ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଆପାର୍ଟମେଣ୍ଟରେ କଲ ସେଣ୍ଟର ଠାବ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କମିଶନରେଟ୍ ପୁଲିସ ଆବେଦନ କରିଛି । ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ଅଟନ୍ତି । ଅଧିକ ତଦନ୍ତ ପାଇଁ ପୁଲିସ ଟିମ୍ କୋଲକାତା ଗସ୍ତ କରିବେ ବୋଲି ଭୁବନେଶ୍ୱର ଡେପୁଟି ପୁଲିସ କମିଶନର ପିନାକ ମିଶ୍ର ସୂଚନା ଦେଇଛନ୍ତି ।
ଡିସିପି ପିନାକ ମିଶ୍ରଙ୍କ ସୂଚନା ମୁତାବକ, ସାଇବର ଠକେଇ ମାମଲାରେ ସାଇଣ୍ଟିଫିକ୍ ଓ ଟେକ୍ନିକାଲ ଅଫିସରଙ୍କୁ ନେଇ ସ୍ପେଶାଲ ଟିମ୍ ଗଠନ କରାଯାଇଛି । ଅଧିକ ତଦନ୍ତ ପାଇଁ ଗୋଟିଏ ଟିମ୍ ଖୁବ୍ଶୀଘ୍ର କୋଲକାତା ଗସ୍ତ କରିବ । ଏହି ଗ୍ୟାଙ୍ଗ୍ ସଫ୍ଟୱେର ଓ ଆଣ୍ଟିଭାଇରସ ଅପଲୋଡ କରିବାକୁ କହି ଲୋକଙ୍କ ସିଷ୍ଟମ୍ ହ୍ୟାକ୍ କରି ଠକୁଥିଲେ । ଏମିତିକି ଆମେରିକାର କିଛି ଲୋକଙ୍କୁ ମଧ୍ୟ ଚୂନ ଲଗାଇଛନ୍ତି । ଗ୍ୟାଙ୍ଗରେ ଟେକନିକାଲ ଟିମ୍ ସହ ଗ୍ରାଜୁଏଟ ପିଲା କାମ କରୁଥିଲେ । ଜବତ ସମସ୍ତ ସାମଗ୍ରୀକୁ ଫରେନ୍ସିକ ଲ୍ୟାବ୍ ପଠାଯାଇଛି । ଆବଶ୍ୟକ ସ୍ଥଳେ କେନ୍ଦ୍ରୀୟ ଏଜେନ୍ସି ସହ ଯୋଗାଯୋଗ କରାଯିବ ।
ଆପାର୍ଟମେଣ୍ଟରେ ବେଆଇନ କଲ ସେଣ୍ଟରେ ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଚଢ଼ାଉ କରାଯାଇଥିଲା । ଏମାନଙ୍କ କଷ୍ଟମର ସର୍ଭିସ ନାଁରେ ଲୋକଙ୍କୁ ଠକୁ ଥିଲେ । ଦେଶ ବ୍ୟାପୀ ଏମାନଙ୍କର ଏକ ରାକେଟ୍ ଚାଲିଥିବା ନେଇ ଡିସିପି କହିଛନ୍ତି । ଗତକାଲି ସୁନ୍ଦରପଦାରେ ଥିବା କାଞ୍ଚନ ଆପାର୍ଟମେଣ୍ଟରେ ୬ ଜଣ ଯୁବକ ପଶ୍ଚିମବଙ୍ଗରୁ ଆସି ଭଡ଼ାରେ ରହୁଥିଲେ । ସେଠାରେ ସେମାନେ ସେଠାରେ ଫେକ୍ କଲ୍ ସେଣ୍ଟର ଖୋଲିଥିଲେ । କମିଶନରେଟ୍ ପୁଲିସ ଚଢ଼ାଉ କରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜବତ କରିବା ସହିତ ମୋବାଇଲ ଜବତ କରି ସମ୍ପୃକ୍ତ ଯୁବକମାନଙ୍କୁ ଗିରଫ କରିଥିଲା ।