ରାଜନୀତି

ଦେଶ ବିଦେଶ

ପ୍ରକୃତିଙ୍କ ନାମରେ ମେଧାବୃତ୍ତି ଘୋଷଣା

ଭୁବନେଶ୍ୱର : କିଟ୍‍ ଛାତ୍ରୀ ପ୍ରକୃତିଙ୍କ ମୃତଦେହ ତାଙ୍କ ବାପା ଓ ମାମୁଙ୍କୁ ହସ୍ତାନ୍ତର ପ୍ରକ୍ରିୟା କାର୍ଯ୍ୟ ଶେଷ ହେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କ ସହ ସାକ୍ଷାତ କରିଥିଲେ। ପ୍ରକୃତିଙ୍କ ଅକାଳ ମୃତ୍ୟୁରେ ଶ୍ରୀ ସାମନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ। ଏହି ଅବସରରେ ପ୍ରକୃତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ନାମରେ ଏକ ମେଧାବୃତ୍ତି ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ

Read More »
ତାଜା ଖବର

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ମଣିପୁର ରାଜନୀତି ସରଗରମ

ଇମ୍ଫାଲ : ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ ରବିବାର ଇସ୍ତଫା ଦେବା ପରେ ସେଠାକାର ରାଜନୀତି ସରଗରମ ରହିଛି । ପରବର୍ତ୍ତୀ ରଣନୀତି ନିର୍ଦ୍ଧାରଣ କରିବା ପାଇଁ ବିଜେପି ରାଜ୍ୟ ପ୍ରଭାରୀ ସମ୍ବିତ ପାତ୍ର ଇମ୍ଫାଲରେ ପହଞ୍ଚିବାର ଦିନକ ପରେ ଏହା ଘଟିଛି। ଏଠାରେ ସେ ସୋମବାର ଏକ ହୋଟେଲରେ କିଛି ବିଜେପି ବିଧାୟକଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ ବୋଲି ଦଳୀୟ ସୂତ୍ରରୁ  ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ସମ୍ବିତ ପାତ୍ର ଏନ୍.

Read More »
କ୍ରୀଡା

ବିଶ୍ୱରେ ଲଜ୍ଜିତ ହେଲା ଓଡ଼ିଶା

ବାରବାଟୀ ଷ୍ଟାଡ଼ିୟମରେ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚବେଳେ ଅଧଘଣ୍ଟା ଧରି ପଡ଼ିଆ ଅନ୍ଧାର ରହିଲା । ସମଗ୍ର ବିଶ୍ୱ ମ୍ୟାଚର ସିଧାପ୍ରସାରଣ ଦେଖୁଥିବାବେଳେ ଏଭଳି ଅଭାବନୀୟ ଘଟଣା ଓଡ଼ିଶା ସରକାର ଓ ଓଡ଼ିଶା କ୍ରିକେଟ୍ ଆସୋସିଏସନର ପରିଚାଳନାଗତ ତ୍ରୁଟିକୁ ପଦାରେ ପକାଇଛି ।  ଏହି ଘଟଣା ଓଡ଼ିଶାକୁ ସାରା ବିଶ୍ୱରେ ନିନ୍ଦିତ କରିଛି ତଥାପି ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ନିଜଆଡ଼ୁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ଓଡ଼ିଶା କ୍ରିକେଟ୍ ଆସେସିଏସ(ଓସିଏ) ସମ୍ପାଦକଙ୍କୁ

Read More »
ତାଜା ଖବର

୨୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ରାଜ୍ୟରେ କ୍ଷମତାସୀନ ବିଜେପି ନିଜର ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେଇଛି । ଶନିବାର ୨୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି । ବାକି ୧୪ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁକୁ ନେଇ ଅଙ୍କ ଛିଡ଼ୁନଥିବାବେଳେ ଆସନ୍ତା ସପ୍ତାହରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବାର ସମ୍ଭାବନା ରହିଛି । ରାଜ୍ୟ ସଭାପତିଙ୍କ ନିଜ ଜିଲ୍ଲା ଭଦ୍ରକ ସମେତ ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର, ଖୋର୍ଦ୍ଧା, ସମ୍ବଲପୁର ଓ ଅନୁଗୁଳ ଭଳି ସାଂଗଠନିକ ଜିଲ୍ଲାର ସଭାପତିଙ୍କ

Read More »
ତାଜା ଖବର

ମୋହନ ସରକାରଙ୍କ ବଡ଼ ଗେମ୍ ପ୍ଲାନ୍

ପିଏମଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କୁ ‘ଘର’ ଆବଂଟନ ମାଧ୍ୟମରେ ବିଜେପି ନିଜର ଭୋଟବ୍ୟାଙ୍କକୁ ଗ୍ରାମାଂଚଳରେ ସୁଦୃଢ଼ କରିବାର ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଗତ ବୁଧବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏଭଳି ରଣନୀତି ଉପରେ ମୋହର ବାଜିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସମସ୍ତଙ୍କୁ ପକ୍କାଘର’ ଯୋଜନାକୁ ସାକାର

