|

କିମ୍‍ସରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ମୁଣ୍ଡ ସବୁବେଳେ ତଳକୁ ନଇଁଲା ଭଳି ରହୁଥିଲାଉପରକୁ ଚାହିଁ ପାରୁ ନ ଥିଲେଠିକ ଭାବେ ଖାଇ ପାରୁ ନ ଥିଲେ କି ଶୋଇ ପାରୁନଥିଲେ। ଏବେ କିମ୍‍ସ ତାଙ୍କୁ ଦେଇଛି ନୂଆ ଜୀବନ। ଚିକିତ୍ସା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ଓଡ଼ିଶାର କିମସ ହସ୍ପିଟାଲର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ନୂଆ ଜୀବନ ପାଇଛନ୍ତି ତ୍ରିଶୁଳିଆ ଅଞ୍ଚଳର ସୁଜିତ ନାୟକ। ସୁଜିତଙ୍କଠାରେ ହୋଇଥିବା ବିରଳ ଓ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର ସଫଳ ହୋଇଛି। ଭାରତର ଅଳ୍ପ କେତେକ  ଉଚ୍ଚସ୍ତରୀୟ ହସ୍‍ପିଟାଲରେ ସମ୍ଭବ ହେଉଥିବା ଏ ପ୍ରକାର ଅସ୍ତ୍ରୋପଚାର ଏବେ ଭୁବନେଶ୍ୱରର କିମସରେ ସମ୍ଭବ ହୋଇପାରିଛି। ସୂଚନା ଯୋଗ୍ୟକଟକ ଜିଲ୍ଲା ତ୍ରିଶୁଳିଆ ଅଞ୍ଚଳର ସୁଜିତ ନାୟକ ପୂର୍ବରୁ Ankylosing Spondylitis (ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍‍) ନାମକ ଜଟିଳ ରୋଗରେ ପୀଡ଼ିତ ଥିଲେ। ପରେ ଏକ ଦୁର୍ଘଟଣାରେ ତାଙ୍କର ବେକ ଓ ପିଠି ହାଡ଼ ମଧ୍ୟରେ ଗୁରୁତର ଆଘାତ ଲାଗିଥିଲା। ଫଳରେ ତାଙ୍କ ମୁଣ୍ଡ ସବୁବେଳେ ନଇଁଲା ଭଳି ଅବସ୍ଥାରେ ରହୁଥିଲା। ସେ ଉପରକୁ ଚାହିଁ ପାରୁନଥିଲେଠିକ ଭାବେ ଖାଇ ପାରୁନଥିଲେଶୋଇବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା। ଆର୍ଥିକ ଅସୁବିଧା କାରଣରୁ ରାଜ୍ୟ ବାହାରେ ଚିକିତ୍ସା ସମ୍ଭବ ହୋଇନଥିଲା। ପରେ ବନ୍ଧୁମାନଙ୍କ ପରାମର୍ଶରେ ସେ କିମ୍‍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲର ବରିଷ୍ଠ ସ୍ପାଇନ୍‍ ସର୍ଜନ ଡା ଜିତେନ୍ଦ୍ର କୁମାର ରାଉତ ଏହାକୁ ପରୀକ୍ଷା ନିରୀକ୍ଷା କରିବା ପରେ ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲେ ମଧ୍ୟ ଡା ରାଉତ ତାହା ସଫଳତାର ସହ ସମ୍ପନ୍ନ କରିଥିଲେ। ଡା ରାଉତଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଦୀର୍ଘ ୮ ଘଣ୍ଟା ଧରି ପରିଶ୍ରମ କରି ଅସ୍ତ୍ରୋପଚାରକୁ ସଫଳ କରିଥିଲେ। ଅସ୍ତ୍ରୋପଚାର ପରେ ସୁଜିତ ନାୟକ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ସିଧା ହୋଇ ବସିପାରୁଛନ୍ତିମୁଣ୍ଡ ଉଠାଇ ସବୁଦିଗ ଦେଖିପାରୁଛନ୍ତି ଏବଂ ଠିକ ଭାବେ ଖାଇପାରୁଛନ୍ତି। ଏହି ଅସ୍ତ୍ରୋପଚାର ପାଇଁ ସୁଜିତ କିମସର ଡାକ୍ତର ଓ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।ଏକ ଅତ୍ୟନ୍ତ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର ଥିଲେ ମଧ୍ୟ କିମ୍‍ସ ଉପଲବ୍‍ଧ ଅତ୍ୟାଧୁନିକ ଯନ୍ତ୍ରପାତିଚିକିତ୍ସା ପଦ୍ଧତି ଓ ଡାକ୍ତରୀଦଳର ଟିମ୍‌ୱାର୍କ ଯୋଗୁଁ ଅସ୍ତ୍ରୋପଚାର ସଫଳ ହୋଇପାରିଥିଲା ବୋଲି ଡା. ରାଉତ ପ୍ରକାଶ କରିଛନ୍ତି। ଏହି ସଫଳତାରେ କିଟ୍‍କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉକ୍ତ ରୋଗୀଙ୍କ ଆରୋଗ୍ୟ କାମନା କରିବା ସହ ଏହି ଅସ୍ତ୍ରୋପଚାରରେ ସମ୍ପୃକ୍ତ ଡାକ୍ତରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି।

Similar Posts

Leave a Reply

Your email address will not be published. Required fields are marked *