ତାଜା ଖବର

ତାଜା ଖବର

ମେକ୍ସିକୋକୁ ମିଳିଛି ପ୍ରଥମ ମହିଳା ରାଷ୍ଟ୍ରପତି

ମେକ୍ସିକୋକୁ ମିଳିଛି ତାର ପ୍ରଥମ ମହିଳା ରାଷ୍ଟ୍ରପତି । କ୍ଲାଉଡିୟା ଶୀନବାମ ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଛନ୍ତି । ଦେଶର ରାଜଧାନୀ ମେକ୍ସିକୋ ସିଟିରେ ସେ ୬୬ତମ ରାଷ୍ଟ୍ରପତିଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏକ ଦେଶରେ ଜଟିଳ ପରିସ୍ଥିତିରେ ଦାୟିତ୍ୱ ନେଇଛନ୍ତି । ମେକ୍ସିକୋରେ ଅପରାଧ ଏବଂ ହିଂସା ବୃଦ୍ଧି ପାଇଥିବାବେଳେ କ୍ଲାଉଡିୟା ରାଷ୍ଟ୍ରପତି ହୋଇଛନ୍ତି । ଶପଥ ନେବା ପରେ ସେ କହିଛନ୍ତି ଯେ ଦେଶରେ ବଢୁଥିବା ହିଂସା ଏବଂ ଅପରାଧକୁ

Read More »
ତାଜା ଖବର

ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର

ଭୁବନେଶ୍ୱର: ଭୁବନେଶ୍ୱରର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ୨୦୧୧ ବ୍ୟାଚର ଆଇପିଏସ୍ ପିନାକ ମିଶ୍ର । ସେ ଗୁରୁବାର ଆନୁଷ୍ଠାନିକ ଭାବେ ୨୦୧୪ ବ୍ୟାଚର ଆଇପିଏସ୍ ପ୍ରତୀକ ସିଂଙ୍କ ସ୍ଥାନ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ପିନାକ ମିଶ୍ର ପୁରୀ ଏସପି ଭାବେ କାର୍ଯ୍ୟ କରୁଥିଲେ । ଗୁରୁବାର ଦିନ ଆଇପିଏସ୍ ପିନାକ ମିଶ୍ର ଭୁବନେଶ୍ୱରର ନୂତନ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୋଲିସ ସେବା ଭବନରେ ଭୁବେନଶ୍ୱର ୟୁପିଡିର ନୂଆ ଡିସିପି

Read More »
ତାଜା ଖବର

ଆଉ ୫ଟି ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା

ଦେଶର ଆଉ ୫ଟି ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା। ମରାଠି, ପାଲି, ପ୍ରାକୃତି, ଅହମିୟା ଓ ବେଙ୍ଗଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଆଜି ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପ୍ରସ୍ତାବ ଉପରେ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ପୂର୍ବରୁ ଓଡ଼ିଆ ସମେତ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ଼, ମାଲାୟାଲାମକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା। ଏହାକୁ ମିଶାଇ ଏବେ ଦେଶରେ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଭାଷା ସଂଖା ୧୧ରେ ପହଞ୍ଚିଛି। କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ

Read More »
ଜୀବନଚର୍ଯ୍ୟା

କିଟ୍‍, କିସ୍‍ ଓ ଜାପାଇଗୋ ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ଜନଜାତି ସ୍ୱାସ୍ଥ୍ୟ ବିକାଶ ଓ ଯୁବ ସଶକ୍ତିକରଣ ନେଇ କିଟ୍‍, କିସ୍‍ ଓ ଜାପାଇଗୋ ମଧ୍ୟରେ ଗୁରୁବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଟ୍ରାଇବାଲ୍‍ ହେଲ୍‍ଥ ରିସର୍ଚ୍ଚ ଇନୋଭେସନ୍‍ ଆଣ୍ଡ ଭୋକେସନାଲ୍‍ ଏମପାୱାରମେଣ୍ଟ (ଥ୍ରାଇଭ୍‍) ଶୀର୍ଷକ ବୁଝାମଣା ପତ୍ରରେ କିଟ୍‍ ବିଶ୍ୱବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ଓ ଜାପାଇଗୋ ପକ୍ଷରୁ ଡ. ସୋମେଶ କୁମାର ସ୍ୱାକ୍ଷର କରିଥିଲେ । କିଟ୍‍ ଓ କିସ୍‍

