Live Odisha Tv

ମିଲ୍କ୍ ମନ୍ତ୍ର ପରିଦର୍ଶନ କଲେ ଆମେରିକା କନ୍‌ସଲ୍ ଜେନ୍‌ରାଲ୍‌

ଭୁବନେଶ୍ୱର : ଆମେରିକା କନ୍‌ସଲ୍ ଜେନେରାଲ୍ ଜେନିଫର୍ ଲାର୍ସନ ତାଙ୍କ ଟିମ୍ ସହିତ ମିଲ୍କ୍ ମନ୍ତ୍ର ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି । ସେ ପ୍ରତିଷ୍ଠାତା ଶ୍ରୀକୁମାର ମିଶ୍ର ଏବଂ ସହପ୍ରତିଷ୍ଠାତା ରଶିମା ମିଶ୍ରଙ୍କୁ ଭେଟି ଓଡ଼ିଶାରେ ମିଲ୍କ୍ ମନ୍ତ୍ର ଆରମ୍ଭ କରିବାର ତାଙ୍କର ଅନନ୍ୟ ଉଦ୍ୟୋଗୀ ଯାତ୍ରା ବିଷୟରେ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ, ପୁରୀରେ ଏକ ନୂତନ ପ୍ଲାଣ୍ଟ୍ ନିର୍ମାଣ ପାଇଁ ମିଲ୍କ୍ ମନ୍ତ୍ର ୨୦୨୦ମସିହାରେ ୟୁଏସ୍ ଡେଭ୍‌ଲପ୍‌ମେଣ୍ଟ୍ ଫାଇନାନ୍ସ୍ କର୍ପୋରେସନ୍‌ରୁ ୧୦ମିଲିୟନ୍ ଡଲାର୍ ପାଣ୍ଠି ସଂଗ୍ରହ କରିଥିଲା । ଏହି ପ୍ଲାଣ୍ଟ୍ ର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି । ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଠାରୁ ଆରମ୍ଭ କରି ଚାଷିମାନଙ୍କ ଆର୍ôଥକ ଜୀବନଶୈଳୀ ତଥା ଜୀବିକାରେ ଉନ୍ନତି ଆଣିବା ସଙ୍ଗେ ସଙ୍ଗେ ବଜାରରେ ମିଲ୍କ୍‌ ମୁ ର ନୂତନ ଉତ୍ପାଦମାନ ଆଣି ସଂପ୍ରସାରଣ କରିବାରେ ଏହି ପ୍ଲାଣ୍ଟ୍ ସହାୟ ହେବ ।

ଏଥି ମଧ୍ୟରେ, ପ୍ରତିଷ୍ଠାତା ଶ୍ରୀକୁମାର ମିଶ୍ର ମିଲ୍କ୍ ମନ୍ତ୍ର ବୋର୍ଡରେ ରହିବା ସଙ୍ଗେ ସଙ୍ଗେ ଏଆଇ ଓ ଡିସେଣ୍ଟ୍ରାଲାଇଜ୍‌ଡ୍ ଫାଇନାନ୍ସ୍ କ୍ଷେତ୍ରରେ ନିଜର ନୂତନ ବ୍ୟବସାୟ ‘ଆର୍ନା’ ଆରମ୍ଭ କରିଛନ୍ତି । କମ୍ପାନୀର ପରିଚାଳନା ପାଇଁ ସହପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ରଶିମା ମିଶ୍ର, ସିଇଓ କୌଳାଶ୍ ଗହିର ଏବଂ ସିଏଫ୍‌ଓ ପ୍ରଦୀପ୍ତ ଜେନାଙ୍କ ସମେତ ଏକ ବୃତ୍ତିଗତ ପରିଚାଳନା ଟିମ୍ ନେତୃତ୍ୱ ନେଇଛନ୍ତି । ଆମେରିକା ପ୍ରତିନିଧି ଟିମ୍ ରେ ଆର୍ଥିକ ମୁଖ୍ୟ ଫ୍ରାଙ୍କ୍ ଟ୍ୟାଲୁଟୋ, ବାଣିଜ୍ୟ ମୁଖ୍ୟ ରାଘବନ୍ ଶ୍ରୀନିବାସନ୍‌, ରାଜନୈତିକ ପରାମର୍ଶଦାତା ଶ୍ରୀମାଲି କରୀ, ଅର୍ଥନୈତିକ ପରାମର୍ଶଦାତା ଶିବ ପ୍ରସାଦ ତ୍ରିପାଠୀ ଏବଂ ବାଣିଜ୍ୟ ପରାମର୍ଶଦାତା ସୁନୀଲ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

 

Digital Griot