Live Odisha Tv

ଆସନ୍ତାକାଲି ଶ୍ରାବଣ ମାସ ପ୍ରଥମ ସୋମବାର

ରାତି ପାହିଲେ ଆରମ୍ଭ ହେବ ପବିତ୍ର ଶ୍ରାବଣ ମାସ । ଦେବ ଦେବ ମହାଦେବଙ୍କ ମସ୍ତକରେ ପାଣି ଢାଳିବାକୁ ସଜବାଜ ହେଲେଣି କାଉଡ଼ିଆ । ଆସନ୍ତାକାଲି ହେଉଛି ଶ୍ରାବଣ ମାସ ପ୍ରଥମ ସୋମବାର । ସେଥିପାଇଁ କଟକ ମହାନଦୀ କୂଳ ଗଡ଼ଗଡ଼ିଆ ଘାଟରେ କାଉଡ଼ିଆଙ୍କ ଭିଡ ଜମିଛି । ଗୋଟେ ଦିନ ଆଗରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କାଉଡ଼ିଆ ଭକ୍ତମାନେ ଆସି ଗଡ଼ଗଡ଼ିଆ ଘାଟରୁ ପାଣି ନେଇ ବିଭିନ୍ନ ଶୈବ ପୀଠ ଅଭିମୁଖେ ବାହାରିଛନ୍ତି । ପ୍ରଥମେ ପୂଜା ଅର୍ଚ୍ଚନା କରିବା ପରେ କାନ୍ଧରେ ପାଣି ନେଇ ବାହାରିଛନ୍ତି । ମହାଦେବ ଶିବଙ୍କ ଉପରେ ନିଷ୍ଠାର ସହିତ ପାଣି ଢାଳିଲେ ମାନସିକ ପୂର୍ଣ୍ଣ ହୁଏ ବୋଲି କହିଛନ୍ତି କାଉଡ଼ିଆ ଭକ୍ତ । ଏହି କାଉଡ଼ିଆଙ୍କ ମଧ୍ୟରେ ମହିଳା ଓ କୁନି କୁନି ଭକ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଶ୍ରାବଣ ମାସ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଓଡ଼ିଶା ଅଗ୍ନି ସେବା ବିଭାଗ ଏବଂ ଓଡ୍ରାଫ୍ ଟିମ୍ କୁ ଗଡ଼ଗଡ଼ିଆ ଘାଟରେ ମୁତୟନ କରାଯାଇଛି ।

Digital Griot