| |

ରୋମାନିଆରେ କିସ୍‍ ଛାତ୍ରଛାତ୍ରୀ

ଭୁବନେଶ୍ୱର : କିସ୍‍ର ଦଶ ଜଣ ଛାତ୍ରଛାତ୍ରୀ ଏକ ଆନ୍ତର୍ଜାତୀୟ ସାଂସ୍କୃତିକ ମହୋତ୍ସବରେ ଅଂଶଗ୍ରହଣ କରିବା ପାଇଁ ରୋମାନିଆ ଗସ୍ତରେ ଅଛନ୍ତି । ସେଠାରେ ସେମାନେ ଓଡ଼ିଶାର ଆଦିବାସୀ ଭାଷାରେ ସେକ୍ସପିଅରଙ୍କ ନାଟକ ପରିବେଷଣ କରିବେ ବିଦେଶରେ ସାନ୍ତାଳୀ ନୃତ୍ୟ ପରିବେଷଣ କରିବା କିସ୍‍ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ। ପୂର୍ବରୁ କିସ୍‍ ଛାତ୍ରଛାତ୍ରୀମାନେ ମୁଖ୍ୟତଃ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ବିଦେଶୀ ଦେଶ ଗସ୍ତ କରୁଥିଲେ। ଏବେ ସେମାନେ ଆଦିବାସୀ ନୃତ୍ୟ ପ୍ରଦର୍ଶନ ଏବଂ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ରୋମାନିଆ ଭଳି ୟୁରୋପୀୟ ଦେଶ ଗସ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୩୦ଟି ଦେଶର ପ୍ରାୟ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। କିସ୍‍ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ସେଠାରେ ଉଚ୍ଚ ପ୍ରଶଂସା କରାଯାଇଛି। ପ୍ରଥମେ ସେମାନେ ରୋମାନିଆର କ୍ରାୟୋଭା ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ପରେ ରୋମାନିଆରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଡ. ମନୋଜ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେମାନେ ସେଠାରେ ରହିବା ସହ କ୍ରାୟୋଭା ବିଶ୍ୱବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହା ବ୍ୟତୀତ ସେଠାରେ ସେମାନେ ଆଦିବାସୀ ସାନ୍ତାଳି ନୃତ୍ୟ ପ୍ରଦର୍ଶନ ସହ ସାଂସ୍କୃତିକ ବିନିମୟ କରିଥିଲେ। ଏରାସମସ୍‍ ଷ୍ଟୁଡେଣ୍ଟ ମୋବିଲିଟି କାର୍ଯ୍ୟକ୍ରମ ସହାୟତାରେ କିସ୍‍ର ଛାତ୍ରଛାତ୍ରୀମାନେ ଏହି ଦୁଇ ମାସିଆ ଶୈକ୍ଷିକ ଓ ସାଂସ୍କୃତିକ ଇଣ୍ଟର୍ନସିପ୍‌ରେ ଅଂଶଗ୍ରହଣ କରିଛନ୍ତି।

