Live Odisha Tv

kiit

କ୍ରୀଡା

ପ୍ୟାରିସ୍‍ ଅଲିମ୍ପିକ୍‍ସରେ କିଟ୍‍ର ୧୨ ଖେଳାଳି

ଭୁବନେଶ୍ୱର : ଜୁଲାଇ ୨୬ରୁ ଅନୁଷ୍ଠିତ ହେବାକୁ ଥିବା ପ୍ୟାରିସ୍‍ ଅଲିମ୍ପିକ୍‍ସ ୨୦୨୪ରେ କିଟ୍‍ ଓ କିସ୍‍ର ୧୨ଜଣ ଖେଳାଳି ସାମିଲ ହେବାର ଯୋଗ୍ୟତା ଅର୍ଜନ କରିଛନ୍ତି। କୌଣସି ଶିକ୍ଷାନୁଷ୍ଠାନରୁ ଅଲିମ୍ପିକ୍‍ସରେ ଏତେ ସଂଖ୍ୟକ ଖେଳାଳି ଯୋଗଦେବା କ୍ଷେତ୍ରରେ କିଟ୍‍ ହେଉଛି ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ। ଏହା କିଟ୍‍, ଓଡ଼ିଶା ତଥା ଭାରତ ପାଇଁ ଗୌରବର ବିଷୟ। ଏ ନେଇ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତ ଖେଳାଳି ଭର୍ଚୁଆଲରେ ଉପସ୍ଥିତ ଥିଲେ। ଅଲିମ୍ପିକ୍‍ସ ପାଇଁ

Read More »
ରାଜ୍ୟ

ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଲେ ମହାପ୍ରଭୁ

ଭୁବନେଶ୍ୱର : ନବଦିନ ଯାତ୍ରା ସାରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରା ଆଜି ବାହୁଡ଼ାରେ ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଛନ୍ତି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ଶେଷ ହୋଇଛି । ପୂର୍ବାହ୍ନରେ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ରଥପୂଜା ଓ ପହଣ୍ଡି ଆଦି ନୀତିକାନ୍ତି ସଂପନ୍ନ ହେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନ ୩ଟା ୩୦ ମିନିଟ୍‍ରେ ଛେରାପହଁରା କାର୍ଯ୍ୟ ସଂପାଦିତ

Read More »
ଦେଶ ବିଦେଶ

ଟାଇମ୍‍ସ ହାୟର ଏଜୁକେସନ୍‍ ‘ଇମ୍ପାକ୍ଟ’ ରାଙ୍କିଙ୍ଗରେ କିଟ୍ ଭାରତରେ ଏକ ନମ୍ବର

ଭୁବନେଶ୍ୱର : ପ୍ରତିବର୍ଷ ପରି ଚଳିତବର୍ଷ ଟାଇମ୍‍ସ ହାୟର ଏଜୁକେସନ୍‍ ‘ଇମ୍ପାକ୍ଟ’ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ କିଟ୍‍ ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱରେ ୬ଷ୍ଠ ସ୍ଥାନରେ ରହିଥିବା ବେଳେ ଭାରତରେ ଏକ ନମ୍ବର ସ୍ଥାନରେ ରହିଛି। ବିଶ୍ୱର ଯେଉଁ ବିଶ୍ୱବିଦ୍ୟାଳୟସବୁ ଶିକ୍ଷାଦାନ ଓ ଗବେଷଣା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ପ୍ରଭାବ ସୃଷ୍ଟି କରିପାରୁଛନ୍ତି ସେହି ବିଶ୍ୱବିଦ୍ୟାଳୟକୁ ନେଇ ଟାଇମ୍ସ ହାୟର ଏଜୁକେସନ୍‍ ପ୍ରତିବର୍ଷ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ କରିଥାଏ। ଜାତିସଂଘର

Read More »
କ୍ରୀଡା

କିଟ୍ ଓ କିସ୍ ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସହଯୋଗୀ

ଭୁବନେଶ୍ୱର : ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫ୍‌ଆଇଭିବି) ପକ୍ଷରୁ ନୂଆକରି ଗଠନ କରାଯାଇଥିବା ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସହଯୋଗୀ ଭାବେ ଭାରତର ଖ୍ୟାତି ସମ୍ପନ୍ନ ଅନୁଷ୍ଠାନ କିଟ୍ ଓ କିସ୍‌ର ନାମ ଘୋଷଣା କରାଯାଇଛି । ଗତ ମେ ୩୦ ତାରିଖରେ ଏଫ୍‌ଆଇଭିବି ପକ୍ଷରୁ ସୁଇଜରଲାଣ୍ଡର ଜେନେଭାଠାରେ ଥିବା ଏହାର ମୁଖ୍ୟାଳୟରେ ନୂତନ କରି ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ଶୁଭାରମ୍ଭ ଅବସରରେ ଏଫ୍‌ଆଇଭିବି ସଭାପତି ଡ. ଆରି ଗ୍ରାକା କିଟ୍ ଓ କିସ୍ ନାମ ଘୋଷଣା

