May 29, 2025

ଦେଶ ବିଦେଶ

ହିମାଳୟାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ୬୭ତମ ଡକ୍ଟରେଟ୍ ଡିଗ୍ରୀ

ଭୁବନେଶ୍ୱର : ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅରୁଣାଚଳ ପ୍ରଦେଶର ଇଟାନଗରସ୍ଥିତ ହିମାଳୟାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ଆଜି ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଆନୁଷ୍ଠାନିକ ଭାବରେ ଶ୍ରୀ ସମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ହେଉଛି ଶ୍ରୀ ସାମନ୍ତଙ୍କ ୬୭ ତମ ସମ୍ମାନସୂଚକ ଡକ୍ଟରେଟ୍ । ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ

Read More »
ଦେଶ ବିଦେଶ

ଅଚ୍ୟୁତ ସାମନ୍ତଙ୍କୁ ୬୬ତମ ସମ୍ମାନସୂଚକ ଡକ୍ଟରେଟ୍

ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନ ଜୟପୁରସ୍ଥିତ ଆପେକ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି। ରାଜସ୍ଥାନ ରାଜ୍ୟପାଳ ହରିଭାଉ କିଶନରାଓ ବାଗଡେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ଆନୁଷ୍ଠାନିକ ଭାବରେ ପ୍ରଦାନ କରିଥିଲେ। ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୬୬ତମ ସମ୍ମାନଜନକ ଡକ୍ଟରେଟ୍। ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ନିରଞ୍ଜନ ଆଖଡାର ଆଚାର୍ଯ୍ୟ ମହାମଣ୍ଡଳଶ୍ୱର ସ୍ୱାମୀ କୈଳାସନନ୍ଦ ଗିରିଙ୍କୁ ମଧ୍ୟ ଆପେକ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ, ଆପେକ୍ସ ବିଶ୍ୱବିଦ୍ୟାଳୟର

Read More »