ଜାତିସଂଘ ମହାସଚିବଙ୍କୁ ଇସ୍ରାଏଲକୁ ପ୍ରବେଶ ନିଷେଧ
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ବ୍ୟାନ୍ କରିଛି ଇସ୍ରାଏଲ୍। ଇସ୍ରାଏଲ ମାଟିକୁ ଗୁଟେରସଙ୍କ ପ୍ରବେଶ ଉପରେ ନିଷେଧ ଘୋଷଣା କରିଛି। ଇସ୍ରାଏଲ ଉପରେ ଇରାନର ଆକ୍ରମଣକୁ ନିନ୍ଦା କରି ନଥିବାରୁ ଏହି ବ୍ୟାନ୍ ଘୋଷଣା କରାଯାଇଛି। ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଇସ୍ରାଏଲ କ୍ୟାଟ୍ଜ ବୁଧବାର ତାଙ୍କ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇସ୍ରାଏଲ ପରେ ଇରାନର ଘୃଣ୍ୟ ଆକ୍ରମଣକୁ ପୃଥିବୀର ପ୍ରାୟ ସମସ୍ତ ଦେଶ ନିନ୍ଦା କରିଛନ୍ତି। କିନ୍ତୁ ଯିଏ ଏହି ଆକ୍ରମଣକୁ ସ୍ପଷ୍ଟ ଭାବେ ନିନ୍ଦା କରିପାରିବେ