| |

ମିସ୍ ଇଣ୍ଡିଆ ଫାଇନାଲରେ ଓଡିଆ ଝିଅ ଅନନ୍ୟା

ଫେମିନା ମିସ୍ ଇଣ୍ଡିଆ ଫାଇନାଲରେ ଏଣ୍ଟ୍ରି କଲେ ଓଡିଆ ଝିଅ ଅନନ୍ୟା। ଏକମାତ୍ର ଓଡିଆ ଝିଅ ଭାବେ ମିସ୍ ଇଣ୍ଡିଆ ଫାଇନାଲରେ ସେ ଏଣ୍ଟ୍ରି କରିଛନ୍ତି। ଅଗଷ୍ଟ ୮ରେ କୋଲକାତାରେ ଆୟୋଜିତ ଇଷ୍ଟ ଜୋନ୍ ପାଇଁ ଆୟୋଜିତ ପ୍ରଥମ ଅଡିସନ୍‌ର ଟପ୍ ୫ରେ ସ୍ଥାନ ପାଇଥିଲେ। ଏହାପରେ ସେ ବର୍ତ୍ତମାନ ଫେମିନା ମିସ୍ ଇଣ୍ଡିଆ ଫାଇନାଲରେ ପହଂଚିଛନ୍ତି।

ଓଡିଶାର କଟକ ଜିଲ୍ଲାରେ ଅନନ୍ୟା ପଣ୍ଡାଙ୍କ ଘର। ପିଲାବେଳୁ ମଡେଲିଂ ପ୍ରତି ଅନନ୍ୟାଙ୍କ ଦୁର୍ବଳତା ରହିଥିଲା।  ଛୋଟ ବେଳରୁ ପ୍ରିୟଙ୍କା ଚୋପ୍ରାଙ୍କୁ ନିଜର ଆଇଡଲ ଭାବେ ମାନନ୍ତି ଅନନ୍ୟା। ମିସ୍ ଓଡିଶା ହେବା ପରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ଅନନ୍ୟା। ମିସ୍ ଇଣ୍ଡିଆ ପ୍ରତିଯୋଗିତା ପାଇଁ ନିଜର ୨ୟ ପ୍ରୟାସରେ ବାଜି ମାରିନେଇଛନ୍ତି ଅନନ୍ୟା। ଫେମିନା ମିସ୍ ଇଣ୍ଡିଆ ୨୦୨୪ର ଶ୍ରେଷ୍ଠ ୧୫ ଜଣିଆ ତାଲିକାରେ ଅନନ୍ୟାଙ୍କ ନାଁ ବାହାରିଛି। ଯାହା ଓଡିଶା  ପାଇଁ ଗର୍ବର ବିଷୟ।

Similar Posts