ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ। ଦଳ ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇଛି। ଏଥିସହ ଦୀର୍ଘ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ ଅଷ୍ଟ୍ରେଲିଆକୁ ହରାଇବାର ସଫଳତା ପାଇଛି। ଭାରତ ୧୯୭୨ ଅଲିମ୍ପିକ୍ସରେ ଶେଷ ଥର ପାଇଁ ଅଷ୍ଟ୍ରେଲିଆକୁ ହକିରେ ହରାଇଥିଲା।
ଭାରତ ଯେତେଥର ବି ଅଷ୍ଟ୍ରେଲିଆକୁ ଭେଟିଥିଲା ସବୁବେଳେ ପରାଜିତ ହୋଇଥିଲା କିନ୍ତୁ ଆଜି ହରମନପ୍ରୀତ ସିଂହଙ୍କ କ୍ୟାପ୍ଟେନସିପରେ ଭାରତୀୟ ହକି ଟିମ ନୂଆ ରେକର୍ଡ କରିଛି। ଭାରତ ପକ୍ଷରୁ ଅଭିଷେକ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ବାକି ଦୁଇଟି ଗୋଲ ହରମନପ୍ରୀତଙ୍କ ଷ୍ଟିକରୁ ଆସିଛି। ଏହି ବିଜୟ ସହ ଭାରତ ଗ୍ରୁପ ବି’ର ଦ୍ୱିତୀୟ ସ୍ଥାନରେ ରହି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ସ୍ଥାନରେ ଅଲିମ୍ପିକ୍ସ ଚାମ୍ପିୟନ ବେଲଜିୟମ ରହିଛି।