Live Odisha Tv

ମେକ୍ସିକୋକୁ ମିଳିଛି ପ୍ରଥମ ମହିଳା ରାଷ୍ଟ୍ରପତି

ମେକ୍ସିକୋକୁ ମିଳିଛି ତାର ପ୍ରଥମ ମହିଳା ରାଷ୍ଟ୍ରପତି । କ୍ଲାଉଡିୟା ଶୀନବାମ ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଛନ୍ତି । ଦେଶର ରାଜଧାନୀ ମେକ୍ସିକୋ ସିଟିରେ ସେ ୬୬ତମ ରାଷ୍ଟ୍ରପତିଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏକ ଦେଶରେ ଜଟିଳ ପରିସ୍ଥିତିରେ ଦାୟିତ୍ୱ ନେଇଛନ୍ତି ।

ମେକ୍ସିକୋରେ ଅପରାଧ ଏବଂ ହିଂସା ବୃଦ୍ଧି ପାଇଥିବାବେଳେ କ୍ଲାଉଡିୟା ରାଷ୍ଟ୍ରପତି ହୋଇଛନ୍ତି । ଶପଥ ନେବା ପରେ ସେ କହିଛନ୍ତି ଯେ ଦେଶରେ ବଢୁଥିବା ହିଂସା ଏବଂ ଅପରାଧକୁ ମୂଳୋତ୍ପାଟନ କରିବା ପାଇଁ କୌଣସି ଗୋଟିଏ ବି ସୁଯୋଗ ହାତଛଡ଼ା କରିବେ ନାହିଁ । ଏଥିପାଇଁ ସେ ‘ସାମାଜିକ ନୀତି’ ବ୍ୟବହାର କରିବେ । ଶୀନବାମ ଆଣ୍ଡ୍ରେସ୍ ମୈନୁଅଲଙ୍କ ସ୍ଥାନ ନେଇଛନ୍ତି । ୬୨ ବର୍ଷିୟା ଶୀନବାମ ଆଗାମୀ ୬ ବର୍ଷ ଯାଏଁ ରାଷ୍ଟ୍ରପତି ପଦ ସମ୍ଭାଳିବେ ।

କ୍ଲାଉଡିୟା ଶୀନବାମ ଜଣେ ବିଶିଷ୍ଟ ବୈଜ୍ଞାନିକରୁ ରାଜନୈତିକ ହୋଇଛନ୍ତି । ରାଷ୍ଟ୍ରପତି ହେବା ପୂର୍ବରୁ  ସେ ମେକ୍ସିକୋର ମେୟର ରହି ସାରିଛନ୍ତି ।

Digital Griot