
କିଟ୍ ପରିସରରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗୀ
ଭୁବନେଶ୍ୱର : କିଟ୍ ପରିସରରେ ଓଡ଼ିଆ ନୂଆବର୍ଷ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଯୋଗଦେଇଥିଲେ ୬୧ତମ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ୩୦ ଜଣ ରାଜ୍ୟ ପ୍ରତିଯୋଗୀ। ବିଭିନ୍ନ ରାଜ୍ୟରୁ ଆସିଥିବା ଏହି ପ୍ରତିଯୋଗୀମାନେ ଖୁବ୍ ଧୁମ୍ଧାମ୍ ରେ ଉତ୍ସାହର ସହ ଓଡ଼ିଆ ନୂଆବର୍ଷ ପାଳନ କରିଥିଲେ। ଓଡ଼ିଶାର ପ୍ରସିଦ୍ଧ ପାଟ ଶାଢ଼ି ପିନ୍ଧି ଓଡ଼ିଆ ଖାଦ୍ୟ ସାଙ୍ଗକୁ ଓଡ଼ିଶାର ପାରମ୍ପରିକ ମିଠା ଛେନାପୋଡ଼ର ମଜା ନେଇଥିଲେ। ସମ୍ପୂର୍ଣ୍ଣ ଓଡ଼ିଆ ଢ଼ାଞ୍ଚାରେ ପ୍ରସ୍ତୁତ ଓଡ଼ିଆ








