Live Odisha Tv

ଅରବିନ୍ଦଙ୍କ ପାଇଁ ଆନ୍ଦୋଳନ କରିବ ଇଣ୍ଡିଆ ମେଣ୍ଟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲଙ୍କ ପାଇଁ ବାହାରିଲା ଇଣ୍ଡିଆ ମେଣ୍ଟ । ଇଣ୍ଡିଆ ବ୍ଲକ ଅରବିନ୍ଦଙ୍କ ପାଇଁ ଏକ ଏକ ବଡ ଆନ୍ଦୋଳନ କରିବାକୁ ଦେଇଛି ଆହ୍ୱାନ । ବର୍ତ୍ତମାନ କେଜରିବାଲ ଜେଲରେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ହେଲେ ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି । ଏହାକୁ ନେଇ କେନ୍ଦ୍ର ବିରୋଧରେ ଇଣ୍ଡିଆ ବ୍ଲକ ଜୁଲାଇ ୩୦ରେ ଜନ୍ତରମନ୍ତରରେ ଆନ୍ଦୋଳନ ଦେବାକୁ ଘୋଷଣା କରିଛି ।

ଆପ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇ ଆସୁଛି କି, ଜେଲରେ କେଜରିବାଲଙ୍କୁ ହତ୍ୟା କରିବାକୁ ବିଜେପି ଚାହୁଁଛି । ଜୁନ ୩ରୁ ଜିଲାଇ ୭ ମଧ୍ୟରେ ତାଙ୍କ ଡାଇବେଟିସ ୨୬ଥର ହ୍ରାସ ପାଇଛି । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଜେଲ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନାହାନ୍ତି । ଏହି ପ୍ରସଙ୍ଗରେ ବିଜେପି ବିରୋଧରେ ଇଣ୍ଡିଆ ମେଣ୍ଟ ବଡ ଆନ୍ଦୋଳନର ଆହ୍ୱାନ ଦେଇଛି ।

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି କେଜ୍ରିବାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରିଥିଲା । ଇଡିର ମନି ଲଣ୍ଡରିଂ ମାମଲାରେ ସୁପ୍ରିମ କୋର୍ଟ ତାଙ୍କୁ ଜାମିନ ଦେଇଥିବା ବେଳେ ତାଙ୍କୁ ସିବିଆଇ ଗିରଫ କରିଛି । ଏହି ମାମଲାକୁ ନେଇ କେଜରିବାଲଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଛି । ମମଲା ଆସନ୍ତା ସୋମବାର ଶୁଣାଣି ହେବ ।

Digital Griot