Live Odisha Tv

ତାଜା ଖବର

ତାଜା ଖବର

ଉତ୍ତର ବାଲେଶ୍ୱରରେ ଜଳ ପ୍ରଳୟ

ଉତ୍ତର ବାଲେଶ୍ୱରରେ ଜଳ ପ୍ରଳୟ ଆଣିଛି ସୁବର୍ଣ୍ଣରେଖା, ଜଳକା ଓ ବୁଢାବଳଙ୍ଗ। ସୌସୁମୀ ବର୍ଷା ଓ ଝାରଖଣ୍ଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଉତ୍ତର ବାଲେଶ୍ୱରରେ ପ୍ରବାହିତ ହେଉଥିବା ଏହି ୩ ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି। ଯେଉଁଥିପାଇଁ ରାସ୍ତାରେ ପ୍ରବାହିତ ହେଉଛି ୩ରୁ ୪ ଫୁଟ୍‌ ଉଚ୍ଚର ପାଣି। ଗତ ୩ ଦିନ ହେଲା ଭୋକିଲା ଜୀବନ ବିତାଉଛନ୍ତି ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ଓ ସଦର ବ୍ଲକର କିଛି ପଞ୍ଚାୟତର

Read More »
ତାଜା ଖବର

ଦେଶରେ ଏକକ ନିର୍ବାଚନକୁ ନେଇ ଦୋ ଛକିରେ ବିଜେଡି

ଦେଶରେ ଏକକ ନିର୍ବାଚନକୁ ନେଇ ରାମନାଥ କୋବିନ୍ଦଙ୍କ କମିଟି କରିଥିବା ସୁପାରିଶକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେବା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଛି। ଏକକ ନିର୍ବାଚନକୁ କଂଗ୍ରେସ ସିଧାସଳଖ ବିରୋଧ କରୁଥିବାବେଳେ ମାତ୍ର ୮ ମାସ ପୂର୍ବରୁ ସମର୍ଥନ ଦେଇଥିବା ବିଜେଡି ଏବେ ବିରୋଧ ଆରମ୍ଭ କରିଛି। ବିଜେଡି ଚଳିତ ବର୍ଷ ଜାନୁୟାରୀ ୨୪ ତାରିଖରେ ରାମନାଥ କୋବିନ୍ଦଙ୍କ ନେତୃତ୍ୱାଧୀନ ଉଚ୍ଚସ୍ତରୀୟ କମିଟିକୁ ଚିଠି ଲେଖି ଦେଶରେ ଏକକ ନିର୍ବାଚନକୁ ସମର୍ଥନ ଜଣାଇଥିଲା । ବିଭିନ୍ନ

Read More »
ତାଜା ଖବର

ଖରିଫ ଋତୁରୁ ଧାନର ଏମଏସପି ୩୧୦୦ଟଙ୍କା

ଚଳିତ ଖରିଫ ଋତୁରେ ଚାଷୀଙ୍କଠୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରେ ସଂଗ୍ରହ କରାଯିବ । ଚଳିତବର୍ଷ ମୋଟ ଏକ କୋଟି ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କ ସୁବିଧା ନିମନ୍ତେ ମଣ୍ଡିରେ ସମସ୍ତ ପ୍ରକାରର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଖରିଫ ଧାନ ସଂଗ୍ରହ ନେଇ ଏକ ଉଚ୍ଚସ୍ତରୀୟ

Read More »
ତାଜା ଖବର

ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ

ପୁରୀ; ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ । ରତ୍ନ ଭଣ୍ଡାର ତଦାରଖ କରି ଫେରିବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି, ବିଶେଷଜ୍ଞ ଟିମ୍ ଦ୍ୱାରା ରତ୍ନ ଭଣ୍ଡାରର ଲେଜର ସ୍କାନିଂ କରାଯାଇଛି । ଏଏସଆଇ ଏଡିଜି ଜାନଭିଜ୍ ଶର୍ମା ନେତୃତ୍ୱରେ ଯାଞ୍ଚ କରାଯାଇଥିଲା । ୧୭ ଜଣିଆ ଟିମ୍ ତନ ତନ କରି ଯାଞ୍ଚ ସହ ଲେଜର ସ୍କାନିଂ କରିଛନ୍ତି ।ତେବେ ଆଜିର ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇନି ,ରାଡାର

Read More »
ତାଜା ଖବର

ଆତିଶୀ ମାର୍ଲେନା ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ଆଜି ଅପରାହ୍ନରେ ସେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ଆତିଶୀ, ସୌରଭ ଭରଦ୍ୱାଜ ଓ ଗୋପାଳ ରାୟ ପ୍ରମୁଖ ଉପସ୍ଥିତ ଥିଲେ। କେଜ୍ରିୱାଲ ଇସ୍ତଫା ଦେଇଥିବାରୁ ଏବେ ଆପର ଅନ୍ୟତମ ବରିଷ୍ଠ ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ। ଆଜି ସେ ମଧ୍ୟ ଉପ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି

