| |

ମାଟ୍ରିକ ପ୍ରଶ୍ନପତ୍ରରେ ବାର୍ କୋଡ୍‌ ବ୍ୟବସ୍ଥା

କଟକ :  ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ବୋର୍ଡର ବଡ଼ ପଦକ୍ଷେପ। ଚଳିତ ବର୍ଷ ବୋର୍ଡ ପକ୍ଷରୁ ହେବାକୁ ଯାଉଥିବା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ବାର୍ କୋଡ୍‌ ସହ ୱାଟର ମାର୍କ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ହୋଇଛି। ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ, କେଉଁଠୁ ହୋଇଛି ଜଣାପଡ଼ିବ।ବର୍ତ୍ତମାନ ପରୀକ୍ଷା ମୂଳକ ଭାବରେ ଓଡିଶା ସେକେଣ୍ଡାରୀ ହାଇସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ OSSTETରେ ଏହାକୁ ପ୍ରଶ୍ନ ପତ୍ରରେ ବ୍ୟବହାର କରାଯାଇଛି। ଆସନ୍ତା ୧୭ ତାରିଖରେ ପରୀକ୍ଷା ଅଛି ଯଦି ସଫଳତା ମିଳେ ତେବେ ମାଟ୍ରିକପରୀକ୍ଷାରେ ମଧ୍ୟ ଏହାକୁ ଲାଗୁ କରାଯିବାକୁ ବ୍ୟବସ୍ଥା କରାଯିବ। ଏନେଇ  ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଚଳିତ ଥର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନମ୍ବରିଂ ବ୍ୟବସ୍ଥା କରାଯିବ। ପ୍ରଶ୍ନପତ୍ରକୁ ନମ୍ବରିଂ କରାଯିବା ସହ ଏଥିରେ ବାର୍ କୋଡ୍‌ ସହ ସିକ୍ୟୁରିଟି କୋଡ୍ ମଧ୍ୟ ରହିବ ଆଉ ୱାଟର ମାର୍କ ଲାଗିବ।

ସୂଚନାଯୋଗ୍ୟ ଚଳିତ ବର୍ଷ ଫେବ୍ରୁଆରୀ ୨୧ରୁ ମାଟ୍ରିକ୍  ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ । ଫେବ୍ରୁଆରୀ ୨୧ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ। ୨୪ ତାରିଖରେ ଦ୍ବିତୀୟ ଭାଷା ଇଂରାଜୀ ପରୀକ୍ଷା, ୨୭ ତାରିଖରେ ଗଣିତ, ମାର୍ଚ୍ଚ  ୧ ରେ ବିଜ୍ଞାନ, ୩ ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ୬ ତାରିଖରେ ତୃତୀୟ ଭାଷା ହିନ୍ଦୀ ଏବଂ ସଂସ୍କୃତ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସକାଳ ୯ଟାରୁ  ଆରମ୍ଭ ହୋଇ ଦିନ ୧୧ ଟା ୩୦ ମିନିଟରେ ଶେଷ ହେବ। ଗଣିତ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ ସମୟ ପ୍ରଦାନ କରାଯାଇଛି। ଅର୍ଥାତ ଗଣିତ ପରୀକ୍ଷା ଦିନ ସକାଳ ୯ରୁ ଆରମ୍ଭ ହୋଇ ଦିନ ୧୧ ଟା ୪୫ ମିନିଟରେ ଶେଷ ହେବ।

Similar Posts

Leave a Reply

Your email address will not be published. Required fields are marked *