କିସ୍‍ ଛାତ୍ରଛାତ୍ରୀଙ୍କ ସହ କିଟ୍‍ ୧୦ ଜଣ ଛାତ୍ରଛାତ୍ରୀ ମଧ୍ୟ ଏହି ଗସ୍ତରେ ଅଛନ୍ତି। ପ୍ରଥମ ଥର ପାଇଁ କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀମାନେ ଏକାଠି ରୋମାନିଆ ଭଳି ଏକ ୟୁରୋପୀୟ ଦେଶରେ ଏଭଳି କାର୍ଯ୍ୟକ୍ରମରେ ସାମିଲ୍‍ ହୋଇଛନ୍ତି ।ସେଠାରେ ସେମାନେ ୨ ମାସ କାଳ ରହିବେ। ସେଠାରେ ସେମାନେ ଓଡ଼ିଶାର ଜନଜାତି ଭାଷାରେ ପ୍ରଖ୍ୟାତ ନାଟ୍ୟକାର ସେକ୍‍ସପିଅରଙ୍କ ନାଟକ ପରିବେଷଣ କରିବେ। ପ୍ରଥମ ଥର ପାଇଁ କୌଣସି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏକ ଅନ୍ତର୍ଜାତୀୟ ମଞ୍ଚରେ ଆଦିବାସୀ ଭାଷାରେ ଶେକ୍ସପିୟରଙ୍କ ନାଟକ ପରିବେଷଣ କରିବେ। ଏହା କିସ୍‍ଜନଜାତି ସମାଜ ଓ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କୁହାଯାଉଛି।ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଉଭୟ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀମାନେ ଏକାଠି ରୋମିଓ-ଜୁଲିଏଟ୍‌ମ୍ୟାକବେଥ୍‌-ହାମଲେଟ୍ ଉପରେ ଶେକ୍ସପିୟରଙ୍କ ଲିଖିତ ସାନ୍ତାଳୀ ଭାଷାରେ ଅଭିନୟ କରିବେ। ସାନ୍ତାଳୀ ଭାଷା ଓଲ୍ ଚିକି ଲିପି ସଂପ୍ରତି ୧୦୦ ବର୍ଷ ପୂରଣ କରିଛି। ଏହା ସହିତ ଛାତ୍ରଛାତ୍ରୀମାନେ ରୋମାନିଆନ୍ ସଂସ୍କୃତି ଓ ଭାଷା ଉପରେ ପାଠ୍ୟକ୍ରମ ପାଇଁ ଏକ ପ୍ରମାଣପତ୍ର ପାଇବେ। ଏଥିରେ ଖୁସିବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତିକିସ୍‍ ଛାତ୍ରଛାତ୍ରୀମାନେ ପୂର୍ବରୁ କ୍ରୀଡ଼ା ଓ ଶିକ୍ଷା ଆଦି କ୍ଷେତ୍ରରେ ଦେଶ ବିଦେଶ ଯାଇ ସୁନାମ ଆଣୁଥିଲେ। ଏବେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଅନ୍ତର୍ଜାତୀୟସ୍ତରରେ ସୁନାମ ଆଣିବେ। ଏହା ସମସ୍ତଙ୍କ ପାଇଁ ଖୁସିର ବିଷୟ।

Similar Posts

  • | |

    କିସରେ ନିତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ

    ଭୁବନେଶ୍ୱର : ସ୍ଥାୟୀ ବିକାଶ ଲକ୍ଷ୍ୟ ଓ କିସ୍‍: ପରିବର୍ତ୍ତନକାରୀ ଶିକ୍ଷା, ସ୍ୱେଚ୍ଛାସେବା ଓ ସମାଜ କୈନ୍ଦ୍ରିକ ପଦକ୍ଷେପ ମାଧ୍ୟମରେ ଭାରତର ସ୍ଥାୟୀ ବିକାଶ ଲକ୍ଷ୍ୟ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଶୀର୍ଷକ ଉପରେ କିସ୍‍ ରେ ଶନିବାର ଦିନିକିଆ ଜାତୀୟ ଆଲୋଚନଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରି ବିକଶିତ ଭାରତ ପରିପ୍ରେକ୍ଷୀରେ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ସ୍ଥାନୀୟ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ଥାୟୀ…

