ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ହ୍ରାସ ଓ ଯାତ୍ରୀ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ କଡ଼ାକଡ଼ି ନିୟମ ପାଳନ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତିା ଏହି ନିର୍ଦ୍ଦେଶ କ୍ରମେ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତିା ବିନା ଫିଟନେସ ଓ ପଞ୍ଜୀକରଣ ସାର୍ଟିଫିକେଟରେ ରାସ୍ତାରେ ଚାଲୁଥିବା ଗାଡ଼ିଗୁଡ଼ିକ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛିା କେବଳ ଜରିମାନା ନୁହେଁ ଆଇନ ଅନୁଯାୟୀ ଏଣିକି ଗାଡ଼ିକୁ ଜବତ କରିବା, ମାମଲା ରୁଜୁ କରିବା ଭଳି ନିଷ୍ପତ୍ତି ନିଆଯାଇଛିା ସାରା ରାଜ୍ୟରେ ଫିଟନେସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକ କରିବାକୁ ସମସ୍ତ ଉପପରିବହନ ଆୟୁକ୍ତ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛିା
କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୮ ଅନୁଯାୟୀ, ବାଣିଜ୍ୟିକ ଗାଡ଼ିଗୁଡ଼ିକ ନିମନ୍ତେ ବୈଧ ପଞ୍ଜୀକରଣ ଓ ଫିଟନେସ ସାର୍ଟିଫିକେଟ ଏବଂ ଅଣବାଣିଜ୍ୟିକ ଗାଡ଼ିଗୁଡ଼ିକ ନିମନ୍ତେ ବୈଧ ପଞ୍ଜୀକରଣ(ରେଜିଷ୍ଟ୍ରେସନ) ସାର୍ଟିଫିକେଟ ବାଧ୍ୟତାମୂଳକା ଏହା ନ ଥିଲେ ଗାଡ଼ି ରାସ୍ତାରେ ଚାଲିବାକୁ ଅନୁମତିପ୍ରାପ୍ତ ନୁହୋଁ ଏଭଳି ଗାଡ଼ିଗୁଡ଼ିକ ପାଇଁ ଅନେକ ସମୟରେ ଦୁର୍ଘଟଣା ଘଟିବାର ନଜିର ମଧ୍ୟ ରହିଛିା ବୈଧ ଫିଟନେସ ଓ ପଞ୍ଜୀକରଣ ସାର୍ଟିଫିକେଟ ବିନା ଗଡ଼ୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲେ ଇନସ୍ୟୁରାନ୍ସ କମ୍ପାନି ପକ୍ଷରୁ ବୀମାରାଶି ମଧ୍ୟ ପ୍ରଦାନ କରିବାର ନିୟମ ନାହିାଁ ତେଣୁ ସଡ଼କ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ଗାଡ଼ିଗୁଡ଼ିକୁ ନିୟନ୍ତ୍ରଣ କରିବା ଓ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛିା
ସମସ୍ତ ଗାଡ଼ିର ଫିଟନେସ ଓ ପଞ୍ଜୀକରଣ ବୈଧତା ସଂପର୍କରେ ନିୟମିତ ଭାବେ ସଂପୃକ୍ତ ଅଞ୍ଚଳର ମୋଟର ଯାନ ନିରୀକ୍ଷକମାନେ ତଥ୍ୟ ସଂଗ୍ରହ କରିବୋ ବୈଧତା ଶେଷ ହୋଇଥିବା ଗାଡ଼ିର ମାଲିକଙ୍କ ଠିକଣା ଓ ଯୋଗାଯୋଗ ନମ୍ବର ସହ ରିପୋର୍ଟ ପ୍ରସ୍ତୁତ କରାଯିବା ଏଭଳି ଗାଡ଼ିଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯିବା ଯଦି ବୈଧ ଫିଟନେସ ଓ ପଞ୍ଜୀକରଣ ସାର୍ଟିଫିକେଟ ନ ଥିବା ଯୋଗୁଁ ଧରାପଡ଼ନ୍ତି ତେବେ ମୋଟର ଯାନ ଆଇନ ୧୯୮୮ର ଧାରା ୨୦୭ ଆଧାରରେ ସଂପୃକ୍ତ ଗାଡ଼ିକୁ ଜବତ କରାଯିବ ଏବଂ ଇ-ଚାଲାଣ ଜାରି କରାଯିବା ଫିଟନେସ ଓ ପଞ୍ଜୀକରଣ ବୈଧତା ସରିଯାଇଥିବା ଗାଡ଼ିଗୁଡ଼ିକର ତଥ୍ୟ ପ୍ରତି ମାସ ଆରଟିଓମାନଙ୍କ ପକ୍ଷରୁ ବସ୍/ଟ୍ରକ୍/ଟ୍ୟାକ୍ସି ଆଦି ସଂଘଙ୍କୁ ପଠାଯିବ ଏବଂ ଏଭଳି ଗାଡ଼ିକୁ ସଂଘ ପକ୍ଷରୁ ଅନୁମୋଦିତ ନ କରିବାକୁ ଅନୁରୋଧ କରାଯିବା
ଆରଟିଓମାନେ ଏହି ତଥ୍ୟକୁ ଟୋଲ୍ ଗେଟ୍ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପ୍ରଦାନ କରିବୋ ସଂପୃକ୍ତ ଗାଡ଼ିଗୁଡ଼ିକୁ ଟୋଲ୍ ଗେଟ୍ ଦେଇ ଯିବାକୁ ଅନୁମତି ନ ଦେବା ପାଇଁ ଅନୁରୋଧ କରାଯିବା ଏହି ତଥ୍ୟକୁ ଶିଳ୍ପ ସଂସ୍ଥାଗୁଡ଼ିକୁ ମଧ୍ୟ ପ୍ରଦାନ କରାଯିବା ଏଭଳି ବେଆଇନ ଗାଡ଼ିଗୁଡ଼ିକୁ ଚିହ୍ନଟ କରି ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ ନ କରିବାକୁ ଜଣାଇ ଦିଆଯିବା ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଏହି ନିୟମ ଆହୁରି ଅଧିକ କଠୋରତାର ସହ ଗ୍ରହଣ କରାଯିବ ବୋଲି କହିଛନ୍ତି ପରିବହନ କମିସନର ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି କୌଣସି ଅବହେଳା ବରଦାସ୍ତ କରାଯିବ ନାହିାଁ ଫିଟନେସ କିମ୍ବା ପଞ୍ଜୀକରଣ ନ ଥିବା କୌଣସି ବି ଗାଡ଼ିକୁ ଶିକ୍ଷାନୁଷ୍ଠାନ ଅନୁବନ୍ଧିତ କରିଥିଲେ ଜରିମାନା, ଗାଡ଼ି ଜବତ ବ୍ୟତୀତ ସଂପୃକ୍ତ ଗାଡ଼ି ମାଲିକ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରାଯିବା