Live Odisha Tv

ରାଷ୍ଟ୍ରପତି ଭବନର ଦୁଇ ହଲର ନାଁ ପରିବର୍ତ୍ତନ

ମୋଗଲ ଶାସନ ଓ ଇଂରେଜ ଶାସନ ଅମଳରୁ ଥିବା ରାଷ୍ଟ୍ରପତି ଭବନର ଦୁଇ ହଲର ନାଁ ପରିବର୍ତ୍ତନ ହୋଇଛି । ଏ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି । ଆମ ଦେଶ ଏକ ଗଣତାନ୍ତ୍ରିକ ଦେଶ । ଦେଶରେ ମୋଗଲ ଶାସନ ଓ ଇଂରେଜ ଶାସନ ବନ୍ଦ ହୋଇଛି । ତେଣୁ ବ୍ରିଟିଶ ଶାସକ ରଖିଯାଇଥିବା ନାମକୁ ପରିବର୍ତ୍ତନ କରାଯାଇଛି ।

ରାଷ୍ଟ୍ରପତି ଭବନ ଭବନର ଦୁଇ ହଲର ‘ଦର୍ବାର ହଲ୍’ ଏବଂ ‘ଅଶୋକ ହଲ୍’ର ନାମ ବଦଳିଛି । ରାଷ୍ଟ୍ରପତି ଦୁଇଟି ଗୁରୁତ୍ୱପୂର୍ଣ୍ଣ ହଲ୍ର ନାମ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୋଗଲ ଶାସନ ନ ଥିବାରୁ ଦର୍ବାର୍ ହଲକୁ ଗଣତନ୍ତ୍ର ମଣ୍ଡପ ଏବଂ ଅଶୋକ ହଲକୁ ଅଶୋକ ମଣ୍ଡପ ନାମରେ ନାମିତ କରିଛନ୍ତି ରାଷ୍ଟ୍ରପତି । ଭାଷାଗତ ସମାନତା ପାଇଁ ଅଶୋକ ହଲକୁ ଅଶୋକ ମଣ୍ଡପ ନାମରେ ନାମିତ କରାଯାଇଛି । ପୂର୍ବରୁ ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନ୍ ର ନାଁ ପରିବର୍ତ୍ତନ କରାଯାଇ ଅମୃତ ଉଦ୍ୟାନ ରଖିଥିଲେ । ସେହିପରି ରାଜପଥର ନାଁ ବଦଳରେ କର୍ତ୍ତବ୍ୟ ପଥ ରଖାଯାଇଥିଲା ।

Digital Griot