Live Odisha Tv

ଶିକ୍ଷା

ଦେଶ ବିଦେଶ

ଟାଇମ୍‍ସ ହାୟର ଏଜୁକେସନ୍‍ ‘ଇମ୍ପାକ୍ଟ’ ରାଙ୍କିଙ୍ଗରେ କିଟ୍ ଭାରତରେ ଏକ ନମ୍ବର

ଭୁବନେଶ୍ୱର : ପ୍ରତିବର୍ଷ ପରି ଚଳିତବର୍ଷ ଟାଇମ୍‍ସ ହାୟର ଏଜୁକେସନ୍‍ ‘ଇମ୍ପାକ୍ଟ’ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ କିଟ୍‍ ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱରେ ୬ଷ୍ଠ ସ୍ଥାନରେ ରହିଥିବା ବେଳେ ଭାରତରେ ଏକ ନମ୍ବର ସ୍ଥାନରେ ରହିଛି। ବିଶ୍ୱର ଯେଉଁ ବିଶ୍ୱବିଦ୍ୟାଳୟସବୁ ଶିକ୍ଷାଦାନ ଓ ଗବେଷଣା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ପ୍ରଭାବ ସୃଷ୍ଟି କରିପାରୁଛନ୍ତି ସେହି ବିଶ୍ୱବିଦ୍ୟାଳୟକୁ ନେଇ ଟାଇମ୍ସ ହାୟର ଏଜୁକେସନ୍‍ ପ୍ରତିବର୍ଷ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ କରିଥାଏ। ଜାତିସଂଘର

Read More »
କ୍ରୀଡା

କିଟ୍ ଓ କିସ୍ ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସହଯୋଗୀ

ଭୁବନେଶ୍ୱର : ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫ୍‌ଆଇଭିବି) ପକ୍ଷରୁ ନୂଆକରି ଗଠନ କରାଯାଇଥିବା ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସହଯୋଗୀ ଭାବେ ଭାରତର ଖ୍ୟାତି ସମ୍ପନ୍ନ ଅନୁଷ୍ଠାନ କିଟ୍ ଓ କିସ୍‌ର ନାମ ଘୋଷଣା କରାଯାଇଛି । ଗତ ମେ ୩୦ ତାରିଖରେ ଏଫ୍‌ଆଇଭିବି ପକ୍ଷରୁ ସୁଇଜରଲାଣ୍ଡର ଜେନେଭାଠାରେ ଥିବା ଏହାର ମୁଖ୍ୟାଳୟରେ ନୂତନ କରି ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ଶୁଭାରମ୍ଭ ଅବସରରେ ଏଫ୍‌ଆଇଭିବି ସଭାପତି ଡ. ଆରି ଗ୍ରାକା କିଟ୍ ଓ କିସ୍ ନାମ ଘୋଷଣା

Read More »
ଦେଶ ବିଦେଶ

କିଟ୍‍ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବରେ ମଙ୍ଗୋଲିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର : ମଙ୍ଗୋଲିଆରେ ମହିଳାମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ବୋଲି ଭାରତରେ ଅବସ୍ଥାପିତ ମଙ୍ଗୋଲିଆ ରାଷ୍ଟ୍ରଦୂତ ଗନ୍‍ବୋଲ୍‍ଡ ଦାମ୍ବାଜୟ କହିଛନ୍ତି। କିଟ୍‍ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଗନବୋଲ୍‍ଡ ଶିକ୍ଷା ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ କିଟ୍‍ ଓ କିସ୍‍ ଓ କିମ୍‍ସ ଯୋଗଦାନକୁ ପ୍ରଶଂସା କରି କହିଲେ, ପ୍ରତ୍ୟେକ ପରିବାରର ଶକ୍ତି ସେହି ପରିବାରର ମହିଳାଙ୍କ ନିକଟରେ ନିହିତ ରହିଥାଏ। ଆମ ଦେଶରେ ମଧ୍ୟ ସମାଜରେ ମହିଳାମାନଙ୍କ ପ୍ରମୁଖ ଭୂମିକା ରହିଛି।

Read More »
ଶିକ୍ଷା

ଯୁକ୍ତ ୨ରେ କିସ୍‍ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର : ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ରାଜ୍ୟରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ପାସ ହାର ଯଥାକ୍ରମେ ୮୦.୯୫, ୮୬.୯୩ ଓ ୮୨.୨୭ ଥିବା ବେଳେ କିସ୍‍ର ପାସ ହାର ଶତ ପ୍ରତିଶତ ରହିଛି। କିସ୍‌ରେ ୧୮୮୫ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେଇଥିଲେ। ଚଳିତବର୍ଷ ମଧ୍ୟ କିସ୍‌ର ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଭଲ

Read More »
ଶିକ୍ଷା

ମାଟ୍ରିକ୍‍ ପରୀକ୍ଷାରେ ଲଗାତର ୧୭ବର୍ଷ ଧରି କିସ୍‍ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ସମଗ୍ର ଓଡ଼ିଶାରେ ପାସ୍‍ ହାର ୯୬.୭% ରହିଥିବା ବେଳେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି। କିସ୍ ଆରମ୍ଭରୁ ଲଗାତର ୧୭ବର୍ଷ ଧରି ଏହାର ଛାତ୍ରଛାତ୍ରୀମାନେ ମାଟ୍ରିକ୍ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଆସୁଛନ୍ତି। ଚଳିତ ବର୍ଷ ସ୍କୁଲ୍‍ର ମୋଟ ୨୦୦୮ ଛାତ୍ରଛାତ୍ରୀ ମାଟ୍ରିକ୍‍ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ

