| | |

କିଟ୍‍ ରେ ମିନତି ମହାପାତ୍ର ସାଇକଲ ଭେଲୋଡ୍ରୋମ୍‍ ଉଦ୍‍ଘାଟିତ

ଭୁବନେଶ୍ୱର : କିଟ୍‍ ରେ ଭାରତର ପ୍ରଥମ ଅନ୍ତର୍ଜାତୀୟସ୍ତରର ସାଇକ୍ଲିଂ ଭେଲୋଡ୍ରୋମ୍‍ ମିନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ୍‍ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟଙ୍କ ଦ୍ୱାରା ଆଜି ଉଦ୍‍ଘାଟିତ ହୋଇଯାଇଛି । ଭାରତର ପ୍ରଥମ ମହିଳା ସାଇକ୍ଲିଷ୍ଟସାଇକ୍ଲିଂରେ ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ବିଜେତା ସ୍ୱନାମଧନ୍ୟ ସାଇକ୍ଲିଷ୍ଟ ମିନତି ମହାପାତ୍ରଙ୍କ ନାମରେ ଏହି ଭେଲୋଡ୍ରୋମ ନାମିତ କରାଯାଇଛି । ୨୫୦ ମିଟର ବିଶିଷ୍ଟ ଏହି କଂକ୍ରିଟ୍‍ ଭେଲୋଡ୍ରୋମ ଭାରତର ପ୍ରଥମ ଅନ୍ତର୍ଜାତୀୟ ଭେଲୋଡ୍ରୋମ୍‍ ବୋଲି କୁହାଯାଉଛି । ଭେଲୋଡ୍ରୋମ୍‍କୁ ଉଦ୍‍ଘାଟନ କରି କେନ୍ଦ୍ର ମନ୍ତ୍ରୀ ଡ. ମାଣ୍ଡବ୍ୟ କହିଲେମୁଁ କିଟ୍‍ ଓ କିସ୍‍ ପରିଦର୍ଶନ କରିବା ପରେ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ସାକାର ହୋଇଥିବା ଦେଖିବାକୁ ପାଉଛି । ଚାଣକ୍ୟଙ୍କ ଉକ୍ତିର ଉଦାହରଣ ଦେଇ ସେ ଦେଶର ଭବିଷ୍ୟତ ଗଠନରେ ଶିକ୍ଷାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଛାତ୍ରଛାତ୍ରୀମାନେ ହେଉଛନ୍ତି ଏ ଦେଶର ଭବିଷ୍ୟତ । ଦେଶର ଏହି ଭବିଷ୍ୟତମାନଙ୍କୁ ଗଢ଼ିବାରେ ଅଚ୍ୟୁତ ସାମନ୍ତଙ୍କ ଭଳି ଜଣେ ଦକ୍ଷ ଓ ନିଷ୍ଠାପର ଶିକ୍ଷାବିତ୍‍ଙ୍କ କାର୍ଯ୍ୟଧାରାରେ ଆନନ୍ଦିତ ବୋଲି ସେ କହିଥିଲେ । ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ ଧ୍ୟାନ ଦେଉଛନ୍ତି । ସେମାନଙ୍କୁ ଦେଶର ଜଣେ ଜଣେ ଦାୟିତ୍ୱବାନ ନାଗରିକ ଭାବେ ଏଠାରେ ଗଢ଼ି ତୋଳାଯାଉଛି । ମୁଁ ଯେଉଁଠିକୁ ବି ଯିବି ସେଠାରେ କିସ୍‍ ରେ ଯେଉଁ ସବୁ କାର୍ଯ୍ୟଧାରା ଚାଲୁରହିଛି ଓ କିସ୍‍ର ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଜ୍ଞାନ ସମ୍ପର୍କରେ ନିଶ୍ଚିତ ଭାବେ କହିବି ।ସ୍ୱାଗତ ଭାଷଣ ଦେଇ ଶ୍ରୀ ସାମନ୍ତ କହିଲେକିଟ୍‍ ଓ କିସ୍‍ ସବୁବେଳେ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦେଇ ଆସିଛି । ଏଠାରେ ଗୋଟିଏ ସ୍ଥାନରେ ଥିବା କ୍ରୀଡ଼ା ଭିତ୍ତିଭୂମି ଦେଶର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳି ନଥାଏ । ଭବିଷ୍ୟତରେ କିଟ୍‍ ଓ କିସ୍‍ର କ୍ରୀଡ଼ା ଭିତ୍ତିଭୂମିକୁ ଦ୍ୱିଗୁଣିତ କରାଯିବ ବୋଲି ସେ କହିଥିଲେ । ସାଇକ୍ଲିଷ୍ଟ ମିନତି ମହାପାତ୍ର କହିଲେମୋତେ ଏଭଳି ଭାବେ ସମ୍ମାନୀତ କରାଯାଇଥିବାରୁ ମୁଁ କିଟ୍‍କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଉଛି । ଶ୍ରୀ ସାମନ୍ତ ସବୁବେଳେ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରିଆସୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଇକ୍ଲିଂ ଫେଡେରେସନ୍‍ ଅଫ୍‍ ଇଣ୍ଡିଆର ମହାସଚିବ ମନିନ୍ଦର ପାଲ ସିଂହଓଡ଼ିଶା ସାଇକ୍ଲିଂ ଆସୋସିଏସନ୍‍ର ସମ୍ପାଦକ ପ୍ରସନ୍ନ କୁମାର ରାଉତକିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହକିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ତ୍ରୀ ଡ. ମାଣ୍ଡବ୍ୟ ଦୀର୍ଘ ୨ ଘଣ୍ଟା ଧରି କିଟ୍‍ ଓ କିସ୍‍ର ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ଦେଖିବା ସହ କ୍ରୀଡ଼ାବିତ୍‍ଙ୍କ ସହ ଭାବ ବିନିମୟ କରିଥିଲେ ।

Similar Posts

Leave a Reply

Your email address will not be published. Required fields are marked *