  • | |

    ଓଡ଼ିଶା ଅର୍ଥନୈତିକ ସଂଘର ୫୮ତମ ବାର୍ଷିକ ସମ୍ମିଳନୀ 

    ଭୁବନେଶ୍ୱର: କିଟ୍‍ ସ୍କୁଲ ଅଫ୍ ଇକୋନୋମିକ୍ସ ଆଣ୍ଡ କମର୍ସ ଓ ଓଡ଼ିଶା ଅର୍ଥନୈତିକ ସଂଘ (ଓଇଏ) ମିଳିତ ସହଯୋଗରେ ଓଇଏର ୫୮ତମ ବାର୍ଷିକ ସମ୍ମିଳନୀ ଓ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଉଦ୍‍ଯାପିତ ହୋଇଯାଇଛିଫେବୃଆରୀ ୭ ଓ ୮ ତାରିଖ ଦୁଇ ଦିନ ଧରି ଚାଲିଥିବା ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା “ଭାରତ ଓ ବିଶ୍ୱ ବାଣିଜ୍ୟ: ସାମଗ୍ରୀ ଚୁକ୍ତିନାମା ଓ ନୀତି’ । ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖ୍ୟାତି ସଂପନ୍ନ ଅର୍ଥନୀତି ବିଶାରଦ ପ୍ରଫେସର ଦୀପକ ନାୟାର ଯୋଗଦେଇ ନିଯୁକ୍ତି ବଢ଼ିଲେ ହିଁ ଅର୍ଥନୀତିର ଅଭିବୃଦ୍ଧି ହେବ ହେବ ବୋଲି କହିଥିଲେ। ବିକାଶଶୀଳ ଦେଶଗୁଡ଼ିକରେ ନିଯୁକ୍ତି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନିଯୁକ୍ତି ଦୃଷ୍ଟିକୋଣରୁ ସାମଗ୍ରିକ ଅର୍ଥନୈତିକ ନୀତିଗୁଡ଼ିକର ପୁନର୍ବିଚାର କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥି ଭାବେ କିଟ୍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଯୋଗଦେଇ କହିଲେ, କିଟ୍ ଓ କିସ୍ ଭଳି ଅନୁଷ୍ଠାନ ସଶକ୍ତ ଅର୍ଥନୀତିର ଉତ୍ତମ ଉଦାହରଣ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସୁକାନ୍ତ ଚନ୍ଦ୍ର ସ୍ୱାଇଁ,ଓଡ଼ିଶା ଇକନୋମିକ୍ ଆସୋସିଏସନର ସଭାପତି ପ୍ରଫେସର ଜଗନ୍ନାଥ ଲେଙ୍କା, ସଂପାଦକ ଡ ହିମାଂଶୁ ଶେଖର ରାଉତ ଓ କିଟ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ ଶାଶ୍ୱତ କିଶୋର ମିଶ୍ର ପ୍ରମୁଖ ଯୋଗଦେଇ ଅର୍ଥନୀତି ତଥା ବିଷୟବସ୍ତୁ ଉପରେ ଅଧିକ ଆଲୋଚନା କରିଥିଲେ ।ଏହି ଅବସରରେ ଅନ୍ତର୍ଭୁକ୍ତି ବିକାଶ, ସ୍ଥାୟିତ୍ୱ ଓ ନୀତିଗତ ପ୍ରାସଙ୍ଗିକତାକୁ ଆଗକୁ ବଢ଼ାଇବାରେ ଅର୍ଥନୀତିର କେନ୍ଦ୍ରୀୟ ଭୂମିକା ଉପରେ ବିଭିନ୍ନ ଅଧିବେଶନରେ ଆଲୋଚକମାନେ ଆଲୋଚନା କରିଥିଲେ। ଓଇଏ ସଭାପତି ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କ ନେତୃତ୍ୱରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦକ ପ୍ରଫେସର ହିମାଂଶୁ ଶେଖର ରାଉତଏହି ସମ୍ମିଳନୀର  ପରିଚାଳନା କରିଥିଲେ। ଉଦ୍‍ଯାପନୀ ଉତ୍ସବରେ ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ,  କୋଲକାତା ପ୍ରଫେସର ଦେବାଶିଷ ମିଶ୍ର ନିଲାମ ଡିଜାଇନର ଅର୍ଥନୀତି ବିଷୟରେ ଆଲୋକପାତ କରିଥିଲେ। ପ୍ରୋତ୍ସାହନ, ସୂଚନା ଓ ରଣନୈତିକ ଆଚରଣ ଦ୍ୱାରା ବଜାର କିପରି ଆକୃତି ପାଇଥାଏ ତା ଉପରେ ସୂଚନା ଦେଇଥିଲେ। ଏହି ସମ୍ମିଳନୀରେ ଯୋଗଦେଇଥିବା ଓଡ଼ିଶା ତଥା ଭାରତର ବିଭିନ୍ନ କୋଣରୁ ୩ଶହରୁ ଊର୍ଦ୍ଧ୍ୱ ବିଶିଷ୍ଟ ଅର୍ଥନୀତିଜ୍ଞ, ଶିକ୍ଷାବିତ୍‌, ନୀତି ନିର୍ଦ୍ଧାରକ, ଗବେଷକ ଓ ଛାତ୍ରଛାତ୍ରୀଙ୍କୁ ବିକାଶ, ସ୍ଥିରତା ତଥା ଭବିଷ୍ୟତର ଅର୍ଥନୈତିକ ମାର୍ଗ ଉପରେ ଏକ ଭିନ୍ନ ଚିନ୍ତାଧାରା ପ୍ରଦାନ କରିଥିଲା।

  • | |

    ଓଜେଏସ୍‍ ପରୀକ୍ଷାରେ କିଟ୍‍ ଲ ସ୍କୁଲ୍‍ର ୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ

