Live Odisha Tv

ଶୋଭିତାଙ୍କ ସହ ନାଗା ଚୈତନ୍ୟଙ୍କ ନିର୍ବନ୍ଧ

ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ଗୁରୁବାର ନିର୍ବନ୍ଧ କରିଥିଲେ ସାଉଥ୍ ସୁପରଷ୍ଟାର ତଥା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ। କିଛି ସମୟ ପୂର୍ବରୁ ଖବର ମିଳିଥିଲା ଯେ, ଦୁହେଁ ଗୁରୁବାର ସନ୍ଧ୍ୟାରେ ହାଇଦ୍ରାବାଦରେ ନିର୍ବନ୍ଧ କରିବେ। ହେଲେ ପରେ ଜଣାପଡ଼ିଥିଲା ଯେ, ଗୁରୁବାର ସକାଳେ ଦୁହେଁ ନିର୍ବନ୍ଧ କରିଛନ୍ତି। ନାଗାର୍ଜୁନ ଦୁହିଁଙ୍କ ସହ ଉଠାଇଥିବା ଫଟୋ ସେୟାର କରି ଏହି ଖବର ଦେଇଥିଲେ।

ତେବେ ପୂର୍ବ ସ୍ବାମୀ ନିର୍ବନ୍ଧ କରିବା ପରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ପ୍ରତିକ୍ରିୟା କିଭଳି ରହିବ, ତାକୁ ସମସ୍ତେ ଅପେକ୍ଷା କରିଥିଲେ। ଏବେ ଅପେକ୍ଷାର ଅନ୍ତ ଘଟିଥିବା ବେ‌ଳେ ସାମନ୍ଥା ଇନଷ୍ଟାରେ ଏକ ଷ୍ଟୋରୀ ସେୟାର କରିଛନ୍ତି। ହେଲେ ଷ୍ଟୋରୀଟି ଚୈତନ୍ୟ ଓ ଶୋଭିତାଙ୍କୁ ନେଇ ନୁହେଁ ବରଂ ଭାରତୀୟ ହକି ଟିମକୁ ନେଇ ଥିବା ଦେଖାଯାଇଛି। ଭାରତୀୟ ହକି ଟିମ୍ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ସ୍ପେନକୁ ୨-୧ରେ ହରାଇ କ‌ାଂସ୍ୟ ଜିତିବା ଖୁସିରେ ସେ ଟିମ୍କୁ ଶୁଭେଚ୍ଛ‌ା ଜଣାଇଥିଲେ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଚୈତନ୍ୟଙ୍କୁ ଭୁଲି ସାମନ୍ଥା ଆଗକୁ ବଢ଼ିସାରିଛନ୍ତି।

ଚୈତନ୍ୟ ଓ ଶୋଭିତା ଗୁରୁବାର ସକାଳେ ନିର୍ବନ୍ଧ କରିିଥିଲେ। ନିର୍ବନ୍ଧର ଫଟୋ ସେୟାର କରି ନାଗାର୍ଜୁନ ଲେଖିଥିଲେ, “ଆମ ପୁଅ ନାଗା ଚୈତନ୍ୟଙ୍କ ନିର୍ବନ୍ଧ ଶୋଭିତା ଧୁଲିପାଲାଙ୍କ ସହ କରି ଆମେ ଆନନ୍ଦିତ। ଆଜି ସକାଳ ୯ଟା ୪୨ରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା!! ଆମ ପରିବାରକୁ ତାଙ୍କୁ ସ୍ୱାଗତ କରି ଆମେ ଅତ୍ୟଧିକ ଖୁସି। ଏହି ଦମ୍ପତିଙ୍କୁ ଅଭିନନ୍ଦନ! ସେମାନଙ୍କ ପାଇଁ ଆଜୀବନ ଭଲପାଇବା ଏବଂ ସୁଖ କାମନା କରୁଛି। ଭଗବାନ ଆଶୀର୍ବାଦ କରନ୍ତୁ!” ଅସୀମ ପ୍ରେମର ଆରମ୍ଭ।”

Digital Griot