ଟ୍ରପତି ପୁଣି ପଚାରିଥିଲେ କେଉଁ ଋତୁକୁ ସବୁଠୁ ଅଧିକ ଅନୁଭବ କରୁଛେ। ଜଣେ ଛାତ୍ରୀ ଉତ୍ତର ଦେଇ କହିଥିଲେ ଗ୍ରୀଷ୍ମ ଋତୁ। ରାଷ୍ଟ୍ରପତି କହିଥିଲେ ଏହାର କାରଣ ହେଉଛି ଗ୍ଲୋବାଲ ଓ୍ବାର୍ମିଂ ବା ପରିବେଶ ପ୍ରଦୂଷଣ । ରାଷ୍ଟ୍ରପତି ବହୁତ ଖୁସି ଥିଲେ ପିଲାମାନଙ୍କ ସହ ମିଶି ଅନେକ କିଛି କଥା ହୋଇଥିଲେ । ପିଲାମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ପାଖରେ ପାଇ ବହୁତ ଆନନ୍ଦିତ ହୋଇଥିଲେ। ସୂଚନାଯୋଗ୍ୟ ରାଜନୀତିକୁ ଆସିବା ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଶିକ୍ଷକତା କରୁଥିଲେ।