ରାଜନୀତି

ତାଜା ଖବର

‘ସୁଭଦ୍ରା’ ପାଇଁ ମଙ୍ଗଳବାର ଭୁବନେଶ୍ୱରରେ ସ୍କୁଲ୍‌, କଲେଜ ଛୁଟି

ରାଜ୍ୟରେ କ୍ଷମତାସୀନ ବିଜେପି ସରକାରର ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ଉପଲକ୍ଷେ ଆସନ୍ତା ୧୭ତାରିଖ ମଙ୍ଗଳବାର ଦିନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ୍, ମାଜିଷ୍ଟ୍ରେଟ୍ କୋର୍ଟ ଛୁଟି ରହିବ । ତେବେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ଶିକ୍ଷାନୁଷ୍ଠାନ ମଙ୍ଗଳବାର ସମ୍ପୂର୍ଣ୍ଣ ଛୁଟି ରହିବ । ଆଜି ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ

Read More »
ତାଜା ଖବର

ପୋର୍ଟବ୍ଲେୟାର ନାମ ହେଲା ଶ୍ରୀ ବିଜୟପୁରମ୍‌

କେନ୍ଦ୍ର ସରକାର ଆଣ୍ଡାମାନ ଓ ନିକୋବରର ରାଜଧାନୀ ‘ପୋର୍ଟବ୍ଲେୟାର’ ନାମକୁ ପରିବର୍ତ୍ତନ କରିଛନ୍ତି । ପୋର୍ଟବ୍ଲେୟାର ନାମକୁ ବଦଳାଇ ‘ଶ୍ରୀ ବିଜୟପୁରମ୍‌’ ରଖିଛନ୍ତି । ଶୁକ୍ରବାର ଗୃହ ମନ୍ତ୍ରୀ ଅମିତ ଶାହ ଏ ନେଇ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ‘X’ରେ ସୂଚନା ଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶର ଦାସତ୍ୱକୁ ସୁଚାଉ ଥିବା ସମସ୍ତ ପ୍ରତୀକରୁ ମୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଥିବା ସଂକଳ୍ପରେ ଅନୁପ୍ରାଣିତ ହୋଇ ‘ପୋର୍ଟବ୍ଲେୟାର’

Read More »
ତାଜା ଖବର

ରାଜ୍ୟରେ କାର୍ଯ୍ୟକାରୀ ହେବ କାମଧେନୁ ଯୋଜନା

ରାଜ୍ୟରେ ଖୁବ ଶୀଘ୍ର କାମଧେନୁ ଯୋଜନା ପ୍ରଣୟନ କରାଯିବ । ଏଥିପାଇଁ ୫ ବର୍ଷରେ ୧୪୨୩. ୪୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । କ୍ଷୁଦ୍ର ଦୁଗ୍ଧ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା, ଗୋଶାଳା ପ୍ରତିଷ୍ଠା, ସବସିଡିଯୁକ୍ତ ଗୋଖାଦ୍ୟ ଯୋଗାଇବା, ପଶୁପାଳନ ବୀମା ଅଧୀନରେ କଭରେଜ୍ ବୃଦ୍ଧି ଏବଂ ଦୁଗ୍ଧ ସମବାୟ ସମିତିକୁ ମଜବୁତ କରିବାରେ ସହାୟକ ହେବ ଏହି ଯୋଜନା । ଜାତୀୟ ମୌସୁମୀ ବୈଠକରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Read More »
ତାଜା ଖବର

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ

ଦିଲ୍ଲୀର ମଦନୀତି ମାମଲାରେ ଗତ ୧୫୬ ଦିନ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ ଏହି ସମୟ ମଧ୍ୟରେ କୋର୍ଟ ସିବିଆଇ ଗିରଫଦାରୀକୁ ଯଥାର୍ଥ ବୋଲି ବିବେଚନା କରିଥିଲେ। ସିବିଆଇ ତାଙ୍କୁ ଜୁନ ୨୬ରେ ଗିରଫ କରିଥିଲା। ଗିରଫ ବେଆଇନ ବୋଲି କହି ଦିଲ୍ଲୀ ସିଏମ ଦୁଇଟି ପିଟିସନ ଦାଖଲ କରିଥିଲେ। ଏହାପୂର୍ବରୁ ସେ ଇଡି ହେପାଜତରେ ଥିଲେ। ତେବେ ଏବେ ହରିୟାଣା ବିଧାନସଭା ନିର୍ବଚାନ ପୂର୍ବରୁ ସୁପ୍ରିମକୋର୍ଟ ଜାମିନ୍‌‌ ପ୍ରଦାନ

Read More »
ତାଜା ଖବର

ବରିଷ୍ଠ ରାଜନେତା ସୀତାରାମ ୟେଚୁରୀଙ୍କ ଦେହାନ୍ତ

ସିପିଏମର ସାଧାରଣ ସମ୍ପାଦକ ତଥା ବରିଷ୍ଠ ରାଜନେତା ସୀତାରାମ ୟେଚୁରୀ ଆଉ ନାହାନ୍ତି। ଆଜି ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଶ୍ୱାସନଳୀ ସଂକ୍ରମଣ ଯୋଗୁ ସେ ଅଗଷ୍ଟ ୧୯ରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ସେଠାରେ ଡାକ୍ତରଙ୍କ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ଆଜି ସୀତାରାମ ୟେଚୁରୀ ଆଖି ବୁଜିଛନ୍ତି। ୟେଚୁରୀ ୨୦୦୫ରୁ ୨୦୧୭ ଯାଏ ରାଜ୍ୟସଭାର ସାଂସଦ ଭାବେ କାର୍ଯ୍ୟ କରିଥିଲେ। ଅଗଷ୍ଟ ୧୯ ତାରିଖ

