Live Odisha Tv

କ୍ୟାଟ୍ରିନାଙ୍କ ଗୀତରେ ନାଚି‌ଲେ ମନୁ ଭାକର

ନୂଆଦିଲ୍ଲୀ : ଭାରତର ତାରକା ମହିଳା ସୁଟର ମନୁ ଭାକର ପ୍ୟାରିସ୍ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତି ଦେଶକୁ ଫେରିଛନ୍ତି। ଏହାପରେ ତାଙ୍କୁ ଭେଟିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ତାଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ନିକଟରେ ମନୁଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଲୋକେ ବାରମ୍ବାର ଦେଖିବା ସହିତ ନିଜନିଜ ଆକାଉଣ୍ଟରେ ସେୟାର କରୁଛନ୍ତି। ମନୁ ଚେନ୍ନାଇର ଭେଲାମଲ୍ ନେକ୍ସସ୍ ସ୍କୁଲରେ ପହଞ୍ଚିଥିଲେ। ଏଠାରେ ମନୁଙ୍କ ସମ୍ମାନାର୍ଥେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମନୁ ଛାତ୍ରଛାତ୍ରୀମାନଙ୍କ ସହ ଖୁବ ମଜାମସ୍ତି କରିଥିଲେ।

ଏହି କ‌ାର୍ଯ୍ୟକ୍ରମରେ ମନୁ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଲୋକପ୍ରିୟ ଗୀତ ‘କାଲା ଚାଷମା’ରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସହ ନାଚୁଥିବାର ନଜର ଆସିଥିଲେ। ପ୍ରଥମ ଥର ପାଇଁ ମନୁଙ୍କୁ ଏଭଳି ରୁପରେ ଦେଖି ଲୋକେ ଖୁସି ହୋଇଯାଇଛନ୍ତି ଏବଂ ପ୍ରତିକ୍ରିୟା ଦେଇ କହିଛନ୍ତି,  ସୁଟର ମନୁ ପ୍ୟାରିସ ଅଲିମ୍ପିକ୍ସ ଭଳି ସ୍ଥାନରେ ସୁନ୍ଦର ଭାବେ ଖେଳ ପ୍ରଦର୍ଶନ କରି ଆମ ଦେଶର ନାମ ରଖିଥିବା ସମସ୍ତେ ଜାଣିଛନ୍ତି। ଏଥିସହିତ ସେ ଏମିତି ସୁନ୍ଦର ଭାବେ ନୃତ୍ୟ ବି କରି ପାରନ୍ତି ତାହା ଖୁବ କମ ଲୋକ ଜାଣିଥିଲେ। ସାବାସ ମନୁ। ଆପଣ ହେଉଛନ୍ତି ଦେଶର ସୁନା ଝିଅ।’

Digital Griot