| | | | |

ରାଜ୍ୟରେ ଆଉ ଚାଲିପାରିବ ନାହିଁ ଡ୍ୟାନ୍ସ ବାର

ରାଜ୍ୟରେ ଆଉ ଡ୍ୟାନ୍ସ ବାର ଚାଲିପାରିବ ନାହିଁ । ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ପାଖରେ ଥିବା ମଦ ଦୋକାନଗୁଡ଼ିକୁ ବି ବନ୍ଦ କରାଯିବ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଜେପି ସରକାରଙ୍କ ଆଭିମୁଖ୍ୟ ପୂରା ସ୍ପଷ୍ଟ । ଯାହା କହୁଛୁ ସେଥିରେ ସ୍ପଷ୍ଟତା ଅଛି ଓ ତାକୁ କାର୍ଯ୍ୟରେ କରି ଦେଖାଇବୁ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଖୁବଶୀଘ୍ର ଏକ ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି, ଯେଉଁଥିରେ ରାଜ୍ୟରେ ସମସ୍ତ ଡ୍ୟାନ୍ସବାର ଚଳାଚଳକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ । ଏହା ଆମର ସଂସ୍କୃତି ନୁହେଁ । ସେହିପରି ପୂର୍ବ ସରକାର ସମୟରେ ବେଆଇନ ଭାବେ ଅନେକ ମଦଦୋକାନ ସ୍କୁଲକଲେଜ ଓ ମନ୍ଦିର ପାଖରେ ଖୋଲିଛି ।

ବିଜେପି ସରକାର ସେସବୁ ବନ୍ଦ କରିବେ ।ନିୟମ ଅନୁସାରେ ଧାର୍ଯ୍ୟ ଦୂରତ୍ୱ ରହିଲେ ହିଁ ସେସବୁ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ । ପୂର୍ବ ବିଜେଡି ସରକାର ସମୟରେ ହିଁ ରାଜ୍ୟରେ ବେଆଇନ ଓ ଚୋରା ମଦକାରବାର ବୃଦ୍ଧି ପାଇଛି । କିନ୍ତୁ ବିଜେପି ସରକାର ରାଜ୍ୟରେ ଏହି ଚୋରା ମଦକାରବାର ଉପରେ ସମ୍ପୂର୍ଣ୍ଣ ଲଗାମ ଦେବା ପାଇଁ ବଦ୍ଧ ପରିକର । ନୂଆ ଅବକାରୀ ନୀତିରେ ଏସବୁ ଉଲ୍ଲେଖ କରାଯିବ ।

ବିଜେଡି ସରକାରକୁ ସମାଲୋଚନା କରି ଶ୍ରୀ ହରିଚନ୍ଦନ କହିଥିଲେ ଯେ, ପୂର୍ବ ସରକାର ବେଆଇନ ମଦ କାରବାରକୁ ପ୍ରୋତ୍ସାହନ ଦେଉଥିଲା । କିନ୍ତୁ ବିଜେପି ସରକାର ସେଭଳି ହେବାକୁ ଦେବନି । ନୂଆ ଅବକାରୀ ନୀତି କାର୍ଯ୍ୟକ୍ଷମ ହେଲେ ବେଆଇନ ମଦ କାରବାର ନେଟୱାର୍କ ସମ୍ପୂର୍ଣ୍ଣ ଭୁଶୁଡ଼ିଯିବ । ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମଧ୍ୟ ସରକାରୀ ଜମିକୁ ଜବରଦଖଲ କରି ବେଆଇନ ଭାବେ ଖୋଲା ଯାଇଥିବା ମଦ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

