Live Odisha Tv

ORMAS ପକ୍ଷରୁ ବୁଝାମଣା ପତ୍ର ସ୍ବାକ୍ଷରିତ

ଦକ୍ଷତା ବିକାଶ ତାଲିମ ପାଇଁ ORMAS ପକ୍ଷରୁ ୧୦ଟି ସଂସ୍ଥା ସହ ୧୩ ଗୋଟି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଏହି ଅବସରରେ ଗ୍ରାମ୍ଯ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ମାନ୍ଯବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମହୋଦୟ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଉକ୍ତ ପ୍ରୟାସକୁ ଉଚ୍ଚପ୍ରଶଂସା କରିଛନ୍ତି । ଏହା ମାଧ୍ଯମରେ ୧୭,୨୭୨ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । ଓଡ଼ିଶାର କୋଣ-ଅନୁକୋଣରେ ଦକ୍ଷତା ବିକାଶ ଓ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ପାଇଁ ସର୍ବଦା ପ୍ରୟାସ କରୁଥିବା ORMAS ଦ୍ଵାରା ଏହି ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ORMAS ପକ୍ଷରୁ  ୧୦ଟି ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହିତ ଦକ୍ଷତା ବିକାଶ ଦିଗରେ ରାଜ୍ୟରେ ଏହାକୁ ଏକ ଐତିହାସିକ ପଦକ୍ଷେପ ରୂପେ ଅଭିହିତ କରିଛନ୍ତି । ଏହା ଦ୍ଵାରା ୧୭,୨୭୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଥିବାରୁ ଏହାକୁ ନିଯୁକ୍ତି ଦିଗରେ ଏକ ଐତିହାସିକ ପ୍ରୟାସ ରୂପେ ବର୍ଣ୍ଣନା କରିବା ସହ ମାନ୍ୟବର ମନ୍ତ୍ରୀ ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାକୁ ଉତ୍ସାହିତ କରିଛନ୍ତି ।

ଓଡ଼ିଶାର ଯୁବକଯୁବତୀମାନେ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଦ୍ଵାରା ଆତ୍ମନିର୍ଭରଶୀଳ ହୋଇ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନର ସାରଥୀ ପାଲଟିବେ ବୋଲି ମତପ୍ରକାଶ କରିବା ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡ଼ିଆ ଅସ୍ମିତାକୁ ବୈଶ୍ୱିକ ପ୍ରତିଷ୍ଠା ଦେବା ଦିଗରେ ପ୍ରମୁଖ  ମାଧ୍ୟମ ପାଲଟିବ ବୋଲି ମନ୍ତ୍ରୀ ଶ୍ରୀ ନାଏକ ଅଭିହିତ କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ପାନୀୟ ଜଳ ଓ ସ୍ଵଚ୍ଛତା ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଶ୍ରୀ ଜ୍ଯୋତି ଅଧୂକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Digital Griot