Read More »
ଦେଶ ବିଦେଶ

ଏମରଜେନ୍ସି’କୁ ‘ୟୁଏ’ ମାନ୍ୟତା ପ୍ରଦାନ

ବିବାଦ ଘେରରେ ଛନ୍ଦି ହୋଇ ରହିଥିବା କଙ୍ଗନା ରାଣାୱତଙ୍କ ଚଳଚିତ୍ର ‘ଏମରଜେନ୍ସି’କୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)  ‘ୟୁଏ’ ମାନ୍ୟତା ପ୍ରଦାନ କରିଛି । ବର୍ତ୍ତମାନ ସିବିଏଫସି ନିର୍ଦ୍ଦେଶ ଅନୁସାରେ ନିର୍ମାତାଙ୍କୁ ପ୍ରଥମେ ଚଳଚିତ୍ରରେ କିଛି ପରବର୍ତ୍ତନ କରିବା ପାଇଁ ପଡ଼ିବ । ତା’ପରେ ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିପାରିବ ‘ଏମରଜେନ୍ସି’ । ଦି ସଣ୍ତେ ଏକ୍ସପ୍ରେସ ଅନୁସାରେ, ‘ଏମରଜେନ୍ସି’କୁ ସେନ୍ସର ବୋର୍ଡ ତିନୋଟି କଟ୍ ଦେବା ପାଇଁ କହିଛି । ନିର୍ମାତା

Read More »
ତାଜା ଖବର

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି। ଆସିଲା ସିଏମ୍ କିଷାନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁରରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରଥମ କିସ୍ତି ବାବଦ ୯୨୫ କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଏଥିସହ ସିଏମ୍ ଓ ପିଏମ୍ କିଷାନରେ ନୂଆ ହିତାଧିକାରୀଙ୍କ ନାମ ପଞ୍ଜିକରଣ ପାଇଁ ସିଏମ କିଷାନ୍‌ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସିଏମ୍ କିଷାନ୍ ଯୋଜନା ପାଇଁ ସମ୍ବଲପୁର ଜିଏମ୍‌ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ

Read More »
ତାଜା ଖବର

‘ସୁଭଦ୍ରା’ ଯୋଜନା ପାଇଁ ଆଜିଠାରୁ ଆବେଦନ

ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ। ସେଥିପାଇଁ ଅଙ୍ଗନବାଡି କେନ୍ଦ୍ରରେ ଲାଗିଛି ଲମ୍ୱା ଲାଇନ। ଅଙ୍ଗନବାଡି କେନ୍ଦ୍ର ବ୍ୟତୀତ ବ୍ଲକ୍‌ ଅଫିସ୍, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼। ଏମିତି କି ଗାଁରେ ଘର ଘର ବୁଲି ଫର୍ମ ବାଣ୍ଟୁଛନ୍ତି ଅଙ୍ଗନବାଡି ଦିଦି। ତା’ସହିତ ଫର୍ମ କେମିତି ପୂରଣ କରିବେ, ଆଉ କେଉଁ କେଉଁ ପ୍ରମାଣପତ୍ର ଦେଇ ଆବେଦନ କରିବେ ସେ ନେଇ ମଧ୍ୟ

Read More »
ତାଜା ଖବର

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ମମତା ମହାନ୍ତ

ରାଜ୍ୟସଭା ସାଂସଦ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେପି ନେତା ମମତା ମହାନ୍ତ। ଅନ୍ୟତମ ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ନିର୍ବାଚନରୁ ଓହରିଯିବା ପରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମମତା। ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ସେ ତାଙ୍କ ସାର୍ଟିଫିକେଟ ଗ୍ରହଣ କରିଛନ୍ତି। କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ମମତା ମହାନ୍ତ। ୨୦୨୦ ମସିହାରେ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ୨୦୨୬ ଏପ୍ରିଲରେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥା’ନ୍ତା। ତେବେ କାର୍ଯ୍ୟକାଳ ଶେଷ ହେବାର ୨୧ ମାସ

Read More »
ତାଜା ଖବର

ରାଜ୍ୟସଭାକୁ ୧୨ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ସଂସଦର ଉଚ୍ଚ ସଦନ ଅର୍ଥାତ ରାଜ୍ୟସଭାକୁ ଆଜି ୧୨ ଜଣ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହା ମଧ୍ୟରେ ବିଜେପିର ୯ ଜଣ ଓ ଆଉ ୨ ଜଣ ସଦସ୍ୟ ସହଯୋଗୀ ଦଳରୁ ରାଜ୍ୟସଭାର ସାଂସଦ ହୋଇଛନ୍ତି। ୧୧ ରାଜ୍ୟସଭା ଆସନ ହାସଲ କରିବା ପରେ ରାଜ୍ୟସଭାରେ କୌଣସି ବିଲ୍‌ ପାସ୍‌ କରାଇବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଏବେ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ହୋଇଯାଇଛି।ଆଜି ବିଜେପି ଟିକେଟରୁ ୯ ଜଣ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ଯିବା

Read More »