FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ର ଜେଇଇ-ଆଡ୍‍ଭାନ୍‍ସ ଓଡ଼ିଶା ଟପ୍‍ପର ଇଣ୍ଟରନ୍ୟାସ୍‍ନାଲ୍‍ ଫିଜିକ୍‍ସ ଅଲିମ୍ପିଆଡରେ ଦିବ୍ୟାଶୁଂଙ୍କୁ ସ୍ୱର୍ଣ୍ଣ

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ର ଜେଇଇ-ଆଡ୍‍ଭାନ୍‍ସ ଓଡ଼ିଶା ଟପ୍‍ପର ଇଣ୍ଟରନ୍ୟାସ୍‍ନାଲ୍‍ ଫିଜିକ୍‍ସ ଅଲିମ୍ପିଆଡରେ ଦିବ୍ୟାଶୁଂଙ୍କୁ ସ୍ୱର୍ଣ୍ଣ

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ର ଜେଇଇ-ଆଡ୍‍ଭାନ୍‍ସ ଓଡ଼ିଶା ଟପ୍‍ପର ଇଣ୍ଟରନ୍ୟାସ୍‍ନାଲ୍‍ ଫିଜିକ୍‍ସ ଅଲିମ୍ପିଆଡରେ ଦିବ୍ୟାଶୁଂଙ୍କୁ ସ୍ୱର୍ଣ୍ଣ
SHARE NOW :

ଭୁବନେଶ୍ୱର : କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ର ଦିବ୍ୟାଂଶୁ ମଲୁ ଜେଇଇ ଆଡ୍‍ଭାନ୍‍ସରେ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର ଗୌରବ ଅର୍ଜନ କରିଛନ୍ତି । ଜେଇଇ ଆଡ୍‍ଭାନ୍‍ସ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଦିବ୍ୟାଂଶୁ ଏଥିରେ ସର୍ବଭାରତୀୟସ୍ତରରେ ୧୧ତମ ସ୍ଥାନ ହାସଲ କରିଛନ୍ତି । ସେ ମଧ୍ୟ ଇଣ୍ଟରନ୍ୟାସ୍‍ନାଲ୍‍ ଫିଜିକ୍‍ସ ଅଲିମ୍ପିଆଡ୍‍ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଦିବ୍ୟାଂଶୁଙ୍କ ବ୍ୟତୀତ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର କନିଷ୍କ ମୋଦି ଜେଇଇ ଆଡ୍‍ଭାନ୍‍ସରେ ସର୍ବଭାରତୀୟସ୍ତରରେ ୨୦୦ ର‌୍ୟାଙ୍କ ରଖିଥିବା ବେଳେ ଦୀପ୍ତାଂଶୁ ମଲୁ ୨୨୬ ରଖିଛନ୍ତି । ସ୍କୁଲ୍‍ର ବିଦ୍ୟାଧର ସାହୁ ସର୍ବଭାରତୀୟସ୍ତରରେ ହୋଇଥିବା ନିଟ୍‍ ପରୀକ୍ଷାରେ ୭୬୨ ରାଙ୍କରେ ଅଛନ୍ତି । ଏଥିରେ ଖୁସି ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦିବ୍ୟାଂଶୁଙ୍କ ସମେତ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ପ୍ରତିଷ୍ଠା ହେବାଠାରୁ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଇ ଆସିଛି । ଫଳରେ ଏହାର ଛାତ୍ରଛାତ୍ରୀମାନେ କେବଳ ଶିକ୍ଷା ନୁହେଁ ଅନ୍ୟ ସମସ୍ତ କ୍ଷେତ୍ରରେ ଲଗାତାର ସଫଳତା ହାସଲ କରିଆସୁଛନ୍ତି । ଏ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଥିବା କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନା ଲିସା ବଳ ଓ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆରଙ୍କୁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଛନ୍ତି । ଅପରପକ୍ଷରେ ଦିବ୍ୟାଂଶୁ ଓ ତାଙ୍କ ଅଭିଭାବକ ଏହି ସଫଳତା ପାଇଁ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି ।

Leave a Reply

Your email address will not be published.

Related Posts