Live Odisha Tv

ରାଜ୍ୟରେ କାର୍ଡ ଧାରୀ ଚାଉଳ ସହ ପାଇବେ ଗହମ

ରାଜ୍ୟରେ ପୁଣି ମିଳିବ ଗହମ । କାର୍ଡ ଧାରୀ ଚାଉଳ ସହ ଗହମ ପାଇବେ । ବିଜେଡି ସରକାର କେନ୍ଦ୍ର ଆଗରେ ଗହମ ପାଇଁ ମନା କରିଥିଲେ। ଅଧିକାଂଶ ଲୋକ ରୁଟି ଖାଇବା ଆରମ୍ବ କରିଛନ୍ତି। ଆମେ କେନ୍ଦ୍ରକୁ ଗହମ ପାଇଁ ନିବେଦନ କରିଥିଲୁ। ଅକ୍ଟୋବର ମାସ ଠାରୁ ଲୋକେ ଗହମ ସହିତ ଚାଉଳ ପାଇବେ । ହିତାଧିକାରୀ ନିଜ ଇଚ୍ଛାରେ ଚାଉଳ ସହ ଗହମ ନେଇପାରିବେ। ବର୍ତ୍ତମାନ ଚାଲୁ ରହିଛି EKYC ପ୍ରକ୍ରିୟା । ଏହି ପ୍ରକ୍ରିୟା ନିମନ୍ତେ ପର୍ଯ୍ୟାପ୍ତ ସମୟ ମଧ୍ୟ ଦିଆଯାଇଛି । EKYC ସରିଲା ପରେ ମିଳିବ ନୂତନ ରାସନ କାର୍ଡ । ପ୍ରକ୍ରିୟା ସରିଲା ପରେ ଅଯୋଗ୍ୟ ଜାଣିହେବ । ଆଧାରକାର୍ଡ଼ ନଥିଲେ ମିଳିବନି ରାସନକାର୍ଡ । ଯେଉଁମାନଙ୍କ ଆଧାରକାର୍ଡ ନାହିଁ ସେମାନେ ଆଧାରକାର୍ଡ଼ କରିବା ପରେ ସାମିଲ ହେବେ।

Digital Griot