Live Odisha Tv

September 25, 2024

ତାଜା ଖବର

୩୦ରେ ପୁରୀ ଯିବେ ବିଧାନସଭା ଗୃହ କମିଟି

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ଓ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବେ ବିଧାନସଭା ଗୃହ କମିଟି । ଆସନ୍ତା ୩୦ ତାରିଖରେ ଗୃହ ଓ ଆଇନ ବିଭାଗର ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି ପୁରୀ ଗସ୍ତରେ ଯାଇ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଓ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି । ବିଭାଗୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ୱାଧୀନ ୧୨ଜଣିଆ  ସଦସ୍ୟ ବିଶିଷ୍ଟ କମିଟି

Read More »
ତାଜା ଖବର

ପୁରୀ ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଖାଦ୍ୟ ଅଧିକାରୀ

ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଖାଦ୍ୟ ଅଧିକାରୀ ନିଯୁକ୍ତ ହେବେ। ଖାଦ୍ୟ ଅଧିକାରୀ ମହାପ୍ରସାଦ, ଶୁଖିଲି ଭୋଗର ମାନ ଯାଞ୍ଚ କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଖୁବ ଶୀଘ୍ର ମାର୍ଗଦର୍ଶିକା ଜାରି ରହିବ। ରାଜ୍ୟ ସରକାରଙ୍କ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଦ୍ୱାଦଶ ଶତାବ୍ଦୀର ଶ୍ରୀକ୍ଷେତ୍ରରେ ବ୍ୟବହୃତ ଘିଅର ଗୁଣବତ୍ତା ଏବଂ ‘ଭୋଗ’ରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଖାଦ୍ୟ ଅଧିକାରୀ ଯାଞ୍ଚ

Read More »
ତାଜା ଖବର

ଅଚ୍ୟୁତ ସାମନ୍ତଙ୍କୁ ୬୦ତମ ସମ୍ମାନସୂଚକ ଡକ୍ଟୋରେଟ୍‍

ଭୁବନେଶ୍ୱର : ଶିକ୍ଷାବିତ୍‍, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆସାମ ଡାଉନ୍‍ ଟାଉନ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯାଇଛି । ବୁଧବାର ଗୁଆହାଟିସ୍ଥିତ ଆସାମ ଡାଉନ୍‍ ଟାଉନ ବିଶ୍ୱବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି  ଆସାମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଓ ସମ୍ମାନୀୟ ଅତିଥି ଆସାମ ଜନସ୍ୱାସ୍ଥ୍ୟ, ନିଯୁକ୍ତି, ପର୍ଯ୍ୟଟନ ଓ ଦକ୍ଷତା ବିଭାଗ ମନ୍ତ୍ରୀ ଜୟନ୍ତ ବରୁଆ ପ୍ରମୁଖଙ୍କ

Read More »
କ୍ରୀଡା

ଦ୍ବିତୀୟ ଟେଷ୍ଟ୍ ଲାଗି ତୟାର ରୋହିତ ବାହିନୀ

ଚେନ୍ନାଇରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ୨୮୦ ରନ୍‌ରେ ଜିତିବା ପରେ କାନପୁରରେ ୨୭ ତାରିଖ ଠାରୁ ଆୟୋଜିତ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ୍ ଲାଗି ତୟାର ହେଉଛନ୍ତି ରୋହିତ ବାହିନୀ। ଶୃଙ୍ଖଳାରେ କ୍ଲିନ୍ ସୁଇପ୍ ବିଜୟ ହାସଲ କରିବା ସହ ଲଗାତାର ତୃତୀୟ ବର୍ଷ ପାଇଁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ଫାଇନାଲ୍ ଖେଳିବା ଦୃଷ୍ଟିରୁ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍‌ର ମଧ୍ୟ ଢେର ଗୁରୁତ୍ବ ରହିଛି। ଏଥିଲାଗି କିନ୍ତୁ ଭାରତୀୟ କ୍ରିକେଟ୍ ଦଳକୁ

Read More »
ତାଜା ଖବର

ବିଜେଡିରେ ବଢ଼ୁଛି ଫାଟ, ୨୭ରେ ଜରୁରୀ ବୈଠକ

ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ଦଳରେ ବଢ଼ୁଥିବା ତୀବ୍ର ଗୋଷ୍ଠୀକନ୍ଦଳ ଓ ବୟାନବାଜି ଉପରେ ଲଗାମ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ୨୭ତାରିଖରେ ଶଙ୍ଖଭବନରେ ଏକ ଜରୁରୀ ବୈଠକ ଡାକିଛନ୍ତି । ଦଳର ୧୫ଜଣିଆ ସମନ୍ୱୟ କମିଟି ସଦସ୍ୟମାନଙ୍କ ସମେତ ଆଉ ୩ଟି ନୂଆ କମିଟିର ୬୦ଜଣିଆ ସଦସ୍ୟ ଓ ସମସ୍ତ ସାଂଗଠନିକ ଜିଲ୍ଲା ସଭାପତିମାନଙ୍କୁ ଏହି ବୈଠକରେ ସାମିଲ ହେବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଅକ୍ଟୋବର

Read More »