କ୍ରୀଡା

କ୍ରୀଡା

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ମନୁ ଭାକର

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତର ଯୁବ ଶୁଟର ମନୁ ଭାକର।  ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ସେ ବ୍ରୋଞ୍ଜ ପଦକ ହାତେଇଛନ୍ତି। ମନୁ ୨୨୧.୭ ପଏଣ୍ଟ ସ୍କୋର କରି ଏହି ସଫଳତା ହାସଲ କରିଛନ୍ତି। ଏହି ଐତିହାସିକ ସଫଳତା ପାଇଁ ମନୁ ଭାକରଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ହରିୟାଣାରେ ଜନ୍ମିତ ମନୁ ଭାକର ପ୍ରଥମ ଭାରତୀୟ ମହିଳା ଶୁଟର

Read More »
କ୍ରୀଡା

ପୁଣି ଥରେ ଆଇଓସିର ସଦସ୍ୟ ହେଲେ ନୀତା ଅମ୍ବାନୀ

ମୁମ୍ବାଇ:  ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ପୁଣି ଥରେ ନୀତା ଅମ୍ବାନୀଙ୍କ ଉପରେ ଭରସା କରିଛି। ସର୍ବସମ୍ମତି କ୍ରମେ ସେ ଆଇଓସିର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ସମୁଦାୟ ୯୩ ଭୋଟର ସେମାନଙ୍କର ଭୋଟ୍ ଦେଇଛନ୍ତି ଏବଂ ସମସ୍ତ ୯୩ ଭୋଟ୍ ନୀତା ଅମ୍ବାନୀଙ୍କ ସପକ୍ଷରେ ଅର୍ଥାତ୍ ୧୦୦ ପ୍ରତିଶତ ତାଙ୍କୁ ମିଳିଛି । ୨୦୧୬ ରେ ରିଓ ଡି ଜେନେରିଓ ଅଲିମ୍ପିକ୍ ଗେମ୍ସରେ ନୀତା ଅମ୍ବାନୀ ପ୍ରଥମ ଥର ପାଇଁ ଆଇଓସି ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ

Read More »
କ୍ରୀଡା

ସାଇରାଜ ବହୁତୁଲେ ଟିମ ଇଣ୍ଡିଆର ବୋଲିଂ କୋଚ

ଟିମ ଇଣ୍ଡିଆର ବୋଲିଂ କୋଚ ଭାବେ ନିଯୁକ୍ତି ପାଇଛନ୍ତି ଭେଟରାନ କ୍ରିକେଟର ସାଇରାଜ ବହୁତୁଲେ। ବିସିସିଆଇ ତାଙ୍କୁ ଟିମ ଇଣ୍ଡିଆର ଅସ୍ଥାୟୀ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରିଛି। ସେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜରେ ଭାରତୀୟ ଟିମର ବୋଲିଂ କୋଚ୍‌ ଭାବେ କାମ କରିବେ। ବହୁତୁଲେ ଏବେ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ବୋଲିଂ ପ୍ରଶିକ୍ଷକ ରହିଛନ୍ତି। ପ୍ରଥମେ ମର୍ନି ମର୍କେଲ ଭାରତୀୟ ଟିମର ବୋଲିଂ କୋଚ୍‌ ଭାବେ ନିଯୁକ୍ତ ହେବାର ଥିଲା।

Read More »
କ୍ରୀଡା

ସମୀର ଦେ ଓଡିଶା ଫୁଟବଲ ସଂଘର ସଭାପତି

ରବିବାର ଓଡିଶା ଫୁଟବଲ ସଂଘ ( FAO)ର ସାଧାରଣ ପରିଷଦ ବୈଠକ ବାରବାଟି ଷ୍ଟାଡିୟମ୍ ସ୍ଥିତ ଓସିଏ (OCA) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସନ୍ତା ୪ ବର୍ଷ ପାଇଁ ସଂଘର କର୍ମକର୍ତ୍ତାମାନଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୌଣସି ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରି ନଥିବାରୁ ବୈଠକରେ ଔପଚରିକ ଭାବରେ ବିଭିନ୍ନ ପଦ ପଦବୀ ପାଇଁ ବିନା ପ୍ରତିଦ୍ୱନ୍ଦିତାରେ ପ୍ରାର୍ଥୀଙ୍କର ନାମ ଘୋଷଣା କରାଯାଇଥିଲା। ରାଧାରମଣ ସଂଘକୁ ପ୍ରତିନିଧିତ୍ଵ କରୁଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେପିର

Read More »
କ୍ରୀଡା

ପ୍ୟାରିସ୍‍ ଅଲିମ୍ପିକ୍‍ସରେ କିଟ୍‍ର ୧୨ ଖେଳାଳି

ଭୁବନେଶ୍ୱର : ଜୁଲାଇ ୨୬ରୁ ଅନୁଷ୍ଠିତ ହେବାକୁ ଥିବା ପ୍ୟାରିସ୍‍ ଅଲିମ୍ପିକ୍‍ସ ୨୦୨୪ରେ କିଟ୍‍ ଓ କିସ୍‍ର ୧୨ଜଣ ଖେଳାଳି ସାମିଲ ହେବାର ଯୋଗ୍ୟତା ଅର୍ଜନ କରିଛନ୍ତି। କୌଣସି ଶିକ୍ଷାନୁଷ୍ଠାନରୁ ଅଲିମ୍ପିକ୍‍ସରେ ଏତେ ସଂଖ୍ୟକ ଖେଳାଳି ଯୋଗଦେବା କ୍ଷେତ୍ରରେ କିଟ୍‍ ହେଉଛି ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ। ଏହା କିଟ୍‍, ଓଡ଼ିଶା ତଥା ଭାରତ ପାଇଁ ଗୌରବର ବିଷୟ। ଏ ନେଇ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତ ଖେଳାଳି ଭର୍ଚୁଆଲରେ ଉପସ୍ଥିତ ଥିଲେ। ଅଲିମ୍ପିକ୍‍ସ ପାଇଁ

Read More »
କ୍ରୀଡା

ଜୁଲାଇ ୧୯ରୁ ମହିଳା ଟି-୨୦ ଏସିଆ କପ

ଜୁଲାଇ ୧୯ରୁ ଆରମ୍ଭ ହେବାକୁ ଯାଉଛି ମହିଳା ଟି-୨୦ ଏସିଆ କପ। ଶ୍ରୀଲଙ୍କାରେ ଖେଳା ଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦର୍ଶକଙ୍କ ପାଇଁ ହୋଇଛି ବଡ଼ ଘୋଷଣା। ଟୁର୍ଣ୍ଣାମେଣ୍ଟକୁ ଟିକେଟ ମୁକ୍ତ କରିଛି ଶ୍ରୀଲଙ୍କା କ୍ରିକେଟ। ଦର୍ଶକମାନେ ବିନା ଟିକେଟରେ ଷ୍ଟାଡିୟମ ଭିତରକୁ ଯାଇ ମ୍ୟାଚ୍‌ର ମଜା ଉଠାଇ ପାରିବେ। ଦର୍ଶକଙ୍କ ପାଇଁ ମାଗଣା ପ୍ରବେଶର ବ୍ୟବସ୍ଥା କରାଯାଇଛି। ମହିଳା କ୍ରିକେଟକୁ ଦେଶରେ ଅଧିକ ଲୋକପ୍ରିୟ ଓ ଟୁର୍ଣ୍ଣାମେଣ୍ଟରେ ଅଧିକ ଭିଡ଼ ସୃଷ୍ଟି କରିବା ପାଇଁ