Read More »
ତାଜା ଖବର

ଜାତିସଂଘ ମହାସଚିବଙ୍କୁ ଇସ୍ରାଏଲକୁ ପ୍ରବେଶ ନିଷେଧ

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ବ୍ୟାନ୍‌ କରିଛି ଇସ୍ରାଏଲ୍‌। ଇସ୍ରାଏଲ ମାଟିକୁ ଗୁଟେରସଙ୍କ ପ୍ରବେଶ ଉପରେ ନିଷେଧ ଘୋଷଣା କରିଛି। ଇସ୍ରାଏଲ ଉପରେ ଇରାନର ଆକ୍ରମଣକୁ ନିନ୍ଦା କରି ନଥିବାରୁ ଏହି ବ୍ୟାନ୍‌ ଘୋଷଣା କରାଯାଇଛି। ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଇସ୍ରାଏଲ କ୍ୟାଟ୍‌ଜ ବୁଧବାର ତାଙ୍କ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇସ୍ରାଏଲ ପରେ ଇରାନର ଘୃଣ୍ୟ ଆକ୍ରମଣକୁ ପୃଥିବୀର ପ୍ରାୟ ସମସ୍ତ ଦେଶ ନିନ୍ଦା କରିଛନ୍ତି। କିନ୍ତୁ ଯିଏ ଏହି ଆକ୍ରମଣକୁ ସ୍ପଷ୍ଟ ଭାବେ ନିନ୍ଦା କରିପାରିବେ

Read More »
ତାଜା ଖବର

ମୋହନ ସରକାରଙ୍କୁ ବବିଙ୍କ ଖୋଲା ଚ୍ୟାଲେଞ୍ଜ

ଦୁର୍ନୀତି କରିଛି ତ ବାନ୍ଧୁନ କାହିଁକି ବୋଲି କହି ରାଜ୍ୟର ମୋହନ ଚରଣ ମାଝୀ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ୪ମାସ ସରକାର ହୋଇଗଲାଣି । ଯଦି ଦୁର୍ନୀତି କରିଛି ତା’ହେଲେ ବାନ୍ଧିବାକୁ କିଏ ଅଟକାଇଛି ବୋଲି ବବି ପ୍ରଶ୍ନ କରିବା ସହ ୧୫ବର୍ଷ ତଳର ପୁରୁଣା ମାମଲାକୁ ଆଣି ହଟଚମଟ କରିବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି କହିଛନ୍ତି । ସେ ଯାଜପୁର ବିକାଶ ପାଇଁ ପୁଣି

Read More »
ତାଜା ଖବର

ଜାନୁୟାରୀ ୨୮ରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ

ଆସନ୍ତାବର୍ଷ ଜାନୁୟାରୀ ୨୮ ଓ ୨୯ତାରିଖରେ ଉତ୍କର୍ଷ ଓଡ଼ିଶା -୨୦୨୫ କନକ୍ଲେଭ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରିବା ଆମର ଲକ୍ଷ୍ୟ ରଖିଛୁ ଓ ୧୦୦ ଦିନ ଭିତରେ ୪୫ ହଜାର କୋଟି ଟଙ୍କାର ପୁଞ୍ଜି ଓଡ଼ିଶାକୁ ଆସିସାରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ଗଣମାଧ୍ୟମକୁ