Read More »
ଶିକ୍ଷା

ପ୍ରଫେସର ଶରଣଜିତ୍ ସିଂହ କିଟ୍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ଶରଣଜିତ ସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି। କୁଳପତି ଚୟନ ନିମନ୍ତେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୁଳପତି ଚୟନ ପାଇଁ ବିଭିନ୍ନ ପ୍ରକ୍ରିୟା ଅନୁସରଣ ସହ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଫେସର ସିଂହଙ୍କ ନାମ କୁଳାଧିପତି ଅଶୋକ ପରିଜାଙ୍କ ନିକଟକୁ ପଠାଯାଇଥିଲା। ଶିକ୍ଷାଦାନ ଓ ପ୍ରଶାସନିକ ଅଭିଜ୍ଞତା ସମେତ ଅନ୍ୟାନ୍ୟ ଦିଗକୁ ବିଚାରକୁ ନେଇ କୁଳାଧିପତି ଶ୍ରୀ ପରିଜା ପ୍ରଫେସର ସିଂହଙ୍କୁ

Read More »
ଶିକ୍ଷା

ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ୍‍ ୟୁନିଭରସିଟି ର‌୍ୟାଙ୍କିଙ୍ଗ୍‍‍

ଭୁବନେଶ୍ୱର : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ୍‍ ୟୁନିଭରସିଟି ର‌୍ୟାଙ୍କିଙ୍ଗ୍‍ ପ୍ରକାଶ ପାଇଛି। ସମ୍ମାନଜନକ ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ୍‍ ୟୁନିଭରସିଟି ର‌୍ୟାଙ୍କିଙ୍ଗ୍‍ ୨୦୨୪ରେ ସମଗ୍ର ବିଶ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ୧୬୮ ତମ ସ୍ଥାନରେ ରହିଥିବା ବେଳେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ୧୧ତମ ସ୍ଥାନରେ ଅଛି। ସମଗ୍ର ଭାରତରୁ ୫୫ଟି ସରକାରୀ ଓ ଡିମ୍‍ଡ ବିଶ୍ୱବିଦ୍ୟାଳୟ ଏହି ର‌୍ୟାଙ୍କିରେ ସ୍ଥାନ ପାଇଛନ୍ତି। ସେଥିମଧ୍ୟରୁ କିଟ୍‍ ୧୧ତମ ସ୍ଥାନରେ ରହିବା ସହ ଭାରତରେ

Read More »
ଶିକ୍ଷା

କିଟ୍‍ ଓ କେପିଆଇଟି ଟେକ୍ନୋଲୋଜି ମଧ୍ୟରେ ବୁଝାମଣା

ଭୁବନେଶ୍ୱର : କୋ-ବ୍ରାଣ୍ଡେଡ୍‍ ଏମ୍‍-ଟେକ୍‍ ପ୍ରୋଗ୍ରାମ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଭାରତର ଅଟୋମୋଟିଭ୍‍ ସଫ୍‍ଟୱେର କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ କେପିଆଇଟି ଟେକ୍ନୋଲୋଜି ଲିମିଟେଡ୍‍ ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି । ପରବର୍ତ୍ତୀ ପିଢ଼ିର ପ୍ରାଦ୍ୟୋଗିକି ବିଶେଷଜ୍ଞ ତିଆରି କରିବା ପାଇଁ ଅଟୋମୋଟିଭ୍‍ ଇଲେକ୍ଟ୍ରୋନିକ୍‍ସ ଓ ସଫ୍‍ଟୱେର ଦିଗରେ ଉଭୟ ଅନୁଷ୍ଠାନର ଏହା ଏକ ଅନନ୍ୟ ପ୍ରୟାସ । ଏହି ସହଯୋଗ ଯୋଗୁଁ କେପିଆଇଟିର ଅଟୋମୋଟିଭ ଟେକ୍ନୋଲୋଜିରେ ଶିଳ୍ପ-ଅଗ୍ରଣୀ

Read More »
ରାଜ୍ୟ

ଶ୍ରୀବାଣୀକ୍ଷେତ୍ରରେ ଘୋଷଯାତ୍ରା

ଭୁବନେଶ୍ୱର : ପ୍ରତିବର୍ଷ ପରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଯାଇଛି। ଆଜି ପୂର୍ବାହ୍ନରେ ମଙ୍ଗଳ ଆରତି, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ ପ୍ରତିଷ୍ଠା ଆଦି ନୀତିକାନ୍ତି ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ସଂପନ୍ନ ହେବା ପରେ କିଟ୍‍ ମନ୍ଦିର ଟ୍ରଷ୍ଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନ ୪ଟାରେ ଛେରା ପହଁରା ନୀତି ସଂପନ୍ନ ହୋଇଥିଲା। ଅପରାହ୍ନ ୪ଟା ୩୦ମିନିଟ୍‍ରେ ଭକ୍ତମାନେ ପ୍ରଭୁ ବଳଭଦ୍ର,

Read More »
ରାଜ୍ୟ

କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ର ୧୮ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୮ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେଇ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀମାନଙ୍କୁ ସମାଜରେ ଜଣେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ଆଜିର ସମାଜରେ ପିଲାମାନେ ନିଜକୁ ଜଣେ ଭଲ ଛାତ୍ର ଛାତ୍ରୀଭାବେ ଗଢି ତୋଳିବା ସହ ନିଜକୁ ଜଣେ ଜଣେ ଭଲ ମଣିଷଭାବେ ଗଢି ତୋଳବା ଆବଶ୍ୟକ ବୋଲି ସେ

Read More »