ଭୁବନେଶ୍ୱର: ଦେଶର ନୂତନ ପ୍ରଧାନ ବିଚାରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୫୧ ତମ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତଙ୍କ ପାଇଁ ଏକ ସମାନ ଏବଂ ନ୍ୟାୟିକ ଆଇନ ଗଠନ ଦିଗରେ ତାଙ୍କର ଅବିରତ ଅବଦାନକୁ ଆମେ ଅପେକ୍ଷା କରିଛୁ । ସେ ଏହି ନୂତନ ଭୂମିକା ଜ୍ଞାନ, ଶକ୍ତି ଏବଂ ସଫଳତା ଆଣିବ, ଯେହେତୁ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଅଖଣ୍ଡତା ଏବଂ ଅନ୍ତର୍ଦୃଷ୍ଟିର ନେତୃତ୍ୱ ନେବେ ।
ଜଷ୍ଟିସ୍ ସଂଜୀବ ଖନ୍ନା ସୋମବାର ଦେଶର ୫୧ତମ ପ୍ରଧାନବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଜଷ୍ଟିସ୍ ଖନ୍ନାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ସହିତ ଶପଥ ଗ୍ରହଣ କରାଇଛନ୍ତି।
୧୯୬୪ ମେ’ ମାସ ୧୪ ତାରିଖରେ ଜନ୍ମିତ ଜଷ୍ଟିସ ଖନ୍ନା ଦିଲ୍ଲୀର ବାସିନ୍ଦା ଏବଂ ତାଙ୍କର ସମସ୍ତ ଶିକ୍ଷା ଦିଲ୍ଲୀରୁ କରିଛନ୍ତି । ତାଙ୍କ ପିତା ଥିଲେ ଜଷ୍ଟିସ ଦେସ ରାଜ ଖନ୍ନା, ଯିଏ କି ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବରେ ଅବସର ନେଇଥିଲେ। ୨୦୧୯ ଜାନୁଆରି ୧୮ତାରିଖରେ ସେ ସୁପ୍ରିମ୍କୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ସେ ୧୭ ଜୁନ୍ ୨୦୨୩ରୁ ଡିସେମ୍ବର ୨୫, ୨୦୨୩ ପର୍ଯ୍ୟନ୍ତ ସୁପ୍ରିମ୍କୋର୍ଟ ଆଇନ ସେବା କମିଟିର ଅଧ୍ୟକ୍ଷ ପଦରେ ରହିଥିଲେ । ବର୍ତ୍ତମାନ ସେ ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏବଂ ଭୋପାଳସ୍ଥିତ ଜାତୀୟ ନ୍ୟାୟିକ ଏକାଡେମୀର ଗଭର୍ଣ୍ଣିଂ କାଉନସିଲର ସଦସ୍ୟ ଅଛନ୍ତି । ସଞ୍ଜୀବ ଖାନ୍ନା ୨୦୨୫ ମେ ୧୩ ପର୍ଯ୍ୟନ୍ତ ପ୍ରଧାନବିଚାରପତି ପଦରେ ରହିବେ।