Live Odisha Tv

ଆସନ୍ତାକାଲି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ତିନି ମାସ ହେବ ବଉଳା କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା କରାଯାଇଥିଲା। ଏବେ ଏହା ଶେଷ ପର୍ଯ୍ୟାୟରେ  ପହଞ୍ଚିଛି। ତେଣୁ ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ପୁନର୍ବାର ଭିତରକନିକା ଖୋଲିବାକୁ ଯାଉଛି ।

ଖାଲି ସେତିକି ନୁହେଁ ପ୍ରକୃତିର ସୁନ୍ଦରତାକୁ ଉପଭୋଗ କରିବା ପାଇଁ ସ୍କାଏ-ୱାକ୍ ବ୍ରିଜ୍ ନିର୍ମାଣ କରାଯାଇଛି। ୬୦୦ ମିଟର ଲମ୍ବ ଯାଏ ଏହି ସ୍କାଏ ୱାକ ନିର୍ମାଣ ହୋଇଛି। ଯାହା ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧ ତାରିଖ ଦିନ ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଆଉ ଏହି ସ୍କାଏ ୱାକରେ ପ୍ରତିଥରରେ ୨୦ ଜଣ ଲେଖାଏଁ ପର୍ଯ୍ୟଟକଙ୍କୁ ଛଡାଯିବା ବୋଲି ରାଜନଗର ବନ ବିଭାଗ ପକ୍ଷରୁ ଜଣାପଡିଛି ।

Digital Griot