Read More »
କ୍ରୀଡା

କ୍ରିକେଟରୁ ଆଣ୍ଡରସନଙ୍କ ଅବସର ଘୋଷଣା

ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ୱେଷ୍ଟଇଣ୍ଡିଜକୁ ଗୋଟିଏ ଇନିଂସ ଏବଂ ୧୧୪ ରନରେ ପରାସ୍ତ କରିଛି। ଇଂଲଣ୍ଡର କିମ୍ବଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ କ୍ୟାରିୟରରେ ଅନେକ କୀର୍ତ୍ତିମାନ ରଚିବା ସହ କ୍ରିକେଟ ଜଗତରୁ ଅବସର ଘୋଷଣା କରିସାରିଛନ୍ତି। ବର୍ତ୍ତମାନ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ନଟିଂଘମରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଇଂଲଣ୍ଡ ଆଣ୍ଡରସନଙ୍କ ବଦଳରେ ମାର୍କ ଉଡ ପଡିଆକୁ ଓହ୍ଲାଇବେ । ସିରିଜର ଦ୍ୱିତୀୟ ଟେଷ୍ଟ ଜୁଲାଇ

Read More »
କ୍ରୀଡା

ବଦଳିଲା ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ ତାରିଖ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ସୀମିତ ଓଭର ସିରିଜର ତାରିଖ ବଦଳିଛି। ଜୁଲା ୨୬ ବଦଳରେ ଏହି ସିରିଜ ଜୁଲାଇ ୨୭ ତାରିଖରୁ ଆରମ୍ଭ ହେବ। ଏନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ଭାରତ ପ୍ରଥମେ ଶ୍ରୀଲଙ୍କା ସହ ୩ଟି ଟି–୨୦ ମ୍ୟାଚ୍‌ ଖେଳିବ। ଏହାପରେ ଦୁଇ ଦେଶ ମଧ୍ୟରେ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍‌ ଖେଳାଯିବ।  ଟି–୨୦ରେ ଭାରତୀୟ ଟିମର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟା ନେବାର ସମ୍ଭାବନା ରହିଛି। କାରଣ ଟି–୨୦ ବିଶ୍ୱକପ

Read More »
କ୍ରୀଡା

ଇତିହାସ ରଚିଲେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ

ଇଂଲଣ୍ଡ ଟିମର ଷ୍ଟାର ଅଲରାଉଣ୍ଡର ତଥା ଅଧିନାୟକ ବେନ ଷ୍ଟୋକ୍ସ ଇତିହାସ ରଚିଛନ୍ତି। ସେ ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର ଗ୍ୟାରୀ ସୋବର୍ସ ଓ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟର ଜ୍ୟାକ କାଲିସ୍‌ଙ୍କ ସମକକ୍ଷ ହୋଇଛନ୍ତି। ସେ ବିଶ୍ୱର ତୃତୀୟ ଓ ଇଂଲଣ୍ଡର ପ୍ରଥମ କ୍ରିକେଟର ଭାବେ ବ୍ୟାଟିଂରେ ୬ ହଜାରରୁ ଅଧିକ ରନ ଓ ୨୦୦ରୁ ଅଧିକ ୱିକେଟ ଦଖଲ କରିଛନ୍ତି। ସେ ଲର୍ଡସରେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ଷ୍ଟୋକ୍ସ

Read More »
କ୍ରୀଡା

ସପୋର୍ଟ ଷ୍ଟାଫ୍ ଚୟନ ପାଇଁ ମାନସ ମନ୍ଥନ

ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି ଗୌତମ ଗମ୍ଭୀର। ବିସିସିଆଇ ତାଙ୍କୁ ଏହି ପଦରେ ନିଯୁକ୍ତି ଦେବା ପରଠାରୁ ଅନ୍ୟ କୋଚିଂ ସପୋର୍ଟ ଷ୍ଟାଫଙ୍କ ଚୟନ ନେଇ ଅନେକ ରିପୋର୍ଟ ସାମ୍ନାକୁ ଆସିଛି। ସଦ୍ୟ ଏକ ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆର ଫିଲ୍ଡିଂ କୋଚ୍ ଭାବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଜଣ୍ଟି ରୋଡ୍‌ସଙ୍କୁ ନିଯୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ ଗୌତମ ଗମ୍ଭୀର। ତେବେ ତାଙ୍କର

Read More »