Read More »
ତାଜା ଖବର

ଇସ୍ରାଏଲ ଉପରେ ଇରାନର ଆକ୍ରମଣ

ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ବିବାଦ ଶେଷରେ ଭୟଙ୍କର ରୂପ ନେଇଛି। ଆଜି ଇସ୍ରାଏଲ ଉପରେ ୪୦୦ରୁ ଅଧିକ ମସାଇଲ ଓ ରକେଟ ମାଡ଼ କରିଛି ଇରାନ। ପୂରା ଇସ୍ରାଏଲରେ ଆକ୍ରମଣ ଘଣ୍ଟି ବାଜିବା ସହ ସ୍ଥିତି ବେହାଲ ହୋଇଛି। ରକେଟ ଆଟାକ ପରେ ପୂରା ଇସ୍ରାଏଲର ଲୋକ ବୋମା ଶେଲଟରକୁ ଚାଲି ଯାଇଛନ୍ତି। ଇସ୍ରାଏଲ ଆକାଶରେ ଇରାନରେ ମିସାଇଲ ଓ ରକେଟ ପ୍ରବେଶ କରିବା କ୍ଷଣି ଇସ୍ରାଏଲ ପକ୍ଷରୁ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରାଯାଇଛି। ଲୋକମାନଙ୍କୁ ବୋମା ପ୍ରତିହିତ

Read More »
ତାଜା ଖବର

ସ୍ୱାସ୍ଥ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଚ୍ୟୁତ ସାମନ୍ତ ଜାତୀୟସ୍ତରରେ ସମ୍ମାନୀତ

ଭୁବନେଶ୍ୱର : କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆସୋସିଏସନ୍‍ ଅଫ୍‍ ହେଲ୍‍ଥକେୟାର ପ୍ରୋଭାଇଡର୍ସ (ଏଏଚ୍‍ପିଆଇ) ଇଣ୍ଡିଆ ପକ୍ଷରୁ ସମ୍ମାନଜନକ ଆଇକନିକ ହେଲଥକେୟାର ଲିଡର୍‍ ସମ୍ମାନ ପ୍ରଦାନ କରାଯାଇଛି । ରବିବାର ଚେନ୍ନଇଠାରେ ଅନୁଷ୍ଠିତ ଦ୍ୱିତୀୟ ଏଏଚ୍‍ପିଆଇ ଲିଡରସିପ୍‍ ଅଧିବେଶନରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏଏଚ୍‍ପିଆଇ ପକ୍ଷରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଦାହରଣୀୟ କାର୍ଯ୍ୟ କରିଥିବା

Read More »
ତାଜା ଖବର

ଫିଲ୍ମ ‘ଭୁଲ ଭୁଲୟା-୩’ର ଟିଜର୍‌ ରିଲିଜ

ଲାଲ କବାଟ, ରକ୍ତ ଛିଟା। ଆଉ ଆମି ଜେ ତୋମାର…ଗୀତର ଶବ୍ଦ। ଫେରିଛି ମଞ୍ଜୁଳିକା। ଆଉ ଚିତ୍କାର କରି ମାଗୁଛି ନିଜ ସିଂହାସନ।’ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ ହୋଇଥିବା ଅପ୍‌କମିଂ ଫିଲ୍ମ ‘ଭୁଲ ଭୁଲୟା-୩’ର ଟିଜର୍‌ରେ।ପୁଣି ଥରେ ଡ଼ରାଇବେ ବିଦ୍ୟା ବାଳନ। ମଞ୍ଜୁଳିକାର ଚିତ୍କାରରେ କମ୍ପିବ ଥିଏଟର। ତା’ ସାଙ୍ଗକୁ ଆକ୍ସନ, କମେଡି ଓ ରୋମାନ୍ସର ଖୋରାକ ଯୋଗାଇବେ କାର୍ତ୍ତିକ ଆର୍ଯ୍ୟନ୍‌। ଏଥର ଦୀପାବଳିରେ ଡର ସାଙ୍ଗକୁ କମେଡିର ଛୁଙ୍କ ଲଗାଇବ ଫିଲ୍ମ

Read More »