କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୬, ଓଡ଼ିଶାରେ ଶୀର୍ଷରେ କିଟ୍
ଭୁବନେଶ୍ୱର : କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୬ ଆଜି ପ୍ରକାଶ ପାଇଥିବାବେଳେ ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛି। ଏହା ସହିତ ସମଗ୍ର ଭାରତରେ କିଟ୍ ବିଶ୍ୱବିଦ୍ୟାଳୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ଦକ୍ଷିଣ ଏସିଆରେ ୫୫ତମ ସ୍ଥାନ ହାସଲ କରିଛି। ସମଗ୍ର ଭାରତରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ ୯ମ ସ୍ଥାନରେ ରହିଛି। କିଟ୍ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ପାଇଁ କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂରେ ଅଂଶଗ୍ରହଣ…