| |

ଅରବିନ୍ଦଙ୍କ ନିଲମ୍ବନକୁ ନେଇ ମୁହଁ ଖୋଲିଲେ ନବୀନ

ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ମୁହଁ ଖୋଲିଛନ୍ତି ନବୀନ ପଟ୍ଟନାୟକ। ଅରବିନ୍ଦଙ୍କୁ କାହିଁକି ନିଲମ୍ବନ କଲେ ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ। ନବୀନ କହିଛନ୍ତି, ପାଟକୁରା ବାସୀଙ୍କ ପାଇଁ କାମ କରିବାକୁ ଜଣଙ୍କୁ ବିଶ୍ୱାସ କରି ଟିକେଟ୍ ଦେଇଥିଲି। ହେଲେ ପାଟକୁରାବାସୀ ହଇରାଣ ହରକତ ହେଉଥିବା ଜାଣିବାକୁ ପାଇଲି। ଯିଏ ଦଳରେ ରହି ଆପଣଙ୍କୁ ହଇରାଣ କରିବ, ମୁଁ ତାକୁ ଦଳରୁ କାଢ଼ିଦିଏ। କିଛି ଦିନ ପୂର୍ବେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଘଟଣାରେ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ ପ୍ରଥମ କରି ଚଳିତ ନିର୍ବାଚନରେ ପାଟକୁରାରୁ ବିଜେଡି ଦଳରୁ ପ୍ରାର୍ଥ ହୋଇ ନିର୍ବାଚିତ ହୋଇଥିଲେ।

ଅରବିନ୍ଦଙ୍କୁ ନିଲମ୍ବନ କରିବା ପରେ ବିଜେଡି ଦଳ ଭିତରେ ଛକାପଞ୍ଝା ସୃଷ୍ଟି ହୋଇଥିଲା। ଏନେଇ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା। ନିଲମ୍ବନ କରିବା ଘଟଣାରେ ବିଜେଡି ପକ୍ଷରୁ କୁହାଯାଇଥିଲା ଯେ ଟିକେଟ୍ ନେବା ପରଠାରୁ ବିଶ୍ଵାସଘାତକତା କରିଥିଲେ ଅରବିନ୍ଦ।  ସାଂସଦ ପ୍ରାର୍ଥଙ୍କୁ ହରାଇବା ମଙ୍ଗ ଅରବିନ୍ଦ ଧରିଥିଲେ ବୋଲି ବିଜେଡି ଅଭିଯୋଗ କରିଥିଲା।

ସେପଟେ ଅରବିନ୍ଦ କହିଛନ୍ତି, ସବୁ ଦିନ ନୂଆ ନୂଆ ଅଭିଯୋଗ ଆଣୁଛନ୍ତି। ଗୋଟିଏ କାଗଜରେ ସବୁ ଅଭିଯୋଗ ଲେଖିକି ଆଣନ୍ତୁ, ମିଡିଆରେ ରଖନ୍ତୁ। ମୁଁ ନବୀନଙ୍କ ସହ କଥା ହେବାକୁ ଚେଷ୍ଟା କରିବି, ତା ପରେ ସବୁ ଅଭିଯୋଗର ଉତ୍ତର ରଖିବି।  ଏହା ପୂର୍ବରୁ ମଧ୍ୟ ଅରିବନ୍ଦ କହିଥିଲେ ଯେ, ସେ କୌଣସି ଷଡଯନ୍ତ୍ରରେ ସାମିଲ୍ ନାହାନ୍ତି। ବିଜେଡିର ନେତା ଗଣମାଧ୍ୟମ ସାମ୍ନାରେ ପ୍ରମାଣ ରଖନ୍ତୁ, ରାଜ୍ୟବାସୀ ବି ଜାଣିବେ ସତ୍ୟତା କଣ ।

Similar Posts

Leave a Reply

Your email address will not be published. Required fields are marked *