|

ଆସନ୍ତାକାଲି ପାୱାରଙ୍କ ଶେଷକୃତ୍ୟ

ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ମହାରାଷ୍ଟ୍ରରେ ୩ ଦିନିଆ ଶୋକ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଶୋକ ଘୋଷଣା କରିଛନ୍ତି । ଆଜିର ଦିନ ମହାରାଷ୍ଟ୍ର ପାଇଁ ଏକ କଳାଦିନ ବୋଲି ଫଡନାବିସ୍‌ କହିଛନ୍ତି ।ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଫଡନାବିସ୍ କହିଛନ୍ତି ଯେ ବିମାନ ଦୁର୍ଘଟଣାରେ ଜଣେ ନିଷ୍ଠାପର ନେତା, ମୋର ବନ୍ଧୁ ଏବଂ ସହକର୍ମୀ, ଉପମୁଖ୍ୟମନ୍ତ୍ରୀ ଅଜିତଦାଦା ପାୱାରଙ୍କ ମୃତ୍ୟୁ ଅତ୍ୟନ୍ତ ହୃଦୟବିଦାରକ । ଭାବନା ପ୍ରକାଶ କରିବା ପାଇଁ ପାଖରେ ଶବ୍ଦ ନାହିଁ । ଏହା ମୋ ଏକ ବ୍ୟକ୍ତିଗତ କ୍ଷତି । ମୁଖ୍ୟମନ୍ତ୍ରୀ ଆଜି ଦିନ ତମାମର ସମସ୍ତ କାର୍ଯ୍ୟ ବାତିଲ କରି ବାରାମତୀ ଗସ୍ତ କରିଛନ୍ତି ।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ବାରାମତିରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ପାୱାରଙ୍କ ସମେତ ପାଞ୍ଚ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଆସନ୍ତାକାଲି ଗୁରୁବାର ସକାଳେ ପୁଣେ ଜିଲ୍ଲାର ବାରାମତିରେ ପୂର୍ଣ୍ଣ ରାଜକୀୟ ସମ୍ମାନ ସହିତ ପାୱାରଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ଶାସକ ଏବଂ ବିରୋଧୀ ଦଳର ଅନେକ ନେତା ଏଥିରେ ଯୋଗଦେବେ। ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଜିତ ପାୱାରଙ୍କ ଶେଷକୃତ୍ୟରେ ଯୋଗ ଦେଇପାରନ୍ତି। ଶେଷକୃତ୍ୟ ସକାଳ ୧୧ଟାରେ ବିଦ୍ୟା ପ୍ରତିଷ୍ଠାନ ପଡ଼ିଆରେ ହେବ। ଏନସିପି କହିଛି ଯେ ଅନେକ ରାଜନୈତିକ ନେତା ଉପସ୍ଥିତ ରହିବେ। ଜନସାଧାରଣ ଶେଷ ସମ୍ମାନ ଜଣାଇବା ପାଇଁ ଅଜିତ ପାୱାରଙ୍କ ମରଶରୀରକୁ ବିଦ୍ୟା ପ୍ରତିଷ୍ଠାନ ପଡ଼ିଆକୁ ନିଆଯିବ।

 

 

 

Similar Posts

Leave a Reply

Your email address will not be published. Required fields are marked *