Live Odisha Tv

୨୫ ସୁଦ୍ଧା ନୂଆ ସଭାପତିଙ୍କ ନା ଘୋଷଣା

କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ । ସୋମବାର ଦିଲ୍ଲୀରେ କୋର କମିଟି ବୈଠକରେ ଆଲୋଚନା ରାଜ୍ୟ ସଂଗଠନ ନିର୍ବାଚନ ନେଇ ହୋଇଛି ଆଲୋଚନା । ଯେଉଁଥିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ଆଦି ନେତା ଉପସ୍ଥିତ ଥିଲେ । ରାଜ୍ୟରେ ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା ସହ ନୂଆ ମଙ୍ଗୁଆଳ କିଏ ହେବ ତାକୁ ନେଇ ଆଲୋଚନା ହୋଇଛି ।

ସେହିପରି ରାଜ୍ୟରୁ ଯାଇଥିବା ଜିଲ୍ଲା ସଭାପତିଙ୍କ ତାଲିକାକୁ ନେଇ ବି ବିଚାର ବିମର୍ଶ ହୋଇଛି । ଦୁଇ ଦିନ ଭିତରେ ଆସିପାରେ ଚୂଡାନ୍ତ ହୋଇଥିବା ଜିଲ୍ଲା ସଭାପତିଙ୍କ ନାମ । ପରେ ରାଜ୍ୟ ସଭାପତିଙ୍କ ନାମ ଘୋଷଣା ହେବ । ୨୫ ସୁଦ୍ଧା ନୂଆ ସଭାପତି ଙ୍କ ନା ଦଳ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି। ତେବେ ନୂଆ ସଭାପତି କିଏ ହେବ ଏବେ ଏହା ବଡ଼ ପ୍ରଶ୍ନ । ମନମୋହନ ରିପିଟ ହେବେ ନା ଆଉ କିଏ ଧରିବେ ମଙ୍ଗ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Digital Griot