ଭୁବନେଶ୍ୱର : ଅତ୍ୟାଧୁନିକ ଷ୍ଟେରିଓଟାକ୍ଟିକ୍ ବାୟୋପ୍ସି ବ୍ୟବସ୍ଥା ସହ କିମ୍ସରେ ପ୍ରଥମ ଥର ଲାଗି ଉପଲବ୍ଧ ହୋଇଛି ୩-ଡି ଡିଜିଟାଲ୍ ମାମୋଗ୍ରାଫି ଯନ୍ତ୍ର। ଏହା ଦ୍ୱାରା ଓଡ଼ିଶା ବାହାରକୁ ଚିକିତ୍ସା ପାଇଁ ଯାଉଥିବା ରାଜ୍ୟର ବହୁ ରୋଗୀ ଉପକୃତ ହୋଇପାରିବେ। କିଟ୍, କିସ୍ ଓ କିମ୍ସ ପ୍ରତଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଯନ୍ତ୍ରକୁ ଉଦ୍ଘାଟନ ସୋମବାର ଉଦ୍ଘାଟନ କରିଥିଲେ। ସୂଚନାଯୋଗ୍ୟ, ଏହି ଯନ୍ତ୍ରରେ ସ୍ତନ କର୍କଟ ଭଳି ଜଟିଳ ରୋଗର ନିଦାନ ସହ ପ୍ରାକ୍ ଓ ସଠିକ୍ ଚିହ୍ନଟ ହୋଇପାରିବ ଓ ଏହି ଯନ୍ତ୍ରରେ ଅପେକ୍ଷାକୃତ କମ୍ ରେଡିଏସନ୍ରେ ହାଇ ରିଜୋଲ୍ୟୁସନ୍ତ ଇମେଜିଂ କ୍ଷମତା ରହିଛି ।
ଏହା ସହ ଏଥିରେ ଦ୍ୱି-ମୁଖୀ ଟମୋସିନ୍ଥେସିସ୍ ବ୍ୟବସ୍ଥା ରହିଛି । ଏହି ଯନ୍ତ୍ର ଥ୍ରୀ-ଡାଇମେନ୍ସନାଲ ଭିଉ ଦେଉଥିବାରୁ ଏହା ଦ୍ୱାରା ସ୍ତନ କର୍କଟର ଠିକ୍ ନିଦାନ ସମ୍ଭବ ହୋଇପାରୁଛି । ଏଥିରେ ରହିଥିବା ଅଟୋମେଟିକ୍ ଏକ୍ସପୋଜର କଣ୍ଟ୍ରେଲର୍ (ଏଇସି) ଟେକ୍ନୋଲୋଜି ରଞ୍ଜନ-ରଶ୍ଚିର ମାତ୍ରାକୁ ନିୟନ୍ତ୍ରିତ କରିଥାଏ। ଶ୍ରୀ ସାମନ୍ତ ଏଥିରେ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ୩-ଡି ଡିଜିଟାଲ୍ ମାମୋଗ୍ରାଫି ଯନ୍ତ୍ର ଦ୍ୱାରା ଓଡ଼ିଶାର ରୋଗୀମାନେ ଉପକୃତ ହୋଇପାରିବେ।