Live Odisha Tv

Odisha Govt

କ୍ରୀଡା

ବିଶ୍ୱରେ ଲଜ୍ଜିତ ହେଲା ଓଡ଼ିଶା

ବାରବାଟୀ ଷ୍ଟାଡ଼ିୟମରେ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚବେଳେ ଅଧଘଣ୍ଟା ଧରି ପଡ଼ିଆ ଅନ୍ଧାର ରହିଲା । ସମଗ୍ର ବିଶ୍ୱ ମ୍ୟାଚର ସିଧାପ୍ରସାରଣ ଦେଖୁଥିବାବେଳେ ଏଭଳି ଅଭାବନୀୟ ଘଟଣା ଓଡ଼ିଶା ସରକାର ଓ ଓଡ଼ିଶା କ୍ରିକେଟ୍ ଆସୋସିଏସନର ପରିଚାଳନାଗତ ତ୍ରୁଟିକୁ ପଦାରେ ପକାଇଛି ।  ଏହି ଘଟଣା ଓଡ଼ିଶାକୁ ସାରା ବିଶ୍ୱରେ ନିନ୍ଦିତ କରିଛି ତଥାପି ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ନିଜଆଡ଼ୁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ଓଡ଼ିଶା କ୍ରିକେଟ୍ ଆସେସିଏସ(ଓସିଏ) ସମ୍ପାଦକଙ୍କୁ

Read More »
ତାଜା ଖବର

ମୋହନ ସରକାରଙ୍କ ବଡ଼ ଗେମ୍ ପ୍ଲାନ୍

ପିଏମଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କୁ ‘ଘର’ ଆବଂଟନ ମାଧ୍ୟମରେ ବିଜେପି ନିଜର ଭୋଟବ୍ୟାଙ୍କକୁ ଗ୍ରାମାଂଚଳରେ ସୁଦୃଢ଼ କରିବାର ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଗତ ବୁଧବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏଭଳି ରଣନୀତି ଉପରେ ମୋହର ବାଜିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସମସ୍ତଙ୍କୁ ପକ୍କାଘର’ ଯୋଜନାକୁ ସାକାର

Read More »
ତାଜା ଖବର

ଓଡ଼ିଶାରେ ୩୪ ହଜାର କୋଟି ନିବେଶ କରିବ ହିଣ୍ଡାଲ୍‌କୋ

ଓଡ଼ିଶାରେ ଶିଳ୍ପାୟନ ପାଇଁ ଆଗ୍ରହ ଦେଖାଇଲା ଆଦିତ୍ୟ ବିର୍ଲା ଗ୍ରୁପ୍। ୩୪ ହଜାର କୋଟି ନିବେଶ କରିବ ହିଣ୍ଡାଲ୍ କୋ। ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଜଣାଇଲେ ବିର୍ଲା ଗ୍ରୁପ ଅଧ୍ୟକ୍ଷ ଓ ହିଣ୍ଡାଲ୍‌କୋ ପରିଚାଳନା ନିର୍ଦ୍ଦେଶକ।ହିଣ୍ଡାଲ୍ କୋ ଓଡ଼ିଶାରେ ଆଉ ୩୪ ହଜାର କୋଟି ପୁଞ୍ଜି ନିବେଶ କରିବାକୁ ଆଶାୟୀ ଥିବା ଜଣାଇଛି। ଓଡ଼ିଶାର ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିରେ ସାମିଲ୍ ହେବାକୁ ପ୍ରତିଶ୍ରୁତି ଦେଇଛି ଏହି କଂପାନୀ। ରାୟଗଡ଼ା, ସମ୍ବଲପୁର, ହୀରାକୁଦରେ

Read More »
ତାଜା ଖବର

ଖରିଫ ଋତୁରୁ ଧାନର ଏମଏସପି ୩୧୦୦ଟଙ୍କା

ଚଳିତ ଖରିଫ ଋତୁରେ ଚାଷୀଙ୍କଠୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରେ ସଂଗ୍ରହ କରାଯିବ । ଚଳିତବର୍ଷ ମୋଟ ଏକ କୋଟି ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କ ସୁବିଧା ନିମନ୍ତେ ମଣ୍ଡିରେ ସମସ୍ତ ପ୍ରକାରର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଖରିଫ ଧାନ ସଂଗ୍ରହ ନେଇ ଏକ ଉଚ୍ଚସ୍ତରୀୟ

Read More »
ତାଜା ଖବର

ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ଅଙ୍କୁଶ

ରାଜ୍ୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃନିଯୁକ୍ତି ବା ଥଇଥାନ ଉପରେ ଲାଗିଲା ବ୍ରେକ୍ । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତା ବିଶିଷ୍ଟ ୪ଜଣିଆ କମିଟିର ସୁପାରିଶ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବିନା ରାଜ୍ୟରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ମିଳିପାରିବ ନାହିଁ । ଏପରିକି କୌଣସି ପୁନଃନିଯୁକ୍ତିକୁ ପୋଷ୍ଟଫେକ୍ଟୋ(ପିଛିଲା ଭାବେ) ମଧ୍ୟ ଅନୁମୋଦନ ମିଳିବ ନାହିଁ । ଯଦି ଅତ୍ୟନ୍ତ ଜରୁରୀ ନହୁଏ ତା’ହେଲେ ପୁନଃନିଯୁକ୍ତି ମିଳିବା ସମ୍ଭବପର ହେବନି । ସମସ୍ତ ପୁନଃନିଯୁକ୍ତି କେବଳ ବିରଳ କ୍ଷେତ୍ରରେ ବିଚାର

Read More »
ତାଜା ଖବର

ଛାତ୍ରଛାତ୍ରୀମାନଙ୍କୁ ବର୍ଷକୁ ୫ ହଜାର ହାତଖର୍ଚ୍ଚ

ଭୁବନେଶ୍ବର: ଅଧାରୁ ପାଠ ଛାଡୁଥିବା ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଆର୍ଥିକ ସ୍ବଚ୍ଛଳ ନ ଥିବା କାରଣରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ଜାରି ରଖିବା ପାଇଁ ଏଣିକି ସରକାର ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବର୍ଷକୁ ୫ ହଜାର ଟଙ୍କାର ହାତଖର୍ଚ୍ଚ ପ୍ରଦାନ କରିବେ। ଏହା ଦ୍ବାରା ରାଜ୍ୟର ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ

Read More »