Read More »
ତାଜା ଖବର

‘ସୁଭଦ୍ରା’ ପାଇଁ ମଙ୍ଗଳବାର ଭୁବନେଶ୍ୱରରେ ସ୍କୁଲ୍‌, କଲେଜ ଛୁଟି

ରାଜ୍ୟରେ କ୍ଷମତାସୀନ ବିଜେପି ସରକାରର ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ଉପଲକ୍ଷେ ଆସନ୍ତା ୧୭ତାରିଖ ମଙ୍ଗଳବାର ଦିନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ୍, ମାଜିଷ୍ଟ୍ରେଟ୍ କୋର୍ଟ ଛୁଟି ରହିବ । ତେବେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ଶିକ୍ଷାନୁଷ୍ଠାନ ମଙ୍ଗଳବାର ସମ୍ପୂର୍ଣ୍ଣ ଛୁଟି ରହିବ । ଆଜି ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ

Read More »
ତାଜା ଖବର

ପୋର୍ଟବ୍ଲେୟାର ନାମ ହେଲା ଶ୍ରୀ ବିଜୟପୁରମ୍‌

କେନ୍ଦ୍ର ସରକାର ଆଣ୍ଡାମାନ ଓ ନିକୋବରର ରାଜଧାନୀ ‘ପୋର୍ଟବ୍ଲେୟାର’ ନାମକୁ ପରିବର୍ତ୍ତନ କରିଛନ୍ତି । ପୋର୍ଟବ୍ଲେୟାର ନାମକୁ ବଦଳାଇ ‘ଶ୍ରୀ ବିଜୟପୁରମ୍‌’ ରଖିଛନ୍ତି । ଶୁକ୍ରବାର ଗୃହ ମନ୍ତ୍ରୀ ଅମିତ ଶାହ ଏ ନେଇ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ‘X’ରେ ସୂଚନା ଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶର ଦାସତ୍ୱକୁ ସୁଚାଉ ଥିବା ସମସ୍ତ ପ୍ରତୀକରୁ ମୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଥିବା ସଂକଳ୍ପରେ ଅନୁପ୍ରାଣିତ ହୋଇ ‘ପୋର୍ଟବ୍ଲେୟାର’

Read More »
କ୍ରୀଡା

ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାକିସ୍ତାନ ସଂଘର୍ଷ

ବେଜିଂ: ଯେତେବେଳେ ବି ଭାରତ ଏବଂ ପାକିସ୍ଥାନ କ୍ରୀଡା କ୍ଷେତ୍ରରେ ମୁହାଁମୁହିଁ ହୁଅନ୍ତି, ଏହି ମ୍ୟାଚ ଉପରେ ସମଗ୍ର ବିଶ୍ୱର ଆଖି ଥାଏ। ଭାରତ-ପାକିସ୍ତାନ ମ୍ୟାଚ ଦୁନିଆର ସବୁଠୁ ଅଧିକ ଦେଖାଯାଉଥିବା ମ୍ୟାଚ ମଧ୍ୟରୁ ଅନ୍ୟତମ। କାରଣ ଏସବୁ ମ୍ୟାଚରେ ଉତ୍ତେଜନା ଶିଖରରେ ରହିଥାଏ। ଏହି କାରଣରୁ ଉଭୟ ଦେଶର ପ୍ରଶଂସକମାନେ ଉତ୍ସାହର ସହିତ ଏଭଳି ମ୍ୟାଚ ପାଇଁ ଅପେକ୍ଷା କରିଥାନ୍ତି। ପୁଣି ଥରେ ଏହି ସୁଯୋଗ ଆସିଛି ଯେତେବେଳେ ଖେଳ ପଡ଼ିଆରେ ଦୁଇ ଦେଶ ମଧ୍ୟରେ

Read More »
ତାଜା ଖବର

ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା

ଦକ୍ଷିଣପୂର୍ବ ବାଂଲାଦେଶ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତର ଦିଗରୁ ଦକ୍ଷିଣ-ଉତ୍ତର-ଦକ୍ଷିଣ ଦିଗରେ ଅଗ୍ରସର ହେବା ସହିତ ଅବପାତରେ ପରିଣତ ହୋଇ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳକୁ ଛୁଇଁବ। ଏହା ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ତେବେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଏହାର ପ୍ରଭାବରେ କେତେକ ସ୍ଥାନରେ ବର୍ଷା

Read More »
ତାଜା ଖବର

ରାଜ୍ୟରେ କାର୍ଯ୍ୟକାରୀ ହେବ କାମଧେନୁ ଯୋଜନା

ରାଜ୍ୟରେ ଖୁବ ଶୀଘ୍ର କାମଧେନୁ ଯୋଜନା ପ୍ରଣୟନ କରାଯିବ । ଏଥିପାଇଁ ୫ ବର୍ଷରେ ୧୪୨୩. ୪୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । କ୍ଷୁଦ୍ର ଦୁଗ୍ଧ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା, ଗୋଶାଳା ପ୍ରତିଷ୍ଠା, ସବସିଡିଯୁକ୍ତ ଗୋଖାଦ୍ୟ ଯୋଗାଇବା, ପଶୁପାଳନ ବୀମା ଅଧୀନରେ କଭରେଜ୍ ବୃଦ୍ଧି ଏବଂ ଦୁଗ୍ଧ ସମବାୟ ସମିତିକୁ ମଜବୁତ କରିବାରେ ସହାୟକ ହେବ ଏହି ଯୋଜନା । ଜାତୀୟ ମୌସୁମୀ ବୈଠକରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Read More »