| |

ସେନା ଓ କିଟ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ଶିକ୍ଷାଗତ ସଶକ୍ତିକରଣ ଏବଂ ଅନ୍ତର୍ଭୁକ୍ତିମୂଳକ ରାଷ୍ଟ୍ର ନିର୍ମାଣ ଦିଗରେ ଏକ ପଦକ୍ଷେପ ସ୍ୱରୂପ କିଟ୍ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ସେନା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ ସିଂହ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା ବେଳେ ଭାରତୀୟ ସେନା ପକ୍ଷରୁ ଏହାର ପ୍ରତିନିଧିତ୍ୱ କରୁଥିବା ସେନା ମୁଖ୍ୟାଳୟର ବ୍ରିଗେଡିୟର କଲ୍ୟାଣ ବ୍ରିଗେଡିୟର ଠାକୁର ମୟଙ୍କ ସିହ୍ନା ଏଥିରେ ସ୍ୱାକ୍ଷର କରିଥିଲେ।

ଏହା ବୁଝାମଣାପତ୍ର ଅନୁସାରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଭାରତୀୟ ସେନା କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ସମସ୍ତ ପାଠ୍ୟକ୍ରମ (ଡାକ୍ତରୀ ପାଠ୍ୟକ୍ରମ ବ୍ୟତୀତ) ଏବଂ ସେମାନଙ୍କ ପିଲାମାନଙ୍କ ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟ ଉଚ୍ଚଶିକ୍ଷା ସୁଯୋଗ ଯୋଗାଇ ଦେବ। ଏଥିପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଶିକ୍ଷା ଫିସରେ ୫୦% ରିହାତି, ମେଡିକାଲ୍‍ ଓ ଡେଣ୍ଟାଲ୍‍ ପାଠ୍ୟକ୍ରମ ପାଇଁ ୧୦% ରିହାତି ପ୍ରଦାନ କରାଯିବ। ଏହା ସହିତ ବୀରଗତି ହାସଲ କରିଥିବା/ଯୁଦ୍ଧ ସମୟରେ ମୃତ୍ୟୁବରଣ କରିଥିବା ଭାରତୀୟ ସେନା କର୍ମଚାରୀଙ୍କ ପିଲାଙ୍କୁ ମେଡିକାଲ୍‍ ଓ ଡେଣ୍ଟାଲ୍‍ ପାଠ୍ୟକ୍ରମ ବ୍ୟତୀତ ଅନ୍ୟ ସମସ୍ତ ପାଠ୍ୟକ୍ରମର ଶିକ୍ଷା ଫିସ୍ ରେ ୧୦୦% ବୃତ୍ତି ଦିଆଯିବ। ମେଡିକାଲ୍ ଓ ଡେଣ୍ଟାଲ୍ ପାଠ୍ୟକ୍ରମରେ ନାମ ଲେଖା ପାଇଁ ସେନା କର୍ମଚାରୀଙ୍କ ପିଲାଙ୍କୁ ‘ନିଟ’ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ। ଅନ୍ୟ ସମସ୍ତ ପାଠ୍ୟକ୍ରମରେ ପ୍ରବେଶ ପାଇଁ, ଅଧିକାରୀ/ପିଲାମାନଙ୍କୁ କିଟ୍‍ ଦ୍ୱାରା ଆୟୋଜିତ ପ୍ରବେଶିକା ପରୀକ୍ଷା (କିଟି) ମାନଦଣ୍ଡ ପୂରଣ କରିବାକୁ ପଡ଼ିବ ।

ଏହି ଅବସରରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ସୂଚନା ଦେଇ କହିଲେ, ଏହି ବୁଝାମଣାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତୀୟ ସେନା କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଏବଂ ଆର୍ଥିକ ସହାୟତା ସୁନିଶ୍ଚିତ କରିବା। ବ୍ରିଗେଡିୟର ଠାକୁର ମୟଙ୍କ ସିହ୍ନା କିଟ୍‍ ଓ କିସ୍‍ ଦ୍ୱାରା ପ୍ରଦାନ କରାଯାଉଥିବା ଭିତ୍ତିଭୂମି ଓ ସୁବିଧାଗୁଡ଼ିକୁ ପ୍ରଶଂସା କରିଥିଲେ। ରାଷ୍ଟ୍ର ନିର୍ମାଣରେ ଭାରତୀୟ ସେନାର କର୍ମଚାରୀଙ୍କ ଭୂମିକାକୁ ସ୍ୱୀକୃତି ଦେବା ଓ ସେନା କର୍ମଚାରୀ ଓ ସେମାନଙ୍କ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ କିଟ୍‍ ରେ ସୁଯୋଗ ସୃଷ୍ଟି କରିଥିବାରୁ ସେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ପରେ ବ୍ରିଗେଡିୟର ସିଂହ ଓ ଶ୍ରୀ ସାମନ୍ତଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ଓ ଆଲୋଚନା ହୋଇଥିଲା।

Similar Posts

Leave a Reply

Your email address will not be published. Required fields are marked *