Live Odisha Tv

ଆସନ୍ତା ୧୮ ତାରିଖରେ ନିଟ ମାମଲାର ଶୁଣାଣି

ନୂଆଦିଲ୍ଲୀ : ନିଟ ମାମଲାର ଶୁଣାଣିକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ ଏନଟିଏ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠ ସମସ୍ତ ଆବେଦନକାରୀ ପକ୍ଷଙ୍କ ନିକଟରେ ପହଁଚି ନାହିଁ ଏହି ସତ୍ୟପାଟ ପାଇବା ପରେ ପ୍ରତି ଜବାବ ଦାଖଲ କରିବେ ଆବେଦନକାରୀ ପକ୍ଷ ଆସନ୍ତା ଶୁଣାଣି ପୂର୍ବରୁ ପ୍ରତି ଜବାବ ଦାଖଲ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ସୂଚନା ଯୋଗ୍ୟ, ପରୀକ୍ଷା ସମ୍ବନ୍ଧରେ ଏକ ବଡ ନିଷ୍ପତ୍ତି ନେଇ ସରକାର ୧୫୬୩ ଛାତ୍ରଛାତ୍ରୀଙ୍କୁ ଜୁନ୍ ୧୩ରେ ଦିଆଯାଇଥିବା ଗ୍ରେସ୍ ମାର୍କ ବାତିଲ କରି ଦେଇଥିଲେ। ଏହାସହ ୨ଟି ବିକଳ୍ପ ମଧ୍ୟ ଦେଇଥିଲେ ପ୍ରଥମଟି କୌଣସି ଗ୍ରେସ ମାର୍କ ବିନା ଛାତ୍ରଛାତ୍ରୀ ନିଟ୍ୟୁଜିର କାଉନସେଲିଙ୍ଗରେ ସାମିଲ ହେବେ ନଚେତ୍ ପୁନଃ ପରୀକ୍ଷା ଦେବେ ସେହି ସମୟରେ ଏନଟିଏ ଘୋଷଣା କରିଥିଲା ଯେ ଗ୍ରେସ୍ ମାର୍କ ଦିଆଯାଇଥିବା ଛାତ୍ରଛାତ୍ରୀମାନଙ୍କର ପୁନଃ ପରୀକ୍ଷା ଜୁନ୍ ୨୩ରେ ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର। ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ବିବାଦ ଦେଖାଦେବା ପରେ ସୁପ୍ରିମକୋର୍ଟରେ ମାମଲା ପହଞ୍ଚି ଥିଲା। ତେବେ ଜୁଲାଇ ୮ରେ ଏହାର ଶୁଣାଣି କରି ତଦନ୍ତକାରୀ ସଂସ୍ଥା ସିବିଆଇ, କେନ୍ଦ୍ର ସରକାର ଏନଟିଏକୁ ବୁଧବାର ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଥିଲେ। ଗତ ସୋମବାର ଦିନ ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ପ୍ରଶ୍ନପତ୍ର ପ୍ରଘଟର କାରଣ ଏବଂ ଦାଗୀ ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରିବା ଉପରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Digital Griot