| | |

ପୁଣି ଖୋଲିଲା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର: ଦୁଃଖୀରଙ୍କୀଙ୍କ ଦୁଃଖ ଶୁଣିଛନ୍ତି ଲୋକଙ୍କ ସରକାର ମୋହନ ସରକାର । କିଛି ଦିନ ପାଇଁ ବନ୍ଦ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଆଜି ପୁଣି ଥରେ ଖୋଲିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଲୋକଙ୍କ ଅଭିଯୋଗ ଶୁଣିବା ସହିତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ମୋହନ ସରକାର ଦାୟିତ୍ୱ ନେବା ପରେ ଏହା ହେଉଛି ପଞ୍ଚମ ଜନ ଶୁଣାଣି । ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ତେବେ ଆଜିଠାରୁ ଏହା ପୁଣି ଥରେ ଆରମ୍ଭ ହୋଇଛି । ଗତ ଅକ୍ଟୋବର ୨୮ ତାରିଖ ପାଇଁ ପଞ୍ଜିକରଣ କରିଥିବା ଆବେଦନକାରୀଙ୍କର ଆଜି ଶୁଣାଣି ହୋଇଛି । ଏ ନେଇ ବିଜ୍ଞପ୍ତି ମାଧ୍ୟମରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା  l ପଞ୍ଜିକରଣ କରିଥିବା ଲୋକମାନେ ସେମାନଙ୍କର ରେଜିଷ୍ଟ୍ରେସନ୍ ସ୍ଲିପ ଓ ବ୍ୟକ୍ତିଗତ ପରିଚୟ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଁଚିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଲୋକଙ୍କ ଅଭିଯୋଗର ଶୁଣାଣୀ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ କହିଛନ୍ତି, “ଆଜି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଦିବ୍ୟାଙ୍ଗ ଏବଂ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲି। ଲୋକଙ୍କ ସରକାର ସେମାନଙ୍କ ସମସ୍ଯାର ତୁରନ୍ତ ସମାଧାନ ପାଇଁ ପ୍ରତିବଦ୍ଧ । ଏହାକୁ ବିଶେଷ ଗୁରୁତ୍ଵ ଦେବା ନିମନ୍ତେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି”।

ଅଭିଯୋଗ ଶୁଣାଣି ପାଇଁ ୧୦୦୦ ପଞ୍ଜିକରଣ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୫୬୦ ଲୋକଙ୍କ ସମସ୍ୟା ଶୁଣୁଛନ୍ତି ମୋହନ ସରକାର । ୩୧ ଜଣ ଦିବ୍ୟାଙ୍ଗଙ୍କୁ ମୁଖ୍ୟମନ୍ତ୍ରୀ ସିଧାସଳଖ ଭେଟିଛନ୍ତି । ସମସ୍ୟା ଶୁଣିଛନ୍ତି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । କାହା ଘରେ ଇଲେକ୍ଟ୍ରିକ୍  ନାହିଁ, କାହାର ରାସନ୍ କାର୍ଡ ନାହିଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରେ ଖଣ୍ଡେ ପାଇନି, କାହାର ପାଣି ସମସ୍ୟା ଅଛି, ଏଭଳି ସମସ୍ୟା ପ୍ରାୟ ଆସୁଥିବାବେଳେ ୮୦ ପ୍ରତିଶତ ସମାଧାନ ପାଇଁ ପ୍ରଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି ।

Similar Posts

Leave a Reply

Your email address will not be published. Required fields are marked *