Live Odisha Tv

July 22, 2024

କ୍ରୀଡା

ସାଇରାଜ ବହୁତୁଲେ ଟିମ ଇଣ୍ଡିଆର ବୋଲିଂ କୋଚ

ଟିମ ଇଣ୍ଡିଆର ବୋଲିଂ କୋଚ ଭାବେ ନିଯୁକ୍ତି ପାଇଛନ୍ତି ଭେଟରାନ କ୍ରିକେଟର ସାଇରାଜ ବହୁତୁଲେ। ବିସିସିଆଇ ତାଙ୍କୁ ଟିମ ଇଣ୍ଡିଆର ଅସ୍ଥାୟୀ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରିଛି। ସେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜରେ ଭାରତୀୟ ଟିମର ବୋଲିଂ କୋଚ୍‌ ଭାବେ କାମ କରିବେ। ବହୁତୁଲେ ଏବେ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ବୋଲିଂ ପ୍ରଶିକ୍ଷକ ରହିଛନ୍ତି। ପ୍ରଥମେ ମର୍ନି ମର୍କେଲ ଭାରତୀୟ ଟିମର ବୋଲିଂ କୋଚ୍‌ ଭାବେ ନିଯୁକ୍ତ ହେବାର ଥିଲା।

Read More »
ତାଜା ଖବର

ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ। ଏହାର ଗୋଟିଏ ଦିନ ପୂର୍ବରୁ ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଯିବ। ଏହି ଅବସରରେ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ସରକାରଙ୍କୁ ଟାର୍ଗେଟ କରିବେ। ଏଥି ପାଇଁ ବିରୋଧୀ ଦଳର ନେତାମାନେ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ଅନ୍ୟପଟରେ ମୌସୁମୀ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା, କଂଗ୍ରେସ

Read More »
କ୍ରୀଡା

ସମୀର ଦେ ଓଡିଶା ଫୁଟବଲ ସଂଘର ସଭାପତି

ରବିବାର ଓଡିଶା ଫୁଟବଲ ସଂଘ ( FAO)ର ସାଧାରଣ ପରିଷଦ ବୈଠକ ବାରବାଟି ଷ୍ଟାଡିୟମ୍ ସ୍ଥିତ ଓସିଏ (OCA) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସନ୍ତା ୪ ବର୍ଷ ପାଇଁ ସଂଘର କର୍ମକର୍ତ୍ତାମାନଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୌଣସି ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରି ନଥିବାରୁ ବୈଠକରେ ଔପଚରିକ ଭାବରେ ବିଭିନ୍ନ ପଦ ପଦବୀ ପାଇଁ ବିନା ପ୍ରତିଦ୍ୱନ୍ଦିତାରେ ପ୍ରାର୍ଥୀଙ୍କର ନାମ ଘୋଷଣା କରାଯାଇଥିଲା। ରାଧାରମଣ ସଂଘକୁ ପ୍ରତିନିଧିତ୍ଵ କରୁଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେପିର

Read More »
ତାଜା ଖବର

ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା

ଭୁବନେଶ୍ଵର: ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ଏବଂ କଟ୍‌ଅଫ ମାର୍କ ପ୍ରକାଶ ପାଇଛି । କଟ୍ ଅଫ୍ ମାର୍କରେ ଶୀର୍ଷରେ ରହିଛି ରେଭେନ୍ସା ବିଶ୍ଵବିଦ୍ୟାଳୟ। ରେଭେନ୍ସାରେ ବିଜ୍ଞାନରେ ନାମଲେଖା ପାଇଁ ୯୧.୫ ପ୍ରତିଶତ କଟଅଫ୍ ମାର୍କ ଥିବାବେଳେ ବାଣିଜ୍ୟରେ ୭୭ % ଏବଂ କଳାରେ କଟଅଫ୍ ମାର୍କ ୭୫.୧୭ % ରହିଛି। ସେହିପରି ବିଜେବି କଲେଜରେ ବିଜ୍ଞାନ କଟଅଫ ମାର୍କ ୮୭% ରହିଥିବାବେଳେ ବାଣିଜ୍ୟ ୭୦% ଏବଂ କଳା ୭୨.୩୩% ରହିଛି। ଅନ୍ୟପଟେ

Read More »