Similar Posts

  • |

    କିମ୍‍ସରେ ମାଗଣା ଗ୍ରହଣଖଣ୍ଡିଆ ଅସ୍ତ୍ରୋପଚାର

    ଭୁବନେଶ୍ୱର : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ୍‍ ସାଇନ୍‍ସେସ୍‍(କିମ୍‍ସ)ରେ ଆସନ୍ତା ଅଗଷ୍ଟ ମାସରୁ ମାଗଣା ଗ୍ରହଣଖଣ୍ଡିଆ ଅସ୍ତ୍ରୋପଚାର କରାଯିବ। ସ୍ମାଇଲ୍‍ ଫାଉଣ୍ଡେସନ୍‍ ସହଯୋଗରେ କିମ୍‍ସରେ ଏହି ସେବା ଯୋଗାଇ ଦିଆଯିବାକୁ ଥିବା ବେଳେ ସମାଜର ସବୁବର୍ଗ ଏହାର ସୁବିଧା ନେଇପାରିବେ। କିମ୍‍ସରେ ବିଶ୍ୱ ପ୍ଲାଷ୍ଟିକ ସର୍ଜରୀ ଦିବସ ପାଳନ ଅବସରରେ ସୋମବାର କିମ୍‍ସ ମେଡ଼ିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଅମ୍ବିକା ପ୍ରସାଦ ମହାନ୍ତି, କିମ୍‍ସ ମେଡ଼ିକାଲ୍‍ ଅଧୀକ୍ଷକ ପ୍ରଫେସର ଆର.ସି.ଦାସ, କିମ୍‍ସ୍‍ ପରାମର୍ଶଦାତା ଡ଼ା.ଆର.ଏନ୍‍ ସାମନ୍ତ ଏବଂ ଡ଼ା.ପି.କେ…

  • | |

    ଆସନ୍ତାକାଲି ପହଞ୍ଚିବ ଇଲେକ୍ଟ୍ରିକ ଡବଲ ଡେକର ବସ୍

    ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ଦୁଇଟି ଡବଲ ଡେକର ବସ୍ ପହଞ୍ଚିବ। ଏହି ଖବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଦେଇଛନ୍ତି । ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ଏହି ସୁବିଧା କରାଯାଇଛି । ଆସନ୍ତାକାଲି ଭୁବନେଶ୍ୱରରେ ଦୁଇଟି ଗାଡ଼ି ପହଞ୍ଚିବା ପରେ ପରବର୍ତ୍ତୀ ସମୟରେ ଆଉ ୨ଟି ବସ୍ ମୁମ୍ବାଇରୁ ଆସିବ ବୋଲି ସୂଚନା ମିଳିଛି। ଏହି ଡବଲ ଡେକର ବସ୍ ପ୍ରବାସୀ ଭାରତୀୟ…

  • | | |

    କିଟରେ ପାଣିପାଗ ଓ ଜଳବାୟୁ ହାକାଥନ ଉଦ୍‍ଯାପିତ

    ଭୁବନେଶ୍ୱର : ଆମେରିକାର ସିଟି ୟୁନିଭରସିଟି ଅଫ୍‍ ନିଉୟର୍କ (କ୍ୟୁନି) ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦସ୍ଥିତ ଆମେରିକା କନ୍‍ସୁଲ୍‍ ଜେନେରାଲ, ମୁମ୍ବାଇସ୍ଥିତ ଆମେରିକା କନ୍‍ସୁଲ୍‍ ଜେନେରାଲ୍‍, କିଟ୍‍ ଓ କିସ୍‍ ମିଳିତ ଆନୁକୂଲ୍ୟରେ ୧୯ ତାରିଖରୁ ଚାଲିଥିବା ହାକାଥନ୍‍ ଶନିବାର ଉଦ୍‍ଯାପିତ ହୋଇଯାଇଛି । ପାଣିପାଗ ଓ ଜଳବାୟୁ ପରିବର୍ତ୍ତନ ଏବଂ ବାୟୁର ଗୁଣବତ୍ତା ସହିତ ଜଡ଼ିତ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । କ୍ୟୁନି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକଙ୍କ ସମେତ ଗୋଆ, ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଗୁଜୁରାଟ ଆଦି ଭାରତର ୧୬ଟି ରାଜ୍ୟର ବିଭିନ୍ନ…