Read More »
ଶିକ୍ଷା

ପ୍ରଫେସର ଶରଣଜିତ୍ ସିଂହ କିଟ୍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ଶରଣଜିତ ସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି। କୁଳପତି ଚୟନ ନିମନ୍ତେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୁଳପତି ଚୟନ ପାଇଁ ବିଭିନ୍ନ ପ୍ରକ୍ରିୟା ଅନୁସରଣ ସହ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଫେସର ସିଂହଙ୍କ ନାମ କୁଳାଧିପତି ଅଶୋକ ପରିଜାଙ୍କ ନିକଟକୁ ପଠାଯାଇଥିଲା। ଶିକ୍ଷାଦାନ ଓ ପ୍ରଶାସନିକ ଅଭିଜ୍ଞତା ସମେତ ଅନ୍ୟାନ୍ୟ ଦିଗକୁ ବିଚାରକୁ ନେଇ କୁଳାଧିପତି ଶ୍ରୀ ପରିଜା ପ୍ରଫେସର ସିଂହଙ୍କୁ

Read More »
ଶିକ୍ଷା

ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ୍‍ ୟୁନିଭରସିଟି ର‌୍ୟାଙ୍କିଙ୍ଗ୍‍‍

ଭୁବନେଶ୍ୱର : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ୍‍ ୟୁନିଭରସିଟି ର‌୍ୟାଙ୍କିଙ୍ଗ୍‍ ପ୍ରକାଶ ପାଇଛି। ସମ୍ମାନଜନକ ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ୍‍ ୟୁନିଭରସିଟି ର‌୍ୟାଙ୍କିଙ୍ଗ୍‍ ୨୦୨୪ରେ ସମଗ୍ର ବିଶ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ୧୬୮ ତମ ସ୍ଥାନରେ ରହିଥିବା ବେଳେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ୧୧ତମ ସ୍ଥାନରେ ଅଛି। ସମଗ୍ର ଭାରତରୁ ୫୫ଟି ସରକାରୀ ଓ ଡିମ୍‍ଡ ବିଶ୍ୱବିଦ୍ୟାଳୟ ଏହି ର‌୍ୟାଙ୍କିରେ ସ୍ଥାନ ପାଇଛନ୍ତି। ସେଥିମଧ୍ୟରୁ କିଟ୍‍ ୧୧ତମ ସ୍ଥାନରେ ରହିବା ସହ ଭାରତରେ

Read More »
ଶିକ୍ଷା

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ସଫଳତା

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ସ୍କୁଲ୍‍ର ୪୫ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଦଶମରେ ୨୫ ପ୍ରତିଶତ ଛାତ୍ରଛାତ୍ରୀ ୯୫%ରୁ

Read More »
ଶିକ୍ଷା

କିଟ୍‍ ଓ କେପିଆଇଟି ଟେକ୍ନୋଲୋଜି ମଧ୍ୟରେ ବୁଝାମଣା

ଭୁବନେଶ୍ୱର : କୋ-ବ୍ରାଣ୍ଡେଡ୍‍ ଏମ୍‍-ଟେକ୍‍ ପ୍ରୋଗ୍ରାମ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଭାରତର ଅଟୋମୋଟିଭ୍‍ ସଫ୍‍ଟୱେର କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ କେପିଆଇଟି ଟେକ୍ନୋଲୋଜି ଲିମିଟେଡ୍‍ ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି । ପରବର୍ତ୍ତୀ ପିଢ଼ିର ପ୍ରାଦ୍ୟୋଗିକି ବିଶେଷଜ୍ଞ ତିଆରି କରିବା ପାଇଁ ଅଟୋମୋଟିଭ୍‍ ଇଲେକ୍ଟ୍ରୋନିକ୍‍ସ ଓ ସଫ୍‍ଟୱେର ଦିଗରେ ଉଭୟ ଅନୁଷ୍ଠାନର ଏହା ଏକ ଅନନ୍ୟ ପ୍ରୟାସ । ଏହି ସହଯୋଗ ଯୋଗୁଁ କେପିଆଇଟିର ଅଟୋମୋଟିଭ ଟେକ୍ନୋଲୋଜିରେ ଶିଳ୍ପ-ଅଗ୍ରଣୀ

Read More »
ରାଜ୍ୟ

କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ର ୧୮ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୮ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେଇ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀମାନଙ୍କୁ ସମାଜରେ ଜଣେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ଆଜିର ସମାଜରେ ପିଲାମାନେ ନିଜକୁ ଜଣେ ଭଲ ଛାତ୍ର ଛାତ୍ରୀଭାବେ ଗଢି ତୋଳିବା ସହ ନିଜକୁ ଜଣେ ଜଣେ ଭଲ ମଣିଷଭାବେ ଗଢି ତୋଳବା ଆବଶ୍ୟକ ବୋଲି ସେ

Read More »