Live Odisha Tv

ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ୍‍ ୟୁନିଭରସିଟି ର‌୍ୟାଙ୍କିଙ୍ଗ୍‍‍

ଭୁବନେଶ୍ୱର : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ୍‍ ୟୁନିଭରସିଟି ର‌୍ୟାଙ୍କିଙ୍ଗ୍‍ ପ୍ରକାଶ ପାଇଛି। ସମ୍ମାନଜନକ ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ୍‍ ୟୁନିଭରସିଟି ର‌୍ୟାଙ୍କିଙ୍ଗ୍‍ ୨୦୨୪ରେ ସମଗ୍ର ବିଶ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ୧୬୮ ତମ ସ୍ଥାନରେ ରହିଥିବା ବେଳେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ୧୧ତମ ସ୍ଥାନରେ ଅଛି। ସମଗ୍ର ଭାରତରୁ ୫୫ଟି ସରକାରୀ ଓ ଡିମ୍‍ଡ ବିଶ୍ୱବିଦ୍ୟାଳୟ ଏହି ର‌୍ୟାଙ୍କିରେ ସ୍ଥାନ ପାଇଛନ୍ତି। ସେଥିମଧ୍ୟରୁ କିଟ୍‍ ୧୧ତମ ସ୍ଥାନରେ ରହିବା ସହ ଭାରତରେ ଥିବା ଡିମ୍‍ଡ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସମ୍ମାନଜନକ ସ୍ଥାନରେ ରହି କିଟ୍‍ ରାଜ୍ୟକୁ ଗୌରବାନ୍ୱିତ କରିଛି। କିଟ୍‍ ବିଶ୍ୱବିଦ୍ୟାଳୟ ୨୬ ବର୍ଷର ଶିକ୍ଷାନୁଷ୍ଠାନ ଓ ମାତ୍ର ୨୦ ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହା ଭାରତର ୫୦ବର୍ଷରୁ ଊର୍ଦ୍ଧ୍ୱ ପୁରାତନ ବିଶ୍ୱବିଦ୍ୟାଳୟଗୁଡିକର ସମକକ୍ଷ ହୋଇପାରିଛି। ଶିକ୍ଷାଦାନ ମାନ, ଗବେଷଣା କ୍ଷେତ୍ରରେ ସଫଳତା, ଜ୍ଞାନ ପ୍ରତିବଦଳ ଓ ଅନ୍ତର୍ଜାତୀୟ ଆଉଟ୍‍ଲୁକ୍‍ ଆଦି ମାନଦଣ୍ଡ ଆଧାରରେ ଟାଇମ୍‍ସ ହାୟର ଏଜୁକେସନ୍‍ ପକ୍ଷରୁ ପ୍ରତିବର୍ଷ ୟଙ୍ଗ୍‍ ୟୁନିଭରସିଟି ର‌୍ୟାଙ୍କିଙ୍ଗ୍‍ କରାଯାଇଥାଏ। ଏହି ସଫଳତା ପାଇଁ କିଟ୍‍ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସମାନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କିଟ୍‍ର ଉେଲ୍ଲେଖନୀୟ ସଫଳତା ପଛରେ ଶ୍ରୀ ସାମନ୍ତଙ୍କ ଦୂରଦୃଷ୍ଟି ଏବଂ ଉତ୍ସର୍ଗୀକୃତ ତ୍ୟାଗର ପ୍ରମୁଖ ଭୂମିକା ରହିଛି ବୋଲି ପ୍ରକାଶ କରିଛନ୍ତି। ଅପରପକ୍ଷରେ ଏଭଳି ସଫଳତା ପାଇଁ ଶ୍ରୀ ସାମନ୍ତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ମିଳିତ ପ୍ରୟାସ ପାଇଁ କିଟ୍‍ ଆଜି ବିଶ୍ୱରେ ଏହି ସଫଳତା ପାଇପାରିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି।

 

Digital Griot