Live Odisha Tv

ବିବାହ କଲେ ଅନନ୍ତ ରାଧିକା

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ନିଜର ପ୍ରେମିକା ରାଧିକା ମର୍ଚେଣ୍ଟଙ୍କ ବିବାହରେ ଦେଶବିଦେଶରୁ ଜଣାଶୁଣା ଲୋକଙ୍କ ଆଗମନ ହେଉଛି। ଅନନ୍ତରାଧିକାଙ୍କ ବିବାହ ମହୋତ୍ସବ ତିନିଦିନ ଯାଏଁ ଜାରି ରହିବ। ଆଜି ଶୁଭ ଆଶୀର୍ବାଦ (ଆଶୀର୍ବାଦ ସମାରୋହ) ଆୟୋଜନ ଅଛି। ସେହିପରି ୧୪ରେ ମଙ୍ଗଳ ଉତ୍ସବ ପାଇଁ କାର୍ଯ୍ୟସୂଚୀ ରହିଛି। ଅନ୍ତିମ ଦିନରେ ଭବ୍ୟ ପ୍ରୀତିଭୋଜନ କାର୍ଯ୍ୟକ୍ରମ ରହିଛି। ଶିଳ୍ପପତିଙ୍କ ପୁଅବୋହୂଙ୍କ ବିବାହରେ ବଲିଉଡର ପ୍ରାୟ କଳାକାର ଯୋଗଦେଦେବ। ଏଥି ପାଇଁ ପୂର୍ବରୁ ନିମନ୍ତ୍ରଣ କରାଯାଇଛି। ଅମିତାଭ ବଚ୍ଚନ, ଶାହରୁଖ ଖାନ, ସଲମାନ ଖାନ, ଜାହ୍ନବୀ କପୂର, ଅନନ୍ୟା ପାଣ୍ଡେ, ରଣବୀର କପୂର, ଆଲିଆ ଭଟ୍ଟ, ଭିକ୍କୀ କୌଶଲ, କିୟାରା ଆଡଭାନୀ, ସିଦ୍ଧାର୍ଥ ମଲହୋତ୍ରା ସମେତ ଅନ୍ୟ ଅଭିନେତା, ‌ଅଭିନେତ୍ରୀ କଳାକାର ଯୋଗଦେବେ।  

ଦେଶର ସବୁଠାରୁ ବ୍ୟୟବହୁଳ ବିବାହରେ ଚର୍ଚ୍ଚିତ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ବିବାହରେ କିମ୍ କାର୍ଦଶିୟନ, ଏଡେଲ, ଲାନା ଡେଲ ରେ, ଡେକ ଡେଭିଡ ବେକହମଙ୍କ ସହିତ ଭିକ୍ଟର ବେକହମ ଭଳି ସେଲିବ୍ରେଟି ଯୋଗ ଦେବେ। ବ୍ରିଟେନ୍ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆମେରିକାର ପୂର୍ବତନ ବିଦେଶମନ୍ତ୍ରୀ ହିଲାରୀ କ୍ଲିଣ୍ଟନ ଭଳି ବିଦେଶୀ ପ୍ରତିନିଧି ଏହି ବିବାହ ସମାରୋହରେ ଯୋଗଦେବାର ସମ୍ଭାବନା ଅଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟୋନୀ ବ୍ଲେୟାର, ବ୍ରିଟିଶ ପୋଡକାଷ୍ଟର ଜେ ଶେଟ୍ଟୀ, ପୂର୍ବତନ ସ୍ବୀଡିଶ ପ୍ରଧାନମନ୍ତ୍ରୀ କାର୍ଲ ବିଲ୍ଡଟ, ପୂର୍ବତନ କାନାଡା ପ୍ରଧାନମନ୍ତ୍ରୀ ଷ୍ଟୀଫନ ହାର୍ପର, ତାଞ୍ଜାନିଆର ରାଷ୍ଟ୍ରପତି ସାମିୟା ସୁଲୁହ ହାସନ ଫିଫାର ଅଧ୍ୟକ୍ଷ ଜିୟାନନୀ ଇଫେଣ୍ଟିନୋ ମଧ୍ୟ ବିବାହରେ ଯୋଗଦେବେ।  

ମିଡିଆ ରିପୋର୍ଟ ଅନୁସାରେ ଏଥିରେ ଏଚଏସ୍ବିସି ସମୂହର ଅଧ୍ୟକ୍ଷ ମାର୍କ ଟକର, ଅରାମକୋର ସିଇଓ ଅନୀ ନାସର, ମାର୍ଗନ ଷ୍ଟେନଲିର ଏମ୍ଡି ମାଇକେଲ ଗ୍ରିମ୍ସ, ଏଡୋଭର ସିଇଓ ଶାନ୍ତନୁ ନାରାୟଣ, ମୁବାଡାଲାର ଏମ୍ଡି ଖଲଦୂନ ଅଲ ମୁବାନର, ସାମସଙ୍ଗ ଇଲେକ୍ଟ୍ରୋନିକ୍ସ ଅଧ୍ୟକ୍ଷ ଜେ ଲି, କଲହୀଡ ମାର୍ଟିନର ସିଇଓ ଜେମ୍ସ ଟେକଲେଟ, ବିପିର ସିଇଓମରେ ଔଚିନକ୍ଲୋସ ପ୍ରମୁଖ ଯୋଗଦେବେ। ସୂଚନାଯୋଗ୍ୟ, ଅନନ୍ତ ରାଧିକା ଗତ ମାର୍ଚ୍ଚରେ ନିଜର ପ୍ରି ୱେଡିଙ୍ଗ ମହୋତ୍ସବ ପାଳନ କରିଥିଲେ। ସେଠାରେ ୩ଦିନ ଯାଏଁ ପାଖାପାଖି ୧୨୦୦ ଅଥିତି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପପ ଆଇକନ ରିହାନା ଦିଲଜୀତ ଦୋସାଞ୍ଝଙ୍କ ସମେତ ଅରିଜୀତ ସିଂହ ପ୍ରସ୍ତୁତି ଦେଇଥିଲେ। ପରେ ଜୁନ ମାସରେ ଅମ୍ବାନୀ ୟୁରୋପର ଏକ ବିଳାସମୟ କ୍ରୁଜରେ ଏକ ଗ୍ରାଣ୍ଡ ସେକେଣ୍ଡ ପ୍ରିୱେଡିଂ ଆୟୋଜନ କରିଥିଲେ। ଏଥିରେ ଅତିଥିଙ୍କ ତାଲିକା ପାଖାପାଖି ୮୦୦ ରଖାଯାଇଥିଲା। ବଲିଉଡ କଳାକାରଙ୍କୁ ମଧ୍ୟ ସାମିଲ କରାଯାଇଥିଲା।  

Digital Griot