Live Odisha Tv

କିଟ୍‍, କିସ୍‍ ଓ ଜାପାଇଗୋ ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ଜନଜାତି ସ୍ୱାସ୍ଥ୍ୟ ବିକାଶ ଓ ଯୁବ ସଶକ୍ତିକରଣ ନେଇ କିଟ୍‍କିସ୍‍ ଓ ଜାପାଇଗୋ ମଧ୍ୟରେ ଗୁରୁବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଟ୍ରାଇବାଲ୍‍ ହେଲ୍‍ଥ ରିସର୍ଚ୍ଚ ଇନୋଭେସନ୍‍ ଆଣ୍ଡ ଭୋକେସନାଲ୍‍ ଏମପାୱାରମେଣ୍ଟ (ଥ୍ରାଇଭ୍‍) ଶୀର୍ଷକ ବୁଝାମଣା ପତ୍ରରେ କିଟ୍‍ ବିଶ୍ୱବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହକିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ଓ ଜାପାଇଗୋ ପକ୍ଷରୁ ଡ. ସୋମେଶ କୁମାର ସ୍ୱାକ୍ଷର କରିଥିଲେ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣା ଦ୍ୱାରା ଜନଜାତି ଗବେଷଣାସଂସ୍କୃତି ସଂରକ୍ଷଣ ଓ ଯୁବ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବା ସହ ଜନଜାତି ବର୍ଗର ଲୋକଙ୍କ ମଧ୍ୟରେ ଜଟିଳ ରୋଗ ଓ ସାମାଜିକ ସମସ୍ୟା ଦୂର କରିବା ଲକ୍ଷ୍ୟ ରହିଛି । ଏହି ଅବସରରେ କିସ୍‍ ପରିସରରେ ଟ୍ରାଇବାଲ୍‍ ହେଲ୍‍ଥ ଆଣ୍ଡ ରିସର୍ଚ୍ଚ (ସିଟିଏଚ୍‍ଆର୍‍) ଓ ସେଣ୍ଟର ଫର ୟୁଥ୍‍ ଇନୋଭେସନ୍‍ ଆଣ୍ଡ ଇନକ୍ଲୁସିଭ୍‍ନେସ୍‍ (ସିୱାଇଆଇଆଇ) ଭଳି ଦୁଇଟି ଗବେଷଣା କେନ୍ଦ୍ର ଉନ୍ମୋଚିତ ହୋଇଥିଲା । ଏହି ଦୁଇ କେନ୍ଦ୍ର ଜରିଆରେ ଜନଜାତି ଓ ଯୁବ ବିକାଶ କାର୍ଯ୍ୟ ଉପରେ ଗବେଷଣା କରାଯିବ।ବୁଝାମଣା ସମ୍ପର୍କରେ ଏକ ଭିଡ଼ିଓ ବାର୍ତ୍ତାରେ ସୂଚନା ଦେଇ ଜାପାଇଗୋ ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଲେସ୍‍ଲି ମାନ୍‍କୁସୋ କହିଲେଏହି ବୁଝାମଣା ଫଳରେ ଉଭୟ କିଟ୍‍ ଓ କିସ୍‍ ସହ ଜାପାଇଗୋ ଜନଜାତି ସ୍ୱାସ୍ଥ୍ୟର ବିକାଶଶୈକ୍ଷିକ ଭାଗୀଦାରି ଓ ଦକ୍ଷତା ବୃଦ୍ଧି ଆଦି ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ । ଏହି ବୁଝାମଣା ଏକ ବୈଶ୍ୱିକ ଉଦାହରଣ ହେବ ଓ ଏହା ପରିବର୍ତ୍ତନର ଏକ ମଡେଲ୍‍ ହୋଇପାରିବ ବୋଲି ଲେସ୍‍ଲି କହିଥିଲେ । ଜାପାଇଗୋ ଗ୍ଲୋବାଲ୍‍ ପ୍ରୋଗ୍ରାମର ବରିଷ୍ଠ ଉପସଭାପତି ତଥା ଦେବୋରା ବୋସମେୟର କହିଲେଏହି ବୁଝାମଣା ଦ୍ୱାରା ଯୁବଗୋଷ୍ଠୀଙ୍କ ଶିକ୍ଷାସ୍ୱାସ୍ଥ୍ୟ ଓ ବିଚାରଗତ କ୍ଷେତ୍ରରେ ଭବିଷ୍ୟତରେ ଆସିବାକୁଥିବା ଥିବା ସମସ୍ୟା ଓ ସମାଧାନ ଏହି କେନ୍ଦ୍ର ଦ୍ୱାରା କରାଯାଇପାରିବେ । ଡ. ସୋମେଶ କୁମାର କହିଲେଏହି ଦୁଇଟି କେନ୍ଦ୍ର ଖୋଲାଯିବା ଦ୍ୱାରା ଜନଜାତି ସମାଜର ବ୍ୟାପକ ବିକାଶ ହୋଇପାରିବ। 

Digital Griot