    ଭୁବନେଶ୍ୱର : ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍‍) ପରୀକ୍ଷାରେ କିଟ୍‍ ଲ ସ୍କୁଲ୍‍ର ୩ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‍ସି) ପକ୍ଷରୁ ଗୁରୁବାର ଓଜେଏସ୍‍ -୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ କିଟ୍ ଲ ସ୍କୁଲ୍‌ରୁ ୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଲ ସ୍କୁଲ୍‍ର ଅଭିପ୍‍ସା ମହାକୁଡ଼ ୧୨ତମ, ଶ୍ରୀୟଙ୍କା ଦାଶ ୧୩ ତମ ଓ ଆର୍ଯ୍ୟ କୁମାର ସେନାପତି ୧୮ତମ ସ୍ଥାନରେ ରହିଛନ୍ତି ।…

  • |

    ବିଲ୍‍ଡିଂ ବ୍ରିଜେସ୍‍ ଫର୍‍ ଇନ୍‍କ୍ଲୁସିଭିଟି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

    ଭୁବନେଶ୍ୱର : ବିଲଡିଂ ବ୍ରିଜ୍ ଫର ଇର୍ନକ୍ଲୁସିଭିଟି (ଆଇସିବିବି ୨୦୨୬) ଉପରେ କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ ରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି। ଏଥିରେ ଶିକ୍ଷା ତଥା ନିଯୁକ୍ତି କ୍ଷେତ୍ରରେ ଅନ୍ତର୍ଭୁକ୍ତ ପ୍ରଣାଳୀକୁ ମଜବୁତ କରିବା ପାଇଁ ବିଶ୍ୱସ୍ତରୀୟ ବିଶେଷଜ୍ଞ, ଶିକ୍ଷାବିତ୍ ଓ ନୀତି ନିର୍ଦ୍ଧାରକମାନେ ଏକତ୍ରିତ ହୋଇଥିଲେ। ସିକନ୍ଦରାବାଦସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍‍ ଏମପାୱାରମେଣ୍ଟ ଅଫ୍ ପର୍ସନସ ଅଫ୍ ଉଇଥ ଇଣ୍ଟେଲେକଚ୍ୟୁଆଲ୍‍ ଡିଜାବିଲିଟି (ଏନ୍‍ଆଇଇପିଆଇଡି) ଓ କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ ସେନ୍‍ ଗ୍ଲୋବ ମିଳିତ ଉଦ୍ୟମରେ ଇଂଲଣ୍ଡର…

  • |

    ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କିଟ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ସଫଳତା

    ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ଦ୍ୱାଦଶରେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତ୍ରିଶା ରଥ କଳାରେ ସର୍ବାଧିକ ୯୯.୪ ପ୍ରତିଶତ ନମ୍ବର ରଖି ସ୍କୁଲ୍‍ ଟପ୍‍ପର ହେବା ସହ ଆଞ୍ଚଳିକ ଟପ୍‍ପର ହୋଇଛନ୍ତି। ସେହିପରି …

  • | |

    ଦୁଇ ଘଣ୍ଟା ପାଇଁ ୧୪ କୋଟି ଟଙ୍କା

    ନୂଆଦିଲ୍ଲୀ : ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ପ୍ରସିଦ୍ଧ ଗାୟକ ଅରିଜିତ ସିଂହ ପ୍ରଚ୍ଛଦ ପଟ୍ଟ ଗାୟକରୁ ଅବସର ଘୋଷଣା କରିଛନ୍ତି। ମଙ୍ଗଳବାର ସୋସିଆଲ ମିଡିଆରେ ସେ ଏହା ସୂଚନା ଦେଇଛନ୍ତି।  ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ସିଙ୍ଗର ଅରିଜିତ ସିଂହ ଏକ ଅତ୍ୟନ୍ତ ସରଳ ଜୀବନଯାପନ ଜୀବନ ଶୈଳୀ ପାଇଁ ପରିଚିତ। କୌଣସି ବ୍ରାଣ୍ଡ ନାମ କିମ୍ବା ଲଗଜରୀ କାର ବିନା ସେ ଜୀବନଯାପନ ଅତିବାହିତ କରନ୍ତି। ଯେତେବେଳେ ସେ ତାଙ୍କ ଗାଁକୁ ଯାଆନ୍ତି, ସେ ଏକ ସରଳ…

Leave a Reply

Your email address will not be published. Required fields are marked *