Live Odisha Tv

ସରକାରୀ ଜାଗାରେ ଶଙ୍ଖ ଭବନ !

ଭୁବନେଶ୍ବର : ରାଜ୍ୟରେ ବିଜେପି ସରକାର ଗଠନ ପରେ ଅଡ଼ୁଆରେ ବିଜେଡି । ଆକ୍ସନ ମୋଡ଼ରେ ରାଜ୍ୟ ସରକାର । ଚର୍ଚ୍ଚା ହେଉଛି ସଡ଼କର କିସମକୁ ଘରବାଡ଼ିରେ ପରିବର୍ତ୍ତନ କରି ବେଆଇନ ଭାବେ ନିର୍ମାଣ ହୋଇଛି ବିଜେଡିର ଶଙ୍ଖ ଭବନ । ବିଜେଡିର ଏହି ପାର୍ଟି ଅଫିସ୍ ତଥା ଶଙ୍ଖ ଭବନର ତଦନ୍ତ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଛି ରାଜଧାନୀର ଛାତିରେ ବେଆଇନ ଭାବେ ନିର୍ମାଣ ହୋଇଛି ବିଜେଡିର ଶଙ୍ଖ ଭବନ |  ‘ସଡ଼କକୁ ଘରବାଡ଼ି କିସମରେ ବଦଳାଇ ତାହା ଉପରେ ତୋଳା ହୋଇଛି ବିଜେଡି ଅଫିସ୍ । ସରକାରଙ୍କ ଅନୁମୋଦନରେ ସଡ଼କକୁ ଅନ୍ୟ ତିନୋଟି ଘରବାଡ଼ି ପ୍ଲଟ୍ ସହ ମିଶାଇ ଶଙ୍ଖ ଭବନ ନିର୍ମାଣ କରାଯାଇଛି । ଅର୍ଥାତ୍ ଏକ ପ୍ରାଇଭେଟ୍ ପାର୍ଟି ବା ବିଜେଡି ଦଳକୁ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ସଡ଼କ ଉପରେ ଘର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି। ଏଭଳି ଦୁର୍ନୀତିର ତଦନ୍ତ ପାଇଁ ଏବେ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି ।

Digital Griot