Read More »
ତାଜା ଖବର

୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ:ଆସନ୍ତା ୩୧ରୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନ। କେନ୍ଦ୍ର ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଦ୍ବିତୀୟ ସମ୍ପୂର୍ଣ୍ଣ ବଜେଟ ହେବ। ପ୍ରଥମ ଦିନରେ ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଏହାର ଦିନକ ପରେ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମଥର ପାଇଁ ବଜେଟ ଉପସ୍ଥାପନ କରିବେ। ଦ୍ୱିତୀୟ ସମ୍ପୂର୍ଣ୍ଣ ବଜେଟ ଆଗତ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ

Read More »
ଦେଶ ବିଦେଶ

ବର୍ଷକୁ ଏକାଧିକ ଥର ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ୱର: ଏଣିକି ସାଧାରଣ ଲୋକଙ୍କ ପାଇଁ ବର୍ଷକୁ ଏକାଧିକ ଥର ଖୋଲିବ ରାଜଭବନର ଉଦ୍ୟାନ । ରାଜଭବନରେ ଜନ ସମାଗମ ଲୋକଙ୍କ ନିକଟତର ହେବାର ଏକ ମାଧ୍ୟମ ବୋଲି କହିଛନ୍ତି ରାଜ୍ୟପାଳ ଡ. ହରିବାବୁ କୁମ୍ଭମପତି । ଏଥିସହ ରାଜଭବନର ଉଦ୍ୟାନ ଲୋକଙ୍କ ପାଇଁ ଏକାଧିକ ଥର ଖୋଲିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଚଳିତବର୍ଷ ଜାନୁୟାରୀ ୧୩ ତାରିଖରୁ ୨୨ ତାରିଖ ଯାଏଁ ରାଜଭବନର ଉଦ୍ୟାନ ଜନ ସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲାଯାଇଛି । ଗତ

Read More »
ତାଜା ଖବର

ସୋମବାର ଟ୍ରମ୍ପଙ୍କ ଶପଥ ସମାରୋହ

ଜାନୁଆରି ୨୦ ଅର୍ଥାତ ସୋମବାର ଦ୍ବିତୀୟ ଥର ପାଇଁ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍‌ଡ ଟ୍ରମ୍ପ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଜନ୍ ଜି. ରୋବର୍ଟସ୍ ଜୁନିଅର୍ ଟ୍ରମ୍ପଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଟ୍ରମ୍ପଙ୍କ ଶପଥ ସମାରୋହରେ ବିଶ୍ବର ବହୁ ରାଷ୍ଟ୍ରମୁଖ୍ୟ ଏବଂ ପ୍ରତିନିଧି ସାମିଲ ହେଉଛନ୍ତି । ୬୦ରୁ ଅଧିକ ଦେଶକୁ ଏଥିପାଇଁ ନିମନ୍ତ୍ରଣ କରାଯାଇଛି । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଚୀନ ରାଷ୍ଟ୍ରପତି

Read More »
ତାଜା ଖବର

ବିଜେପି ସଙ୍କଳ୍ପ ପତ୍ରରେ ମହିଳାଙ୍କୁ ଗୁରୁତ୍ୱ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜେପି ତା’ର ନିର୍ବାଚନୀ ଇସ୍ତାହାର ବା ସଙ୍କଳ୍ପ ପତ୍ର ଘୋଷଣା କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏହି ସଙ୍କଳ୍ପ ପତ୍ର ଜାରି କରିଛନ୍ତି। ଏଥିରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ପାଇଁ ଦଳ ପୂରା ହାତ ଖୋଲି ଦେଇଛି। ବିଜେପି ତା’ର ସଙ୍କଳ୍ପ ପତ୍ରରେ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦେବ ବୋଲି ଘୋଷଣା କରିଛି। ମହିଳା ସମୃଦ୍ଧି

Read More »
ତାଜା ଖବର

୨୫ ସୁଦ୍ଧା ନୂଆ ସଭାପତିଙ୍କ ନା ଘୋଷଣା

କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ । ସୋମବାର ଦିଲ୍ଲୀରେ କୋର କମିଟି ବୈଠକରେ ଆଲୋଚନା ରାଜ୍ୟ ସଂଗଠନ ନିର୍ବାଚନ ନେଇ ହୋଇଛି ଆଲୋଚନା । ଯେଉଁଥିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ଆଦି ନେତା ଉପସ୍ଥିତ ଥିଲେ । ରାଜ୍ୟରେ ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା ସହ ନୂଆ ମଙ୍ଗୁଆଳ

Read More »