ବ୍ୟବସାୟ

ତାଜା ଖବର

ନୋଏଲ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ:  ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ । ନୋଏଲଙ୍କୁ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।ସ୍ୱର୍ଗତ ରତନ ଟାଟାଙ୍କ ମୃତ୍ୟୁ ପରେ ଏହି ଦାୟିତ୍ୱ ତାଙ୍କୁ ଦିଆଯାଇଛି। ସ୍ୱର୍ଗତ ରତନ ଟାଟାଙ୍କ ଦେହାନ୍ତ ପରେ ଏହି ଦାୟିତ୍ ନୋଏଲ୍ ଟାଟାଙ୍କୁ ଦିଆଯାଇଛି। 1991 ରେ ଯେତେବେଳେ ରତନ ଟାଟାଙ୍କୁ ଟାଟା ଗ୍ରୁପର ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା, ସେତେବେଳେ ସେ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ହୋଇଥିଲେ । ବର୍ତ୍ତମାନ ଟାଟା

Read More »
ତାଜା ଖବର

ସର୍ବୋଚ୍ଚ ରେକର୍ଡ ସ୍ତରରେ ସୁନା ଦର

ରେକର୍ଡ କଲା ସୁନା ଦର। ସର୍ବୋଚ୍ଚ ରେକର୍ଡ ସ୍ତରରେ ସୁନାର ଦାମ। ଆଜି ସୁନାର ଦାମ ଆଉ ୨୫୦ ଟଙ୍କା ମହଙ୍ଗା ହୋଇଛି। ଫଳରେ ୧୦ ଗ୍ରାମ ସୁନାର ଦାମ ୭୮,୭୦୦ ଟଙ୍କାରେ ପହଞ୍ଚିଛି। ଏହା ସର୍ବକାଳୀନ ରେକର୍ଡ। ଶୁକ୍ରବାର ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ ୧୦ ଗ୍ରାମ ପିଛା ୭୮,୪୫୦ ଟଙ୍କା ଥିଲା। ତେବେ ରୁପାର ଦାମ ଆଜି ପ୍ରାୟ ୨୦୦ ଟଙ୍କା ଶସ୍ତା ହୋଇଛି। ଶୁକ୍ରବାର ୧ କେଜି ରୁପାର ଦାମ ୯୪,୨୦୦ ଟଙ୍କା ଥିଲା।

Read More »
ତାଜା ଖବର

ଜାନୁୟାରୀ ୨୮ରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ

ଆସନ୍ତାବର୍ଷ ଜାନୁୟାରୀ ୨୮ ଓ ୨୯ତାରିଖରେ ଉତ୍କର୍ଷ ଓଡ଼ିଶା -୨୦୨୫ କନକ୍ଲେଭ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରିବା ଆମର ଲକ୍ଷ୍ୟ ରଖିଛୁ ଓ ୧୦୦ ଦିନ ଭିତରେ ୪୫ ହଜାର କୋଟି ଟଙ୍କାର ପୁଞ୍ଜି ଓଡ଼ିଶାକୁ ଆସିସାରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ଗଣମାଧ୍ୟମକୁ

Read More »
ଅପରାଧ

ଭାରତରେ ଟେଲିଗ୍ରାମ ଆପ ହୋଇପାରେ ବ୍ୟାନ୍‌

ବଢୁଛି ଟେଲିଗ୍ରାମ ମେସେଜିଂ ଆପର ଅଡୁଆ | ଡାଟା ଚୋରି ଅଭିଯୋଗରେ ଭାରତରେ ହୋଇପାରେ ବ୍ୟାନ୍‌ | ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ମେସେଜିଂ ଆପ୍ ଉପରେ ଭାରତ ସରକାର ଯାଞ୍ଚ କରୁଛନ୍ତି । ଟେଲିଗ୍ରାମର ସିଇଓ ପାୱେଲ୍ ଡୁରୋବ ଡାଟା ଚୋରି କିମ୍ବା ଜୁଆ କାରବାରରେ ଆପ୍ ଜଡ଼ିତ ଥିବା ଅଭିଯୋଗରେ ଗିରଫ ହୋଇଥିବାବେଳେ ଅଭିଯୋଗର ସତ୍ୟାସତ୍ୟ ଉପରେ ତଦନ୍ତ ଚାଲିଛି । ପ୍ୟାରିସର ବାହରୱାର୍ଗେଣ୍ଟ ବିମାନ ବନ୍ଦରରେ ଟେଲିଗ୍ରାମର ପ୍ରତିଷ୍ଠାତା ଏବଂ ସିଇଓ

Read More »
ତାଜା ଖବର

ଜିଏସଟି ଆଦାୟରେ ୧୦ ପ୍ରତିଶତ ଅଭିବୃଦ୍ଧି

ନୂଆଦିଲ୍ଲୀ : ଅଗଷ୍ଟରେ ମୋଟ ଜିଏସଟି ଆଦାୟ ୧୦ ପ୍ରତିଶତ ଅଭିବୃଦ୍ଧି ସହ ୧.୭୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଗତ ମାସ ଅଗଷ୍ଟମାସରେ ଉଲ୍ଲେଖନୀୟ ଜିଏସଟି ଆଦାୟ ହୋଇଛି ଏବଂ ଜିଏସଟି ସଂଗ୍ରହର ଏହି ତଥ୍ୟ ସବୁ କ୍ଷେତ୍ରରେ ସାମଗ୍ରୀ ଓ ସେବା ଟିକସ ବୃଦ୍ଧି ଦେଖାଉଛି। ଜିଏସଟି ଆଦାୟ ମଧ୍ୟରେ କେନ୍ଦ୍ରୀୟ ଜିଏସଟି (ସିଜିଏସଟି), ରାଜ୍ୟ ଜିଏସଟି (ଏସଜିଏସଟି) ଏବଂ ସମନ୍ୱିତ ଜିଏସଟି (ଆଇଜିଏସଟି)

