
ଦେଶ ବିଦେଶ
ଓଜେଏସ୍ ପରୀକ୍ଷାରେ କିଟ୍ ଲ ସ୍କୁଲ୍ର ୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ
ଭୁବନେଶ୍ୱର : ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍) ପରୀକ୍ଷାରେ କିଟ୍ ଲ ସ୍କୁଲ୍ର ୩ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଗୁରୁବାର ଓଜେଏସ୍ -୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ କିଟ୍ ଲ ସ୍କୁଲ୍ରୁ ୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଲ ସ୍କୁଲ୍ର ଅଭିପ୍ସା ମହାକୁଡ଼ ୧୨ତମ, ଶ୍ରୀୟଙ୍କା ଦାଶ ୧୩ ତମ ଓ ଆର୍ଯ୍ୟ କୁମାର ସେନାପତି ୧୮ତମ ସ୍ଥାନରେ ରହିଛନ୍ତି ।