  • | |

    ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସେ ବିରାଟ କୋହଲିଙ୍କ ବିରଳ ରେକର୍ଡକୁ ଅତିକ୍ରମ କରି ଯାଇଛନ୍ତି। ଏବେ ସେ ଛକା ମାରି ଭାରତ ପାଇଁ ମ୍ୟାଚ ଶେଷ କରିଥିବା ଖେଳାଳିଙ୍କ ତାଲିକାର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ପୂର୍ବରୁ ବିରାଟ କୋହଲିଙ୍କ ନାଁରେ ଏହି ରେକର୍ଡ ରହିଥିଲା। କିନ୍ତୁ ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦ରେ ପାଣ୍ଡ୍ୟା ଛକା ମାରି ମ୍ୟାଚ୍‌ ଶେଷ କରିବା କ୍ଷଣି ତାଙ୍କ ନାଁରେ ନୂଆ ରେକର୍ଡ…

  • | |

    ପୂଣ୍ୟତିଥିରେ ଭାରତରତ୍ନ କଲାମଙ୍କୁ ଶ୍ରଦ୍ଧାଞ୍ଜଳି

    ଭାରତର ଏକାଦଶ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଆଜି ହେଉଛି ପୂଣ୍ୟତିଥି। ଏହି ଅବସରରେ ଭାରତୀୟମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଭାରତବାସୀ ତାଙ୍କୁ ମନେ ପକାଉଛନ୍ତି। କଲାମଙ୍କ ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଏହି ସଭାରେ କଲାମଙ୍କ ଗୁଣଗାନ କରାଯାଉଛି। ସ୍ବର୍ଗତଃ କଲାମ ନିଜ ଜୀବନରେ ବହୁ ଦୁଃଖ ଦୁର୍ଦଶାର ସାମ୍ନା କରିଥିଲେ। ତଥାପି ସେ ନିଜ ଲକ୍ଷ୍ୟ ସ୍ଥଳରୁ ଓହରିନଥିଲେ। ସେ ତାଙ୍କ ଜୀବନ କାଳରେ ବହୁ ପୁସ୍ତକ ଲେଖିଥିଲେ।…

  • | |

    ରାଜଧାନୀରେ ମାତିଛନ୍ତି ହାଉସ୍ ରେଣ୍ଟ ବ୍ରୋକର୍

    ରାଜଧାନୀରେ ମାତିଛି ହାଉସ୍ ରେଣ୍ଟ ବ୍ରୋକର୍। OLXରେ ଘର ଭଡ଼ା ବିଜ୍ଞାପନ ଦେଇ ଗ୍ରାହକଙ୍କୁ ଲଗାଉଛି ଚୂନ। ଗୋଟିଏ ଘରକୁ ଏକାଧିକ ବ୍ୟକ୍ତିଙ୍କୁ ଦେଖାଇ ଲୁଟି ନେଇଛି ଲକ୍ଷାଧିକ ଟଙ୍କା। ଅଫଲାଇନ୍ ହେଉ କି ଅନଲାଇନ୍ ସବୁ ଫୋରମରେ ଦଲାଲ ସକ୍ରିୟ ରହିଛନ୍ତି। ଖାଲି ଭଡ଼ାଟିଆ ନୁହଁନ୍ତି, ଘର ମାଲିକଙ୍କୁ ମଧ୍ୟ ଚିଟିଂ କରିଛି। ଏନେଇ ଅଭିଯୋଗ ହେବା ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ଜାଲ ବିଛାଇଛି କମିଶନରେଟ୍‌ ପୁଲିସ୍‌। ଝାଡ଼ଖଣ୍ଡର ଶିଖା ଗୁପ୍ତା ଶର୍ମା ଜଣେ…