Read More »
ତାଜା ଖବର

ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ:  ଉପଭୋକ୍ତାଙ୍କ ଉପରେ ପୁଣି ମହଙ୍ଗା ମାଡ଼ ହୋଇଛି। ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ସଂଶୋଧିତ ହାର ଅନୁଯାୟୀ ୧ ସେପ୍ଟେମ୍ବରଠାରୁ ବ୍ୟବସାୟିକ  ଗ୍ୟାସ ସିଲିଣ୍ଡରର ଦରରେ ୩୯  ଟଙ୍କା ବୃଦ୍ଧି କରାଯାଇଛି। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ସେପ୍ଟେମ୍ବର ୧ ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ବର୍ଦ୍ଧିତ ଦରରେ ଉପଲବ୍ଧ ହେବ। ତେବେ କମ୍ପାନୀଗୁଡିକ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ

Read More »
ଦେଶ ବିଦେଶ

ଓଡ଼ିଶାରେ ୨ଟି ସ୍ଥାନରେ ସୁନା ଖଣିର ସନ୍ଧାନ

ଓଡ଼ିଶାରେ ୨ଟି ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଛି । ଆଉ ୧୦ଟି ସ୍ଥାନରେ ସୁନା ଖଣି ଚିହ୍ନଟ ପାଇଁ ଅନୁସନ୍ଧାନ ଜାରି ରହିଛି । ଏବେ ଗୋଟିଏ ସୁନା ଖଣି ଥିବା ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଆଉ ଗୋଟିଏ ଖଣିର ମାନ ଓ ପରିମାଣ ନିର୍ଦ୍ଧାରଣ କରାଯାଇନଥିବାରୁ ତା’ର ଉତ୍ତୋଳନ ପାଇଁ କୌଣସି ଯୋଜନା ହୋଇନାହିଁ ବୋଲି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି । ଆଜି

Read More »
ତାଜା ଖବର

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ

ଧନୀ ତାଲିକାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଆଗେଇ ଯାଇଛନ୍ତି ଗୌତମ ଆଦାନୀ। ବର୍ତ୍ତମାନ ଭାରତର ସବୁଠୁ ଧନୀ ହେଉଛନ୍ତି ଗୌତମ ଆଦାନୀ। ତାଙ୍କ ସମ୍ପତ୍ତି ମୂଲ୍ୟ 11.6 ଲକ୍ଷ କୋଟି ଟଙ୍କା। ହୁରୁନ ଇଣ୍ଡିଆ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହି ସଂସ୍ଥା ଜୁଲାଇ 31, 2024 ପର୍ଯ୍ୟନ୍ତ ସମ୍ପତ୍ତି ହିସାବ କରି ତାଲିକା ପ୍ରକାଶ କରିଛି। ଆଦାନୀ ପ୍ରଥମରେ ଏବଂ ଅମ୍ବାନି ଦ୍ୱିତୀୟରେ ଥିବାବେଳେ ଗତ ବର୍ଷ ମଧ୍ୟରେ ଭାରତରେ ପ୍ରତି ପାଞ୍ଚ ଦିନରେ

Read More »
ତାଜା ଖବର

୧୦ ରାଜ୍ୟରେ ପ୍ରତିଷ୍ଠା ହେବ ଶିଳ୍ପ ସ୍ମାର୍ଟ ସହର

ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି। କେନ୍ଦ୍ର ସରକାର ଦେଶର ୧୦ ରାଜ୍ୟରେ ପ୍ରତିଷ୍ଠା କରିବେ ୧୨ଟି ଶିଳ୍ପ ସ୍ମାର୍ଟ ସହର। ଏଥିପାଇଁ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ(ଏନଆଇସିଡିପି) ଜରିଆରେ ୨୮,୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏପରି ପଦକ୍ଷେପ ଯୋଗୁ ୧୨ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ଓ ୨୦ ଲକ୍ଷ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Read More »
ଅପରାଧ

ରାଜ୍ୟରେ ଆଉ ଚାଲିପାରିବ ନାହିଁ ଡ୍ୟାନ୍ସ ବାର

ରାଜ୍ୟରେ ଆଉ ଡ୍ୟାନ୍ସ ବାର ଚାଲିପାରିବ ନାହିଁ । ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ପାଖରେ ଥିବା ମଦ ଦୋକାନଗୁଡ଼ିକୁ ବି ବନ୍ଦ କରାଯିବ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଜେପି ସରକାରଙ୍କ ଆଭିମୁଖ୍ୟ ପୂରା ସ୍ପଷ୍ଟ । ଯାହା କହୁଛୁ ସେଥିରେ ସ୍ପଷ୍ଟତା ଅଛି ଓ ତାକୁ କାର୍ଯ୍ୟରେ କରି ଦେଖାଇବୁ

Read More »